ଗଣପ୍ରତିବାଦ ମଧ୍ୟରେ ଶପଥ ନେଲେ ଜର୍ଜିଆର ନୂଆ ରାଷ୍ଟ୍ରପତି

ଟିବ୍‌ଲିସି,୩୦ା୧୨: ଜର୍ଜିଆରେ ଗଣପ୍ରତିବାଦ ସତ୍ତ୍ୱେ ନୂଆ ରାଷ୍ଟ୍ରପତି ଭାବେ ମିଖେଇଲ୍‌ କାଭେଲଶଭିଲି ଶପଥ ଗ୍ରହଣ କରିଛନ୍ତି। ଦେଶରେ ଦୀର୍ଘ ମାସ ହେଲା ରାଜନୈତିକ ସଙ୍କଟ ଅପ୍ରତ୍ୟାଶିତ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଜର୍ଜିଆନ୍‌ ଡ୍ରିମ୍‌ ପାର୍ଟିର ଏହି ନେତାଙ୍କ ଶପଥ ଗ୍ରହଣକୁ ବିରୋଧ କରି ରବିବାର ପାର୍ଲାମେଣ୍ଟ ବାହାରେ ଅନେକ ହଜାର ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସତ୍ତ୍ୱେ ପୂର୍ବତନ ଫୁଟ୍‌ବଲ ଖେଳାଳି ମିଖେଇଲ୍‌ ପାର୍ଲାମେଣ୍ଟରେ ଏକ ରୁଦ୍ଧଦ୍ୱାର ଉତ୍ସବରେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସରକାର ୟୁରୋପୀୟ ୟୁନିୟନ […] The post ଗଣପ୍ରତିବାଦ ମଧ୍ୟରେ ଶପଥ ନେଲେ ଜର୍ଜିଆର ନୂଆ ରାଷ୍ଟ୍ରପତି appeared first on Dharitri Odia News.

ଗଣପ୍ରତିବାଦ ମଧ୍ୟରେ ଶପଥ ନେଲେ ଜର୍ଜିଆର ନୂଆ ରାଷ୍ଟ୍ରପତି

ଟିବ୍‌ଲିସି,୩୦ା୧୨: ଜର୍ଜିଆରେ ଗଣପ୍ରତିବାଦ ସତ୍ତ୍ୱେ ନୂଆ ରାଷ୍ଟ୍ରପତି ଭାବେ ମିଖେଇଲ୍‌ କାଭେଲଶଭିଲି ଶପଥ ଗ୍ରହଣ କରିଛନ୍ତି। ଦେଶରେ ଦୀର୍ଘ ମାସ ହେଲା ରାଜନୈତିକ ସଙ୍କଟ ଅପ୍ରତ୍ୟାଶିତ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଜର୍ଜିଆନ୍‌ ଡ୍ରିମ୍‌ ପାର୍ଟିର ଏହି ନେତାଙ୍କ ଶପଥ ଗ୍ରହଣକୁ ବିରୋଧ କରି ରବିବାର ପାର୍ଲାମେଣ୍ଟ ବାହାରେ ଅନେକ ହଜାର ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସତ୍ତ୍ୱେ ପୂର୍ବତନ ଫୁଟ୍‌ବଲ ଖେଳାଳି ମିଖେଇଲ୍‌ ପାର୍ଲାମେଣ୍ଟରେ ଏକ ରୁଦ୍ଧଦ୍ୱାର ଉତ୍ସବରେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସରକାର ୟୁରୋପୀୟ ୟୁନିୟନ ସଦସ୍ୟତା ଆବେଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ଅକ୍ଟୋବରରେ ହୋଇଥିବା ନିର୍ବାଚନରେ ଜର୍ଜିଆନ୍‌ ଡ୍ରିମ୍‌ ପାର୍ଟି ବିଜୟୀ ହୋଇଥିଲେ ମଧ୍ୟ ମତଦାନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗରେ ଆନ୍ଦୋଳନ ଜାରି ରହିଛି। ବିଦାୟୀ ରାଷ୍ଟ୍ରପତି ସାଲୋମେ ଜୌରାବିଚଭିଲି ରାଷ୍ଟ୍ରପତି ଭବନ ଛାଡ଼ିବା ସମ୍ପର୍କରେ ଘୋଷଣା କରିବା ସହ ନୂଆ ରାଷ୍ଟ୍ରପତିଙ୍କ ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

The post ଗଣପ୍ରତିବାଦ ମଧ୍ୟରେ ଶପଥ ନେଲେ ଜର୍ଜିଆର ନୂଆ ରାଷ୍ଟ୍ରପତି appeared first on Dharitri Odia News.