ସାହାଣୀ କପ ଫୁଟବଲ: କନ୍ଧମାଳ-ବଲାଙ୍ଗିର ବିଜୟୀ
ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା ଆନ୍ତଃ ଜିଲା ସାହାଣୀ କପ ଫୁଟବଲ ପ୍ରତିଯୋଗିତାର ସୋମବାର ଅନୁଷ୍ଠିତ ମ୍ୟାଚରେ ବଲାଙ୍ଗିର ଓ କନ୍ଧମାଳ ଦଳ ବିଜୟୀ ହୋଇଛନ୍ତି । ଏହି ମ୍ୟାଚକୁ ବଲାଙ୍ଗୀର ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ହରି ନାରାୟଣ ପୂଜାରୀ ଉଦଘାଟନ କରିଥିଲେ। ତାଙ୍କ ସହ ସମାଜସେବୀ ଉଦିତ ଚନ୍ଦ୍ର ପଣ୍ଡା , […] The post ସାହାଣୀ କପ ଫୁଟବଲ: କନ୍ଧମାଳ-ବଲାଙ୍ଗିର ବିଜୟୀ appeared first on Dharitri Odia News.
ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା ଆନ୍ତଃ ଜିଲା ସାହାଣୀ କପ ଫୁଟବଲ ପ୍ରତିଯୋଗିତାର ସୋମବାର ଅନୁଷ୍ଠିତ ମ୍ୟାଚରେ ବଲାଙ୍ଗିର ଓ କନ୍ଧମାଳ ଦଳ ବିଜୟୀ ହୋଇଛନ୍ତି । ଏହି ମ୍ୟାଚକୁ ବଲାଙ୍ଗୀର ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ହରି ନାରାୟଣ ପୂଜାରୀ ଉଦଘାଟନ କରିଥିଲେ। ତାଙ୍କ ସହ ସମାଜସେବୀ ଉଦିତ ଚନ୍ଦ୍ର ପଣ୍ଡା , ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ଉପ ସଭାପତି ରବି ପଣ୍ଡା, ଜିଲା କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
କନ୍ଧମାଳ ଜିଲା ଦଳ ଓ ନୂଆପଡା ଜିଲା ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚଟି ଅତି ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏଥିରେ କନ୍ଧମାଳ ଦଳ ୨-୧ ଗୋଲରେ ବିଜୟୀ ହୋଇ ପରବର୍ତ୍ତୀ କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି । ଦଳ ପକ୍ଷରୁ ୭ ନମ୍ବର ଖେଳାଳି ଶଙ୍ଖଶେଖର ହେମ୍ବ୍ରମ ଦୁଇଟି ଗୋଲ ଦେଇଥିବା ବେଳେ ନୂଆପଡ଼ା ଦଳର ୧୦ ନମ୍ବର ଖେଳାଳି ତରୁଣ ମାଝୀ ଏକମାତ୍ର ଗୋଲ ସ୍କୋର କରିଥିଲେ । ଖେଳକୁ ସହଦେବ ମୁଚିନ ପରିଚାଳନା କରିଥିବା ବେଳେ , ତାଙ୍କୁ ଲାଇନରେ ଜଗନ୍ନାଥ ମାଝୀ ଓ ଚକ୍ରଧର ଛତର ସହଯୋଗ କରିଥିଲେ। ଚତୁର୍ଥ ରେଫରି ଥିଲେ ରାଜେନ୍ଦ୍ର ଭୁଏ।
ମ୍ୟାଚ ପରେ ଜିଲା କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ସଭାପତିତ୍ୱ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଶିଳ୍ପପତି ଚନ୍ଦ୍ର ଶେଖର ବାଗ, କ୍ରୀଡା ସଂସଦ ଆଜୀବନ ସଦସ୍ୟ ପ୍ରଶାନ୍ତ ତ୍ରିପାଠୀ, ଦୁର୍ଗା ଶର୍ମା, ମୋତିଲାଲ ସରାଫ ଅତିଥି ଭାବରେ ଯୋଗଦେଇ ନୂଆପଡ଼ା ଦଳର ୬ ନମ୍ବର ଖେଳାଳି ପ୍ରଶାନ୍ତ ବାଗଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରିଥିଲେ।
ସେହିପରି ବଲାଙ୍ଗିର ଜିଲା ଦଳ ଓ କଳାହାଣ୍ଡି ଜିଲା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦିତୀୟ ମ୍ୟାଚରେ ବଲାଙ୍ଗିର ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା । ବଲାଙ୍ଗିର ଦଳ ପକ୍ଷରୁ ୧୨ ନମ୍ବର ଖେଳାଳୀ ସୁରେନ ମଲ୍ଲିକ ଦଳ ପକ୍ଷରୁ ଏକମାତ୍ର ଗୋଲ ସ୍କୋର କରିଥିଲେ। ମ୍ୟାଚକୁ ନିତ୍ୟାନନ୍ଦ ମେହେର ପରିଚାଳନା କରିଥିବାବେଳେ ତାଙ୍କୁ ଲାଇନରେ ରୋଶନ ଖାଁ ଓ ଶୁଭମ ପାତ୍ର ସହଯୋଗ କରିଥିଲେ। ଚତୁର୍ଥ ରେଫରି ଥିଲେ ଆଦିତ୍ୟ ନାୟକ ।
ଜିଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ପୌରହିତ୍ୟରେ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଜିଲା କ୍ରୀଡା ସଂସଦ ଆଜୀବନ ସଦସ୍ୟ ଗିରିଶ ଚନ୍ଦ୍ର ମିଶ୍ର , କାଉନସିଲ ସଦସ୍ୟ ବିଷ୍ଣୁ ପ୍ରସାଦ ଧାନୁକା ଓ ରଜତ ଦାଶ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ଦଳର ୧୨ ନମ୍ବର ଖେଳାଳି ଶୁରେନ ମଲ୍ଲିକଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରିଥିଲେ। ଏହି ସମୟରେ ଉପସଭାପତି ଯୁଗଳ ପ୍ରସାଦ ସିଂ, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, କ୍ରିକେଟ ସମ୍ପାଦକ ଅମିୟ ଭୁଷଣ ସାହୁ , ନବୀନ ଲାଠ ପ୍ରମୁଖ ଉପସ୍ଥିତ ଥିଲେ। ମଙ୍ଗଳବାର କୌଣସି ଖେଳ ନଥିବା ବେଳେ ଆସନ୍ତା ଅକ୍ଟୋବର ମାସ ୨ ତାରିଖ ଅପରାହ୍ନ ୩ଟାରେ କ୍ୱାର୍ଟର ଫାଇନାଲ ଖେଳରେ ବରଗଡ଼ ପ୍ରତିପକ୍ଷ କନ୍ଧମାଳ ଦଳକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
The post ସାହାଣୀ କପ ଫୁଟବଲ: କନ୍ଧମାଳ-ବଲାଙ୍ଗିର ବିଜୟୀ appeared first on Dharitri Odia News.