ଅଭିନେତ୍ରୀଙ୍କୁ ମନ୍ଦିର ପ୍ରବେଶ ପାଇଁ ହିନ୍ଦୁ ପ୍ରମାଣପତ୍ର ମଗାଗଲା
ତାମିଲନାଡୁର ମଦୁରାଇରେ ଥିବା ପ୍ରସିଦ୍ଧ ଶ୍ରୀ ମୀନାକ୍ଷୀ ସୁନ୍ଦରେଶ୍ୱରୀ ମନ୍ଦିରରେ ପ୍ରବେଶ ପାଇଁ ଅଭିନେତ୍ରୀ ନମିଥାଙ୍କୁ ହିନ୍ଦୁ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି। ମନ୍ଦିର କର୍ତ୍ତୃପକ୍ଷଙ୍କ ନିଷ୍ଠୁର ଆଚରଣକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ନମିଥାଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିର କର୍ତ୍ତୃପକ୍ଷ ତାଙ୍କୁ ଦର୍ଶନ ପାଇଁ ଯିବାକୁ ଦେଇ ନ ଥିଲେ ଓ ନିଜକୁ ହିନ୍ଦୁ ଭାବେ ପ୍ରମାଣିତ କରିବା ପାଇଁ ସାର୍ଟିଫିକେଟ ଓ ଜାତି […] The post ଅଭିନେତ୍ରୀଙ୍କୁ ମନ୍ଦିର ପ୍ରବେଶ ପାଇଁ ହିନ୍ଦୁ ପ୍ରମାଣପତ୍ର ମଗାଗଲା appeared first on Dharitri Odia News.
ତାମିଲନାଡୁର ମଦୁରାଇରେ ଥିବା ପ୍ରସିଦ୍ଧ ଶ୍ରୀ ମୀନାକ୍ଷୀ ସୁନ୍ଦରେଶ୍ୱରୀ ମନ୍ଦିରରେ ପ୍ରବେଶ ପାଇଁ ଅଭିନେତ୍ରୀ ନମିଥାଙ୍କୁ ହିନ୍ଦୁ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି। ମନ୍ଦିର କର୍ତ୍ତୃପକ୍ଷଙ୍କ ନିଷ୍ଠୁର ଆଚରଣକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ନମିଥାଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିର କର୍ତ୍ତୃପକ୍ଷ ତାଙ୍କୁ ଦର୍ଶନ ପାଇଁ ଯିବାକୁ ଦେଇ ନ ଥିଲେ ଓ ନିଜକୁ ହିନ୍ଦୁ ଭାବେ ପ୍ରମାଣିତ କରିବା ପାଇଁ ସାର୍ଟିଫିକେଟ ଓ ଜାତି ସାର୍ଟିଫିକେଟ ଦେଖାଇବାକୁ କହିଥିଲେ। ଦେଶର ଏକ ମନ୍ଦିରକୁ ଦର୍ଶନ କରିବାକୁ ଯିବା ବେଳେ ଏଭଳି କଟକଣା କ’ଣ ପାଇଁ ସେ ବୁଝିପାରୁ ନ ଥିବା କହିଛନ୍ତି। ଅଭିନେତ୍ରୀ କହିଛନ୍ତି, ସେ ଜନ୍ମରୁ ହିନ୍ଦୁ ଓ ତିରୁପତିରେ ବିବାହ କରିଥିବା ସମସ୍ତେ ଜାଣନ୍ତି। ତାଙ୍କ ପୁଅ ନାଁ ମଧ୍ୟ ଭଗବାନ କୃଷ୍ଣଙ୍କ ନାମ ଅନୁସାରେ ରଖାଯାଇଛି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଓ ତାଙ୍କ ସ୍ବାମୀ ମାସ୍କ ପିନ୍ଧି ଆସିଥିବାରୁ ସେମାନେ ହିନ୍ଦୁ କି ନୁହନ୍ତି, ପରମ୍ପରା ଅନୁଯାୟୀ ତାହା ଜାଣିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ଅଟକାଇଥିଲେ ବୋଲି କହିଛନ୍ତି।
The post ଅଭିନେତ୍ରୀଙ୍କୁ ମନ୍ଦିର ପ୍ରବେଶ ପାଇଁ ହିନ୍ଦୁ ପ୍ରମାଣପତ୍ର ମଗାଗଲା appeared first on Dharitri Odia News.