କେବେ ହେବ ରିଲିଜ୍‌

କଙ୍ଗନା ରାଣାୱତଙ୍କ ଫିଲ୍ମ ଏମରଜେନ୍ସିକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଫିଲ୍ମଟି ଅନେକ ଦିନରୁ ପରଦାକୁ ଆସିକୁ ସଜବାଜ ହେଉଥିଲେ ମଧ୍ୟ ଏବେ ଯାଏଁ ଆସିପାରୁ ନାହିଁ । ବିଭିନ୍ନ କାରଣରୁ ଏହାର ରିଲିଜ୍‌ ଟଳିବାରେ ଲାଗିଛି । ନିକଟରେ ଏହାକୁ ନେଇ ବମ୍ବେ ହାଇକୋର୍ଟ ନିଜର ରାୟ ଦେଇଛନ୍ତି । କୋର୍ଟଙ୍କ ରାୟ ଅନୁସାରେ ଯେଉଁ ପର୍ଯ୍ୟନ୍ତ ମେକର୍ସ ଫିଲ୍ମରେ ପରିବର୍ତ୍ତନ କରି ନାହାନ୍ତି, ଯାହା ସେନ୍ସର ବୋର୍ଡ ଦର୍ଶାଇଛନ୍ତି ସେପର୍ଯ୍ୟନ୍ତ ଫିଲ୍ମ […]

କେବେ ହେବ ରିଲିଜ୍‌
କେବେ ହେବ ରିଲିଜ୍‌

କଙ୍ଗନା ରାଣାୱତଙ୍କ ଫିଲ୍ମ ଏମରଜେନ୍ସିକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଫିଲ୍ମଟି ଅନେକ ଦିନରୁ ପରଦାକୁ ଆସିକୁ ସଜବାଜ ହେଉଥିଲେ ମଧ୍ୟ ଏବେ ଯାଏଁ ଆସିପାରୁ ନାହିଁ । ବିଭିନ୍ନ କାରଣରୁ ଏହାର ରିଲିଜ୍‌ ଟଳିବାରେ ଲାଗିଛି । ନିକଟରେ ଏହାକୁ ନେଇ ବମ୍ବେ ହାଇକୋର୍ଟ ନିଜର ରାୟ ଦେଇଛନ୍ତି । କୋର୍ଟଙ୍କ ରାୟ ଅନୁସାରେ ଯେଉଁ ପର୍ଯ୍ୟନ୍ତ ମେକର୍ସ ଫିଲ୍ମରେ ପରିବର୍ତ୍ତନ କରି ନାହାନ୍ତି, ଯାହା ସେନ୍ସର ବୋର୍ଡ ଦର୍ଶାଇଛନ୍ତି ସେପର୍ଯ୍ୟନ୍ତ ଫିଲ୍ମ ରିଲିଜ୍‌ ହେବ ନାହିଁ । ତେବେ ଉଭୟ ପକ୍ଷଙ୍କର ବୟାନ ଶୁଣିବା ପରେ କୋର୍ଟ ଏହି ମାମଲା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ତେଣୁ ବର୍ତ୍ତମାନ ଏହାର ରିଲିଜ୍‌ ଏକ ପ୍ରକାର ଅନିଶ୍ଚିତତା ଭିତରକୁ ଚାଲି ଯାଇଛି । ସେହିଭଳି ମେକର୍ସଙ୍କ ପକ୍ଷରୁ ସେନ୍ସର ବୋର୍ଡ ବିରୋଧରେ ମଧ୍ୟ ଅଭିଯୋଗ ରହିଛି । ବୋର୍ଡ ପ୍ରଥମେ ଏହାକୁ ରିଲିଜ୍‌ ପାଇଁ ଅନୁମତି ଦେଇଥିବାବେଳେ ପରେ ରିଲିଜ୍‌ ପାଇଁ ଚାରିଦିନ ଥିବାବେଳେ ଏଥିରେ ରୋକ ଲଗାଇଥିଲେ । ବୋର୍ଡ ପକ୍ଷରୁ ଇମେଲ୍‌ ମାଧ୍ୟମରେ ସାର୍ଟିଫିକେଟ୍‌ ମଧ୍ୟ ପ୍ରଦାନ କରାଯାଇଛି । ମେକର୍ସଙ୍କର ଏହି ଯୁକ୍ତି ପରେ କୋର୍ଟ ସେନ୍ସର ବୋର୍ଡ ଉପରେ ମଧ୍ୟ ବର୍ଷିଥିଲେ । ତେବେ ଫିଲ୍ମର ରିଲିଜ୍‌ ଏଭଳି ବାରମ୍ବାର ବାରମ୍ବାର ଘୁଞ୍ଚିବା ଫ୍ୟାନଙ୍କୁ ଦୁଃଖ ଦେଇଛି । ସେମାନେ ଖୁବ ଉତ୍ସୁକତାର ସହିତ ଏହି ଫିଲ୍ମକୁ ଦେଖିବାକୁ ଚାହିଁ ବସିଥିବାବେଳେ ରିଲିଜ୍‌ ଡେଟ୍‌ ଘୁଞ୍ଚି ଚାଲିଛି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଏହି ଫିଲ୍ମ ପରଦାକୁ ଆସୁଛି ।