ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା
ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ବଡଖାନା ହୋଇଥିଲା। ଏଥିରେ ଦୁର୍ଗପତି ସୁଧାକର ମିଶ୍ର, ଉପଦୁର୍ଗ ପତି ଲଲିତ କୁମାର୍ ବାଗ, ସହକାରୀ ଦୁର୍ଗପତି , ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର […] The post ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା appeared first on Dharitri Odia News.
ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ବଡଖାନା ହୋଇଥିଲା। ଏଥିରେ ଦୁର୍ଗପତି ସୁଧାକର ମିଶ୍ର, ଉପଦୁର୍ଗ ପତି ଲଲିତ କୁମାର୍ ବାଗ, ସହକାରୀ ଦୁର୍ଗପତି , ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଭଞ୍ଜନଗର ମେଡିକାଲ୍ ଅଧିକ୍ଷକ ହିମାଂଶୁ ଶେଖର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ସରକାର ପୋଲିସ ସମେତ କିଛି ବିଭାଗକୁ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ବଡା ଖାନା ଆୟୋଜନ ପାଇଁ ଅନୁଦାନ ଦେଇଥାନ୍ତି। ତେଣୁ ବାଟାଲିୟନ ପରିସରରେ ଆଜି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା।
The post ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା appeared first on Dharitri Odia News.