ଥମୁନି ଭାଜପା କଳି: ୟୁପି ପରେ ଏହି ରାଜ୍ୟରେ ଉଠିଲାଣି ବିଦ୍ରୋହର ସ୍ବର
ଡେରାଡୁନ୍,୧୭।୭: ୟୁପି ଭାଜପାରେ ଉଠିଥିବା ବିଦ୍ରୋହର ନିଆଁ ପଡ଼ୋଶୀ ଉତ୍ତରାଖଣ୍ଡକୁ ବ୍ୟାପିଲାଣି। ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ୍ କହିଛନ୍ତି, ସମସ୍ତଙ୍କ ସହ ବିଚାରବିମର୍ଶ କରି ଦଳ ଭିତରେ ନିଷ୍ପତ୍ତି ନିଆଯିବା ଉଚିତ। କାହା ଉପରେ ନିଷ୍ପତ୍ତି ଲଦିଦେବା ଅନୁଚିତ। ଆଜି ତୁମେ ଅଛ, କାଲି ଆଉ କେହି ଥିବେ ବୋଲି ସେ କହିଛନ୍ତି। ଉତ୍ତରାଖଣ୍ଡ ବିଧାନସଭାର ୨ ଆସନରେ ଉପନିର୍ବାଚନରେ ଭାଜପାର ପରାଜୟ ପରିପ୍ରେକ୍ଷୀରେ ସେ ଏଭଳି ଭାଷାରେ ମୁଖ୍ୟମନ୍ତ୍ରୀ […] The post ଥମୁନି ଭାଜପା କଳି: ୟୁପି ପରେ ଏହି ରାଜ୍ୟରେ ଉଠିଲାଣି ବିଦ୍ରୋହର ସ୍ବର appeared first on Dharitri Odia News.
ଡେରାଡୁନ୍,୧୭।୭: ୟୁପି ଭାଜପାରେ ଉଠିଥିବା ବିଦ୍ରୋହର ନିଆଁ ପଡ଼ୋଶୀ ଉତ୍ତରାଖଣ୍ଡକୁ ବ୍ୟାପିଲାଣି। ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ୍ କହିଛନ୍ତି, ସମସ୍ତଙ୍କ ସହ ବିଚାରବିମର୍ଶ କରି ଦଳ ଭିତରେ ନିଷ୍ପତ୍ତି ନିଆଯିବା ଉଚିତ। କାହା ଉପରେ ନିଷ୍ପତ୍ତି ଲଦିଦେବା ଅନୁଚିତ। ଆଜି ତୁମେ ଅଛ, କାଲି ଆଉ କେହି ଥିବେ ବୋଲି ସେ କହିଛନ୍ତି। ଉତ୍ତରାଖଣ୍ଡ ବିଧାନସଭାର ୨ ଆସନରେ ଉପନିର୍ବାଚନରେ ଭାଜପାର ପରାଜୟ ପରିପ୍ରେକ୍ଷୀରେ ସେ ଏଭଳି ଭାଷାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଥିବା କୁହାଯାଉଛି। ଡେରାଡୁନ୍ରେ ସୋମବାର ବସିଥିବା ଭାଜପା କାର୍ଯ୍ୟକାରୀ କମିଟି ବୈଠକରେ ରାଓ୍ବତ୍ ଦେଇଥିବା ଏହି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି।
The post ଥମୁନି ଭାଜପା କଳି: ୟୁପି ପରେ ଏହି ରାଜ୍ୟରେ ଉଠିଲାଣି ବିଦ୍ରୋହର ସ୍ବର appeared first on Dharitri Odia News.