ଭାରତର ବଡ଼ ଯୋଜନା: ଏଡିବି ଅଧ୍ୟକ୍ଷଙ୍କୁ ଭେଟିଲେ ସୀତାରାମନ୍
ନୂଆଦିଲ୍ଲୀ,୫ା୫: ଗତ ମାସ ୨୨ ତାରିଖରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଏକାଧିକ କୂଟନୈତିକ କଟକଣା ଲଗାଇଥିବା ବେଳେ ଏବେ ଆର୍ଥତ୍କ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଛି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥତ୍କ ସହାୟତା ଯୋଗାଉଥିବା ଇସ୍ଲାମାବାଦକୁ ଅନ୍ତର୍ଜାତୀୟ ପାଣ୍ଠି ହ୍ରାସ କରାଇବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଏସିଆନ୍ ଡେଭେଲପ୍ମେଣ୍ଟ ବ୍ୟାଙ୍କ (ଏଡିବି) ଅଧ୍ୟକ୍ଷଙ୍କୁ ଭେଟି ପାକିସ୍ତାନକୁ ପାଣ୍ଠି ହ୍ରାସ କରିବାକୁ ଦାବି କରିଥିବା […] The post ଭାରତର ବଡ଼ ଯୋଜନା: ଏଡିବି ଅଧ୍ୟକ୍ଷଙ୍କୁ ଭେଟିଲେ ସୀତାରାମନ୍ appeared first on Dharitri Odia News.
ନୂଆଦିଲ୍ଲୀ,୫ା୫: ଗତ ମାସ ୨୨ ତାରିଖରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଏକାଧିକ କୂଟନୈତିକ କଟକଣା ଲଗାଇଥିବା ବେଳେ ଏବେ ଆର୍ଥତ୍କ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଛି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥତ୍କ ସହାୟତା ଯୋଗାଉଥିବା ଇସ୍ଲାମାବାଦକୁ ଅନ୍ତର୍ଜାତୀୟ ପାଣ୍ଠି ହ୍ରାସ କରାଇବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଏସିଆନ୍ ଡେଭେଲପ୍ମେଣ୍ଟ ବ୍ୟାଙ୍କ (ଏଡିବି) ଅଧ୍ୟକ୍ଷଙ୍କୁ ଭେଟି ପାକିସ୍ତାନକୁ ପାଣ୍ଠି ହ୍ରାସ କରିବାକୁ ଦାବି କରିଥିବା ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ, ପାକିସ୍ତାନକୁ ପୁଣିଥରେ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ୍)ର ଗ୍ରେ ତାଲିକାରେ ରଖିବା ପାଇଁ ସୀତାରାମନ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ଆଲୋଚନା କରିଛନ୍ତି।
ଇଟାଲୀର ମିଲନଠାରେ ଅନୁଷ୍ଠିତ ଏଡିବି ବାର୍ଷିକ ବୈଠକରେ ଅର୍ଥମନ୍ତ୍ରୀ ଏଡିବି ଅଧ୍ୟକ୍ଷ ମାସାତୋ କାଣ୍ଡାଙ୍କୁ ଭେଟିଥିଲେ। ଏଥିସହିତ ସେ ଇଟାଲୀ ଅର୍ଥମନ୍ତ୍ରୀ ଗିଆନକାର୍ଲୋ ଗିଓର୍ଗେଟ୍ଟିଙ୍କୁ ଭେଟି ଅନୁରୂପ ଦାବି କରିଥିଲେ। ଆର୍ଥତ୍କ ସଙ୍କଟ ମଧ୍ୟରେ ଥବା ପାକିସ୍ତାନ ଏଡିବି ପାଣ୍ଠି ଉପରେ ଅତ୍ୟଧିକ ନିର୍ଭରଶୀଳ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଏବଂ ଏଡିବି ପାକିସ୍ତାନର ବିଭିନ୍ନ ସେକ୍ଟରକୁ ଆର୍ଥତ୍କ ସହାୟତା ଯୋଗାଇଆସୁଛନ୍ତି। ପାକିସ୍ତାନକୁ ଆଇଏମ୍ଏଫ୍ର ୭ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ସହାୟତା ପ୍ୟାକେଜ୍କୁ ନେଇ ଭାରତ ନିଜର ଉଦ୍ବେଗ ଜଣାଇବ ବୋଲି ଆଶା କରାଯାଉଛି।
The post ଭାରତର ବଡ଼ ଯୋଜନା: ଏଡିବି ଅଧ୍ୟକ୍ଷଙ୍କୁ ଭେଟିଲେ ସୀତାରାମନ୍ appeared first on Dharitri Odia News.