ଶେଷରେ ମିଳିଲା ବିଜୁବାବୁଙ୍କ ଭଙ୍ଗା ପ୍ରତିମୂର୍ତ୍ତି: ମୁଣ୍ଡଜୋଡିଲେ ବିଜୁପ୍ରେମୀ
ନିଶ୍ଚିନ୍ତକୋଇଲି, ୫।୩(ଅଶୋକ କୁମାର ମହାପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ଭିତରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମଙ୍ଗଳବାର ମୁଣ୍ଡ ଭାଙ୍ଗି ନେଇଥିବା ଦେଖିବାକୁ ମିଳିଥିଲା। ବୁଧବାର ସ୍ଥାନୀୟ ବିଜୁପ୍ରେମୀମାନେ ବହୁତ ଖୋଜାଖୋଜି କରି ମୁଣ୍ଡ ପାଇଥିଲେ। ତୁରନ୍ତ ମୁଣ୍ଡ ଯୋଡି ଫୁଲମାଳ ଦେଇଥିଲେ। ସ୍ଥାନୀୟ ଆଞ୍ଚଳରେ ଉତ୍ତେଜନା ଥିବାରୁ ବ୍ୟାପକ ପୋଲିସ ମୁତୟନ […] The post ଶେଷରେ ମିଳିଲା ବିଜୁବାବୁଙ୍କ ଭଙ୍ଗା ପ୍ରତିମୂର୍ତ୍ତି: ମୁଣ୍ଡଜୋଡିଲେ ବିଜୁପ୍ରେମୀ appeared first on Dharitri Odia News.
ନିଶ୍ଚିନ୍ତକୋଇଲି, ୫।୩(ଅଶୋକ କୁମାର ମହାପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ଭିତରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମଙ୍ଗଳବାର ମୁଣ୍ଡ ଭାଙ୍ଗି ନେଇଥିବା ଦେଖିବାକୁ ମିଳିଥିଲା। ବୁଧବାର ସ୍ଥାନୀୟ ବିଜୁପ୍ରେମୀମାନେ ବହୁତ ଖୋଜାଖୋଜି କରି ମୁଣ୍ଡ ପାଇଥିଲେ। ତୁରନ୍ତ ମୁଣ୍ଡ ଯୋଡି ଫୁଲମାଳ ଦେଇଥିଲେ। ସ୍ଥାନୀୟ ଆଞ୍ଚଳରେ ଉତ୍ତେଜନା ଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗୁରୁବାର ପ୍ରତିବାଦ ସଭା କରିଯିବା। ଅନ୍ୟପକ୍ଷେ ସିସିଟିଭି ପୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି। ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମହାପାତ୍ରଙ୍କ ତତ୍ୱାବଧାନରେ ଜୟନ୍ତୀ କରାଯାଇଥିଲା। ଗୁରୁବାର ପ୍ରତିବାଦସଭା ହେବ ବୋଲି ସେ ସୂଚନା ଦେଇଛନ୍ତି।
The post ଶେଷରେ ମିଳିଲା ବିଜୁବାବୁଙ୍କ ଭଙ୍ଗା ପ୍ରତିମୂର୍ତ୍ତି: ମୁଣ୍ଡଜୋଡିଲେ ବିଜୁପ୍ରେମୀ appeared first on Dharitri Odia News.