ପୁଣି ଧ୍ୟାନରେ ଲିନ ହେବେ ପ୍ରଧାନମନ୍ତ୍ରୀ, ନିର୍ବାଚନ ପ୍ରଚାର ଶେଷ କରି ୨ ଦିନ ଯିବେ କନ୍ୟାକୁମାରୀ

ନୂଆଦିଲ୍ଲୀ ୨୮।୫: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଜୁନ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ସହ ଶେଷ ହେବ ୨୦୨୪ ଲୋକସଭା ନିର୍ବାଚନ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଅଭିଯାନ ଶେଷ ହେବା ପରେ ସେ ୩୦ ମେରୁ ୧ ଜୁନ ପର୍ଯ୍ୟନ୍ତ କନ୍ୟାକୁମାରୀ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି କନ୍ୟାକୁମାରୀରେ ରକ ମେମୋରିଆଲ ଯିବେ ଓ ୩୦ ମେ ଅପରାହ୍ନରୁ ୧ ଜୁନ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ ମଣ୍ଡପମରେ ଦିନରାତି ଧ୍ୟାନ କରିବେ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନ କାଳରେ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ବେଳେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଗସ୍ତ କରିଥିଲେ ଓ ସେଠାରେ ରୁଦ୍ର ଗୁମ୍ଫାରେ ଧ୍ୟାନ ମଧ୍ୟ କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଚର୍ଚ୍ଚାରେ ଥିଲା ଓ ଆଜି ପର୍ଯ୍ୟନ୍ତ ତାଙ୍କର ଧ୍ୟାନସ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଜେପି ପଦାଧିକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଆଧ୍ୟାତ୍ମିକ ପ୍ରବାସ ନିମନ୍ତେ କନ୍ୟା କୁମାରୀକୁ ବାଛିବା ବିବେକାନନ୍ଦଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ତାଙ୍କ ସଂକଳ୍ପକୁ ଦର୍ଶାଉଛି। ଜୁନ ୪ ଭୋଟ ଗଣନା ପରେ ତୃତୀୟବାର କ୍ଷମତାକୁ ଫେରିବା ଲାଗି ମୋଦି ସମ୍ପୂର୍ଣ୍ଣ ଆଶ୍ୱସ୍ତ ଅଛନ୍ତି। ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ହେବ। ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ୨ ଦିନ ପୂର୍ବରୁ ସମାପ୍ତ ହୋଇଯିବ। ଏଣୁ ଏହି ଅବଧିରେ ପ୍ରଧା

ପୁଣି ଧ୍ୟାନରେ ଲିନ ହେବେ ପ୍ରଧାନମନ୍ତ୍ରୀ, ନିର୍ବାଚନ ପ୍ରଚାର ଶେଷ କରି ୨ ଦିନ ଯିବେ କନ୍ୟାକୁମାରୀ

ନୂଆଦିଲ୍ଲୀ ୨୮।୫: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଜୁନ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ସହ ଶେଷ ହେବ ୨୦୨୪ ଲୋକସଭା ନିର୍ବାଚନ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଅଭିଯାନ ଶେଷ ହେବା ପରେ ସେ ୩୦ ମେରୁ ୧ ଜୁନ ପର୍ଯ୍ୟନ୍ତ କନ୍ୟାକୁମାରୀ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି କନ୍ୟାକୁମାରୀରେ ରକ ମେମୋରିଆଲ ଯିବେ ଓ ୩୦ ମେ ଅପରାହ୍ନରୁ ୧ ଜୁନ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ ମଣ୍ଡପମରେ ଦିନରାତି ଧ୍ୟାନ କରିବେ। 

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନ କାଳରେ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ବେଳେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଗସ୍ତ କରିଥିଲେ ଓ ସେଠାରେ ରୁଦ୍ର ଗୁମ୍ଫାରେ ଧ୍ୟାନ ମଧ୍ୟ କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଚର୍ଚ୍ଚାରେ ଥିଲା ଓ ଆଜି ପର୍ଯ୍ୟନ୍ତ ତାଙ୍କର ଧ୍ୟାନସ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଜେପି ପଦାଧିକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଆଧ୍ୟାତ୍ମିକ ପ୍ରବାସ ନିମନ୍ତେ କନ୍ୟା କୁମାରୀକୁ ବାଛିବା ବିବେକାନନ୍ଦଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ତାଙ୍କ ସଂକଳ୍ପକୁ ଦର୍ଶାଉଛି। 

ଜୁନ ୪ ଭୋଟ ଗଣନା ପରେ ତୃତୀୟବାର କ୍ଷମତାକୁ ଫେରିବା ଲାଗି ମୋଦି ସମ୍ପୂର୍ଣ୍ଣ ଆଶ୍ୱସ୍ତ ଅଛନ୍ତି। ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ହେବ। ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ୨ ଦିନ ପୂର୍ବରୁ ସମାପ୍ତ ହୋଇଯିବ। ଏଣୁ ଏହି ଅବଧିରେ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀ ଗସ୍ତ କରି ଧ୍ୟାନସ୍ଥ ହେବା ପାଇଁ ଯୋଜନା କରିଛନ୍ତି। ଜନୈକ ବିଜେପି ନେତାଙ୍କ ଅନୁସାରେ ସେହି ସ୍ଥାନରେ ଧ୍ୟାନ କରିବା ସ୍ୱାମୀ ବିବେକାନନ୍ଦଙ୍କ ବିକଶିତ ଭାରତ ଦୃଷ୍ଟିକୋଣକୁ ଜୀବନରେ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ଦର୍ଶାଉଛି। 

ପ୍ରଧାନମନ୍ତ୍ରୀ ଯେଉଁ ସ୍ଥାନକୁ ଧ୍ୟାନ ନିମନ୍ତେ ବାଛିଛନ୍ତି ସେହି ସ୍ଥାନକୁ ପବିତ୍ର ଗ୍ରନ୍ଥମାନଙ୍କରେ ଶିବଙ୍କ ନିମନ୍ତେ ଦେବୀ ପାର୍ବତୀଙ୍କ ଧ୍ୟାନସ୍ଥଳ ରୂପେ ମଧ୍ୟ ଜଣାଯାଏ। ଏହି ସ୍ଥାନଟି ଭାରତର ଦକ୍ଷିଣ ସୀମାରେ ରହିଛି। ବିଜେପି ନେତାମାନେ କହିଛନ୍ତି ଯେ ଏହା ସେହି ସ୍ଥାନ ଯେଉଁଠି ପୂର୍ବ ଓ ପଶ୍ଚିମ ତଟ ମିଳିତ ହୋଇଛି। ଏହା ଛଡା ଏହି ସ୍ଥାନଟି ହୀନ୍ଦ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରର ମିଳନ ସ୍ଥଳ ମଧ୍ୟ।