ଭିଜିଲାନ୍ସ ଜାଲରେ ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା

କୋରାପୁଟ,୧୦।୬(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରି ନେଇଥିଲେ। ବର୍ତ୍ତମାନ ସହକାରୀ ଯନ୍ତ୍ରୀଙ୍କ ସେମିଲିଗୁଡା ବାସଭବନ, ଲମତାପୁଟ ସରକାରୀ କ୍ୱାଟର୍ସ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଚାଲିଛି। […] The post ଭିଜିଲାନ୍ସ ଜାଲରେ ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା appeared first on Dharitri Odia News.

ଭିଜିଲାନ୍ସ ଜାଲରେ ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା

କୋରାପୁଟ,୧୦।୬(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରି ନେଇଥିଲେ। ବର୍ତ୍ତମାନ ସହକାରୀ ଯନ୍ତ୍ରୀଙ୍କ ସେମିଲିଗୁଡା ବାସଭବନ, ଲମତାପୁଟ ସରକାରୀ କ୍ୱାଟର୍ସ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଚାଲିଛି।
ଜଣେ ଗ୍ରାମ ସାଥୀଙ୍କଠାରୁ ଏହି ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଗିରଫ ହୋଇଛନ୍ତି।

The post ଭିଜିଲାନ୍ସ ଜାଲରେ ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା appeared first on Dharitri Odia News.