୧୦ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦିଅ ନ ହେଲେ ୧୧ରେ ସସ୍ପେଣ୍ଡ
ଭୁବନେଶ୍ୱର,୯ା୧୨(ସୁନିତ୍ ମିଶ୍ର): ଓଏଏସ୍ ଅଫିସରଙ୍କ ଲାଗି ବାହାରୁଥିବା ବଦଳି ନିର୍ଦ୍ଦେଶକୁ ଅଧିକାଂଶ ପାଳନ କରୁନାହାନ୍ତି, ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଶୁଣାଇ ଦିଆଯାଇଛି। କେତେଜଣ ଅଫିସର ବଦଳି ନିୟମ ପାଳନ କରି ନ ଥିବାରୁ ସେମାନଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି। ନଚେତ୍ ୧୧ ତାରିଖରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବ ବୋଲି କୁହାଯାଇଛି। ରାଜ୍ୟର ସବୁ […] The post ୧୦ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦିଅ ନ ହେଲେ ୧୧ରେ ସସ୍ପେଣ୍ଡ appeared first on Dharitri Odia News.
ଭୁବନେଶ୍ୱର,୯ା୧୨(ସୁନିତ୍ ମିଶ୍ର): ଓଏଏସ୍ ଅଫିସରଙ୍କ ଲାଗି ବାହାରୁଥିବା ବଦଳି ନିର୍ଦ୍ଦେଶକୁ ଅଧିକାଂଶ ପାଳନ କରୁନାହାନ୍ତି, ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଶୁଣାଇ ଦିଆଯାଇଛି। କେତେଜଣ ଅଫିସର ବଦଳି ନିୟମ ପାଳନ କରି ନ ଥିବାରୁ ସେମାନଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି। ନଚେତ୍ ୧୧ ତାରିଖରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବ ବୋଲି କୁହାଯାଇଛି।
ରାଜ୍ୟର ସବୁ ଜିଲାପାଳଙ୍କୁ ଶନିବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ଅମିୟ କୁମାର ସାହୁ ଚିଠି ଲେଖି କହିଛନ୍ତି, ଗତ ଅଗଷ୍ଟ ୧୭ ଓ ଅକ୍ଟୋବର ୧୭ ତାରିଖରେ ଓଏଏସ୍ ଅଫିସର ବଦଳି ଲାଗି ୨ଟି ତାଲିକା ପ୍ରକାଶ ପାଇଥିଲା। ନଭେମ୍ବର ୨୬ ତାରିଖରେ ସେହି ତାଲିକାଭୁକ୍ତ ସମସ୍ତ ଓଏଏସ୍ ଅଫିସରଙ୍କୁ ଏକକାଳୀନ ନୂତନ କାର୍ଯ୍ୟରେ ଯୋଗଦେବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ତେଣୁ ଏହି ଅଫିସରମାନଙ୍କ ମଧ୍ୟରୁ ଯଦି କେହି ଧାର୍ଯ୍ୟ ସମୟ ଭିତରେ ବଦଳି କରାଯାଇଥିବା ସ୍ଥାନରେ ଯୋଗ ନ ଦେଇଥା’ନ୍ତି ତେବେ ଜିଲାପାଳ ଏବଂ କଣ୍ଟ୍ରୋଲିଂ ଅଧିକାରୀ ସେମାନଙ୍କ ଦରମା ବନ୍ଦ କରିବେ ବୋଲି କୁହାଯାଇଛି। ଇତିମଧ୍ୟରେ ଜଣାପଡିଛି, ବହୁ ଅଧିକାରୀ ନୂତନ କାର୍ଯ୍ୟରେ ଯୋଗ ନ ଦେଇ ପୂର୍ବ ସ୍ଥାନରେ କାର୍ଯ୍ୟ କରୁଛନ୍ତି, ଯାହାକି ସରକାରୀ ନିର୍ଦ୍ଦେଶନାମାର ଖୋଲା ଉଲ୍ଲଂଘନ। ଯେଉଁ ଅଫିସରମାନେ ଆସନ୍ତା ୧୦ ତାରିଖ ଭିତରେ ବଦଳି ନିର୍ଦ୍ଦେଶ ପାଇଥିବା ସ୍ଥାନରେ ଯୋଗ ନ ଦିଅନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନମୂଳକ ୧୧ ତାରିଖରେ ନିଲମ୍ବନ ଆଦେଶ ଜାରି କରାଯିବ। ଯେଉଁ ଓଏଏସ୍ ପାଇଥିବା ନୂଆ ଅଫିସରମାନେ ଏବେ ଟ୍ରେନିଂରେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଅଧିକାରୀ ସସ୍ପେଣ୍ଡ ହେବା ଅଫିସରଙ୍କ ସ୍ଥାନରେ ନିଯୁକ୍ତି ପାଇବେ ବୋଲି ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି।
The post ୧୦ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦିଅ ନ ହେଲେ ୧୧ରେ ସସ୍ପେଣ୍ଡ appeared first on Dharitri Odia News.