ଆଈର ଅନ୍ତିମ ସଂସ୍କାର ସମୟରେ ଅଘଟଣ:ନଦୀ ପାଣିରେ ବୁଡି ନାବାଳକଙ୍କ ସଲିଳ ସମାଧି
ସମ୍ବଲପୁର: ଆଈର ଅନ୍ତିମ ସଂସ୍କାରରେ ଯୋଗଦେବା ସମୟରେ ଘଟିଛି ଅଘଟଣ।ଜଣେ ନାବାଳକଙ୍କ ହୋଇଛି ସଲିଳ ସମାଧି। ଏହି ଅଭାବନୀୟ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ସ୍ତବ୍ଧ ହୋଇଯାଇଛି ସାରା ଅଞ୍ଚଳ। ପ୍ରାପ୍ତ ସୂଚନାନୁସାରେ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଵାହାମ ଗ୍ରାମପଞ୍ଚାୟତ ଵାହାମ ଗ୍ରାମରେ ସୋମବାର ସରୋଜ ମାହାଣାଙ୍କ ମା ସାବିତ୍ରୀ ମାହାଣା(୭୦)ଙ୍କ ଦେହାନ୍ତ ଘଟିଥିଲା। ତେବେ ମଙ୍ଗଳବାର ସକାଳେ ତାଙ୍କର ଅନ୍ତେଷ୍ଟି କ୍ରିୟା ଗ୍ରାମର ଶ୍ମଶାନରେ କରାଯାଇଥିଲା। ସରୋଜଙ୍କ କାକାପୁଅ ମୁକ୍ତେଶ୍ଵର ଓ ଯୋଗେଶ […] The post ଆଈର ଅନ୍ତିମ ସଂସ୍କାର ସମୟରେ ଅଘଟଣ:ନଦୀ ପାଣିରେ ବୁଡି ନାବାଳକଙ୍କ ସଲିଳ ସମାଧି appeared first on Odisha.News.
ସମ୍ବଲପୁର: ଆଈର ଅନ୍ତିମ ସଂସ୍କାରରେ ଯୋଗଦେବା ସମୟରେ ଘଟିଛି ଅଘଟଣ।ଜଣେ ନାବାଳକଙ୍କ ହୋଇଛି ସଲିଳ ସମାଧି। ଏହି ଅଭାବନୀୟ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ସ୍ତବ୍ଧ ହୋଇଯାଇଛି ସାରା ଅଞ୍ଚଳ।
ପ୍ରାପ୍ତ ସୂଚନାନୁସାରେ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଵାହାମ ଗ୍ରାମପଞ୍ଚାୟତ ଵାହାମ ଗ୍ରାମରେ ସୋମବାର ସରୋଜ ମାହାଣାଙ୍କ ମା ସାବିତ୍ରୀ ମାହାଣା(୭୦)ଙ୍କ ଦେହାନ୍ତ ଘଟିଥିଲା। ତେବେ ମଙ୍ଗଳବାର ସକାଳେ ତାଙ୍କର ଅନ୍ତେଷ୍ଟି କ୍ରିୟା ଗ୍ରାମର ଶ୍ମଶାନରେ କରାଯାଇଥିଲା। ସରୋଜଙ୍କ କାକାପୁଅ ମୁକ୍ତେଶ୍ଵର ଓ ଯୋଗେଶ ସମ୍ୱଲପୁରରେ ରହନ୍ତି। ସାବିତ୍ରୀଙ୍କ ଅନ୍ତିମ ସଂସ୍କାର ପାଇଁ ମୁକ୍ତେଶ୍ଵର ଓ ଯୋଗେଶ ପରିବାର ସହିତ ଵାହାମ ଆସିଥିଲେ। ସାବିତ୍ରୀଙ୍କ ଏହି ଶେଷ ଯାତ୍ରା ସମୟରେ ପରିବାରର ସମସ୍ତେ ସାମିଲ ହୋଇଥିଲେ।ଗାଁ ସ୍ୱର୍ଗଦ୍ୱାରରେ ତାଙ୍କର ସଂସ୍କାର ପରେ ମୁକ୍ତେଶ୍ଵର ଙ୍କ ପୁଅ ସମ୍ଭବ ମାହାଣା ଓ ଯୋଗେଶଙ୍କ ପୁଅ ସମ୍ବ୍ରିତ ମାହାଣା ଉଭୟେ ଦୁଇ ଭାଇ ଗାଆଁ ପାଖରେ ଥିବା ମାଳତୀ ନଦୀକୁ ସ୍ନାନ ପାଇଁ ଯାଇଥିଲେ ।
ସୂଚନା ଯୋଗ୍ୟ ଯେ ଵାହାମ ନିକଟରେ ଥିବା ମାଳତୀ ନଦୀରେ କେନାଲ ପାଣି ପଡ଼ି ଅନେକ ଜାଗାରେ ଗଣ୍ଡ ଭଳିଆ ପାଣି ଭରିରହିଛି। ତେବେ ଦୁଇ ଭାଇ ଗାଧେଇବା ସମୟରେ ସମ୍ଭବ ମାହାଣା (୧୭) ବେଶୀ ପାଣିକୁ ଚାଲି ଯାଇଥିଲେ। ସମ୍ଭବ ପହଁରା ଶିଖି ନଥିବାରୁ ଗଭୀର ପାଣିରୁ ଆଉ ବାହାରକୁ ବାହାରି ପାରି ନଥିଲେ। ସେହିଠାରେ ହିଁ ପାଣିରେ ବୁଡି ସମ୍ଭବଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେବେ ପାଣିରେ ବୁଡ଼ିବା ଦେଖି ସମ୍ବ୍ରିତଙ୍କ ଚିତ୍କାର ଓ ଆକୁଳ ନିବେଦନ ଶୁଣି ଗାଁ ଲୋକ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ବି ସେତେବେଳକୁ ସମ୍ଭବଙ୍କ ଆଉ ଜୀବନ ନଥିଲା।ସମ୍ଭବଙ୍କ ମୃତ୍ୟୁ ଖବର ପବନ ବେଗରେ ସବୁଆଡେ ବ୍ୟାପି ଯାଇଥିଲା।ନୀରବ ନିଶ୍ଚଳ ହୋଇପଡ଼ିଥିଲେ ଵାହାମ ଗ୍ରାମ ଓ ଆଖ ପାଖ ଅଞ୍ଚଳବାସୀ।ଗାଆଁ ସାରା କାନ୍ଦ ବୋବାଳି ରେ ଉଛୁଳି ପଡ଼ିଥିଲା ଗାଁ ଦାଣ୍ଡ ।ସମ୍ଭବ ଜଣେ ଶାନ୍ତ ସରଳ ଓ ମେଧାବୀ ଛାତ୍ର ଥିଲେ।ଚଳିତ ଶିକ୍ଷା ବର୍ଷରେ +୨ ପରୀକ୍ଷା ଦେଇଛନ୍ତି।ତାଙ୍କ ବାପା ଓ ମା ଶିକ୍ଷକ ଶିକ୍ଷୟତ୍ରୀ। ଗାଆଁ ଶ୍ମଶାନରେ ଆଈଙ୍କ ଜୁଇ ଲିଭି ନଥିବା ବେଳେ ନାତି ସମ୍ଭବଙ୍କ ସେହି ଗୋଟିଏ ମଶାଣିରେ ଜୁଇ ଜଳିଥିଲା ।ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ତବ୍ଧ ହୋଯାଇଛି ସାରା ଅଞ୍ଚଳ।
The post ଆଈର ଅନ୍ତିମ ସଂସ୍କାର ସମୟରେ ଅଘଟଣ:ନଦୀ ପାଣିରେ ବୁଡି ନାବାଳକଙ୍କ ସଲିଳ ସମାଧି appeared first on Odisha.News.