କଂଗ୍ରେସରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ!
ନୂଆଦିଲ୍ଲୀ,୧୫।୪: ନିର୍ବାଚନ ସମୟରେ ନେତାଙ୍କ ସହ ଜଡିତ ନକଲି ଭିଡିଓ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ ରାହୁଲ ଗାନ୍ଧୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତେବେ ଯେତେବେଳେ ଏହି ଭାଇରାଲ ଭିଡିଓର ଯାଞ୍ଚ କରାଗଲା, ତାହା ନକଲି ବୋଲି ଜଣାପଡିଲା। ଏହି ଭିଡିଓ ଦଳରୁ ଇସ୍ତଫା ଦେଇଥିବାର ନୁହେଁ କେରଳର ୱାୟନାଡ ଆସନରୁ ଲୋକ ସଭା ନିର୍ବାଚନ ପାଇଁ […] The post କଂଗ୍ରେସରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ! appeared first on Dharitri Odia News.
ନୂଆଦିଲ୍ଲୀ,୧୫।୪: ନିର୍ବାଚନ ସମୟରେ ନେତାଙ୍କ ସହ ଜଡିତ ନକଲି ଭିଡିଓ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ ରାହୁଲ ଗାନ୍ଧୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତେବେ ଯେତେବେଳେ ଏହି ଭାଇରାଲ ଭିଡିଓର ଯାଞ୍ଚ କରାଗଲା, ତାହା ନକଲି ବୋଲି ଜଣାପଡିଲା। ଏହି ଭିଡିଓ ଦଳରୁ ଇସ୍ତଫା ଦେଇଥିବାର ନୁହେଁ କେରଳର ୱାୟନାଡ ଆସନରୁ ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରୁଥିବାର ଭିଡିଓ। ଭିଡିଓରେ ଏଏସ ସାହାଯ୍ୟରେ ଭଏସ କ୍ଲୋନିଂ କରାଯାଇଛି । ରାହୁଲ ୱାୟନାଡରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯେଉଁଠାରେ ସେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ଆନି ରାଜା ଏବଂ ଭାରତୀୟ ଜନତା ପାର୍ଟିର କେରଳ ୟୁନିଟ୍ ସଭାପତି କେ ସୁରେନ୍ଦ୍ରନଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ।
ଭାଇରାଲ ଭିଡିଓରେ ରାହୁଲ ତାଙ୍କ ଇସ୍ତଫା ଘୋଷଣା କରିବା ସହ କିଛି ଡକ୍ୟୁମେଣ୍ଟରେ ଦସ୍ତଖତ କରୁଥିବା ଦେଖିବାକୁ ମିଳିବ। ଇସ୍ତଫା ଘୋଷଣା କରି ସେ କହିଛନ୍ତି, ମୁଁ ରାହୁଲ ଗାନ୍ଧୀ ଆଜି କଂଗ୍ରେସରୁ ଇସ୍ତଫା ଦେଉଛି। ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟାୟ ଯାତ୍ରା ପରେ ମୁଁ ମଧ୍ୟ ଏକ ନ୍ୟାୟ ଯାତ୍ରା ଜାରି କରିଥିଲି କିନ୍ତୁ ମୋଦି ଜୀ ଦୁର୍ନୀତିଗ୍ରସ୍ତଙ୍କୁ ଜେଲକୁ ପଠାଉଛନ୍ତି। ବର୍ତ୍ତମାନ ମୋଦି ଶାସନ ଅଧୀନରେ ଆମେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଶୀଘ୍ର ଜେଲ ପଠାଯିବ, ତେଣୁ ମୁଁ ଇଟାଲୀରେ ମୋର ମାତାପିତାଙ୍କ ଘରକୁ ଯାଉଛି। ଏକ୍ସରେ ଭିଡିଓ ଶେୟାର କରିବାବେଳେ ଜଣେ ଉପଭୋକ୍ତା ଲେଖିଛନ୍ତି, ମୁଁ ରାହୁଲ ଗାନ୍ଧୀ କଂଗ୍ରେସରୁ ଇସ୍ତଫା ଦେଉଛି। ମନୋରଞ୍ଜନର ଏହି ବ୍ୟଙ୍ଗାତ୍ମକ ଯୁଗରେ ସତ୍ୟ ଆଶା କର ନାହିଁ ଏବଂ ଏହାକୁ ପୂର୍ଣ୍ଣ ଉପଭୋଗ କର।
मैं राहुल गांधी कांग्रेस से इस्तीफा दे रहा हूं।
![]()
मनोरंजन के इस हास्य दौर में सत्यता की अपेक्षा न करें। और इसका जमकर आनंद लें।
साभार :- अर्ध वयोवृद्ध युवा श्री राहुल गांधी।pic.twitter.com/m4hWQzsY13— प्रशांत भारती (@Bhart09) April 12, 2024
The post କଂଗ୍ରେସରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ! appeared first on Dharitri Odia News.
