୨ ବିଧାୟକଙ୍କ ସ୍ତ୍ରୀଙ୍କୁ ମିଳିଲା ଟିକେଟ୍
ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ବିଜେଡି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ପ୍ରାର୍ଥୀଙ୍କ ମଧ୍ୟରେ ୨ ବିଧାୟକଙ୍କ ସ୍ତ୍ରୀ ରହିଛନ୍ତି। ସେମାନେ ହେଲେ ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଇଛନ୍ତି ତାଙ୍କ ସ୍ତ୍ରୀ ରଞ୍ଚିତା ମାର୍ଣ୍ଡି। ସୁଦାମଙ୍କ ମୟୁରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ରଘୁନାଥପାଲୀରେ ସୁବ୍ରତ ତରାଇଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ବେହେରାଙ୍କୁ ଟିକେଟ୍ ମିଳିଛି। ପୂର୍ବରୁ ୧୩୫ଟି ଆସନରେ […] The post ୨ ବିଧାୟକଙ୍କ ସ୍ତ୍ରୀଙ୍କୁ ମିଳିଲା ଟିକେଟ୍ appeared first on Dharitri Odia News.
ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ବିଜେଡି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ପ୍ରାର୍ଥୀଙ୍କ ମଧ୍ୟରେ ୨ ବିଧାୟକଙ୍କ ସ୍ତ୍ରୀ ରହିଛନ୍ତି। ସେମାନେ ହେଲେ ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଇଛନ୍ତି ତାଙ୍କ ସ୍ତ୍ରୀ ରଞ୍ଚିତା ମାର୍ଣ୍ଡି। ସୁଦାମଙ୍କ ମୟୁରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ରଘୁନାଥପାଲୀରେ ସୁବ୍ରତ ତରାଇଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ବେହେରାଙ୍କୁ ଟିକେଟ୍ ମିଳିଛି।
ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଉ ୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି।
The post ୨ ବିଧାୟକଙ୍କ ସ୍ତ୍ରୀଙ୍କୁ ମିଳିଲା ଟିକେଟ୍ appeared first on Dharitri Odia News.