ଧୂମପାନ କରୁଥିଲେ ରୁହନ୍ତୁ ସତର୍କ…

ଧୂମପାନ ଏଭଳି ଏକ ନିଶା, ଯାହା କବଳକୁ ଥରେ ଚାଲିଥଲେ ସେଥିରୁ ମୁକୁଳିବା ସହଜ ହୋଇ ନ ଥାଏ। ଏହା ଅଭ୍ୟାସରେ ପରିଣତ ହୋଇଯିବା ପରେ ପରୋକ୍ଷରେ ଅନେକ ରୋଗର କାରଣ ସାଜିଥାଏ। ଏପରିକି ଅକାଳ ମୃତ୍ୟୁକୁ ଏହା ମଧ୍ୟ ଡାକି ଆଣେ। ତେଣୁ ନିଜକୁ ସୁସ୍ଥ ରଖିବାକୁ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ନିହାତି ଦରକାର। ଆଜିକାଲି ଅନେକ ଧୂମପାନର ବଶବର୍ତ୍ତୀ ହେଉଛନ୍ତି। ତେବେ ୟୁନିଭର୍ସିଟି ଅଫ ସିଓଲ ପକ୍ଷରୁ ଏ ନେଇ ଏକ […] The post ଧୂମପାନ କରୁଥିଲେ ରୁହନ୍ତୁ ସତର୍କ… appeared first on Dharitri Odia News.

ଧୂମପାନ କରୁଥିଲେ ରୁହନ୍ତୁ ସତର୍କ…

ଧୂମପାନ ଏଭଳି ଏକ ନିଶା, ଯାହା କବଳକୁ ଥରେ ଚାଲିଥଲେ ସେଥିରୁ ମୁକୁଳିବା ସହଜ ହୋଇ ନ ଥାଏ। ଏହା ଅଭ୍ୟାସରେ ପରିଣତ ହୋଇଯିବା ପରେ ପରୋକ୍ଷରେ ଅନେକ ରୋଗର କାରଣ ସାଜିଥାଏ। ଏପରିକି ଅକାଳ ମୃତ୍ୟୁକୁ ଏହା ମଧ୍ୟ ଡାକି ଆଣେ। ତେଣୁ ନିଜକୁ ସୁସ୍ଥ ରଖିବାକୁ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ନିହାତି ଦରକାର। ଆଜିକାଲି ଅନେକ ଧୂମପାନର ବଶବର୍ତ୍ତୀ ହେଉଛନ୍ତି। ତେବେ ୟୁନିଭର୍ସିଟି ଅଫ ସିଓଲ ପକ୍ଷରୁ ଏ ନେଇ ଏକ ସଦ୍ୟତମ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ଏକଗ୍ରତା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ବିଶେଷଭାବରେ ଟେନସନ୍‌ରୁ ମୁକୁଳିବା ପାଇଁ କିମ୍ବା ସଉକରେ ହେଉ ଅନେକ ଧୂମପାନ କରନ୍ତି। ତେବେ ଏହାର ପ୍ରଭାବ କିପରି ଏକଗ୍ରତା ଉପରେ ପଡିଥାଏ ସେ ନେଇ ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର ଏକଗ୍ରତା ଧୂମପାନ ଦ୍ୱାରା କିପରି ପ୍ରଭାବିତ ହେଉଛି ତାହାକୁ ବିଶେଷଜ୍ଞମାନେ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ପ୍ରାୟ ଛଅ ମାସ ଧରି ଏହି ତର୍ଜମା ଚାଲୁ ରହିଥିଲା। ପରିଶେଷରେ ଜଣାପଡିଲା ଯେ, ନିୟମିତ ଧୂମପାନ କରିବା ଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ଏକଗ୍ରତା ପ୍ରଭାବିତ ହେଉଥିଲା। କେବଳ ସେତିକି ନୁହେଁ, ଏହାଦ୍ୱାରା ସେମାନଙ୍କର ଦୈନନ୍ଦିନ ଜୀବଶୈଳୀ ଏପରିକି ନିଦ୍ରା ପ୍ରଭାବିତ ହେଉଥିବାର ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ। ଏଭଳି ଅଭ୍ୟାସ ସହ ଜଡିତ ବ୍ୟକ୍ତିମାନେ ଏହାକୁ ବର୍ଜନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଯଦି ଆପଣ ଜଣେ ନିୟମିତ ଧୂମପାନକାରୀ ଏବଂ ଏଥିରୁ ନିଜକୁ ନିବୃତ୍ତ ରଖିବାକୁ ଚାହୁଁଛନ୍ତି, ତେବେ ଧୂମପାନ ଠାରୁ ପ୍ରଥମେ ନିଜ ମନକୁ ଦୂରେଇ ନେବାକୁ ଚେଷ୍ଟା କରନ୍ତୁ। ଏ ନେଇ ମନସ୍ତତ୍ତ୍ୱବିତ୍‌ଙ୍କ ସହ ପରାମର୍ଶ କରିପାରନ୍ତି।

The post ଧୂମପାନ କରୁଥିଲେ ରୁହନ୍ତୁ ସତର୍କ… appeared first on Dharitri Odia News.