କୈଳାଶ ଗହଲୋତଙ୍କ ଇସ୍ତଫା ବିଜେପିର ଷଡ଼ଯନ୍ତ୍ର : ସଞ୍ଜୟ ସିଂହ

ନୂଆଦିଲ୍ଲୀ ୧୭।୧୧: ଦିଲ୍ଲୀ ସରକାରରେ ନମ୍ବର ୩ ଭୂମିକା ନିର୍ବାହ କରୁଥିବା କୈଳାଶ ଗହଲୋତ ରବିବାର ଅଚାନକ ତାଙ୍କ ମନ୍ତ୍ରୀ ପଦ ସହିତ ଆମ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତା ମଧ୍ୟ ତ୍ୟାଗ କରିଛନ୍ତି। ଇସ୍ତଫା ପତ୍ରରେ ଗହଲୋତ ପାର୍ଟି ଓ ପାର୍ଟି ମୁଖିଆ ଅରବିନ୍ଦ କେଜରିୱାଲଙ୍କୁ ନେଇ ଗୁରୁତର ପ୍ରଶ୍ନ ଉଠାଇଥିବା ବେଳେ ଏହା ତାଙ୍କର ବାଧ୍ୟବାଧ୍ୟକତାରେ ନିଆଯାଇଥିବା ପଦକ୍ଷେପ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ବିଜେପି କେନ୍ଦ୍ରୀୟ ଏଜେନ୍ସୀଙ୍କ ମାଧ୍ୟମରେ କୈଳାଶ ଗେହଲୋତଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଆପ କହିଛି। କୈଳାଶ ଗେହଲୋତଙ୍କ ଇସ୍ତଫା ପରେ ଆପ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ କୈଳାଶ ଗହଲୋତଙ୍କ ଘର ଉପରେ ଅନେକ ବାର ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ ହୋଇଛି। ବିଜେପି ପକ୍ଷରୁ ତାଙ୍କ ଉପରେ ଅନେକ ପ୍ରକାର ଚାପ ପକାଇବାକୁ ଉଦ୍ୟମ କରାଯାଇଛି। ଏଣୁ କୈଳାଶ ଗହଲୋତଙ୍କ ଇସ୍ତଫା ବିଜେପି ଷଡ଼ଯନ୍ତ୍ରର ଏକ ଅଂଶବିଶେଷ ବୋଲି ସଞ୍ଜୟ ସିଂହ କହିଛନ୍ତି। ସେ କହିଛନ୍ତି ଯେ ବିଜେପିର ଚାପ ରାଜନୀତିର ଏହା ଏକ ଅଂଶବିଶେଷ, ସେମାନେ ଦିଲ୍ଲୀରେ ଯେଉଁ ଚାଲ ଚଳେଇଥିଲେ ତାହା କିଛି ଲୋକଙ୍କ ଉପରେ ସଫଳ ହୋଇଛି। ଇଡି ଓ ଆୟକର ବିଭାଗର ଏତେ ଚଢଉ ହୋଇଥିଲା ଯେ ବିଜେପିକୁ ଯିବା ବଦଳେ ତାଙ୍କର ଅନ୍ୟ ଉପାୟ ନଥିଲା। ଏଥି ପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ସଞ୍ଜୟ ସିଂହ ଗ

କୈଳାଶ ଗହଲୋତଙ୍କ ଇସ୍ତଫା ବିଜେପିର ଷଡ଼ଯନ୍ତ୍ର : ସଞ୍ଜୟ ସିଂହ

ନୂଆଦିଲ୍ଲୀ ୧୭।୧୧: ଦିଲ୍ଲୀ ସରକାରରେ ନମ୍ବର ୩ ଭୂମିକା ନିର୍ବାହ କରୁଥିବା କୈଳାଶ ଗହଲୋତ ରବିବାର ଅଚାନକ ତାଙ୍କ ମନ୍ତ୍ରୀ ପଦ ସହିତ ଆମ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତା ମଧ୍ୟ ତ୍ୟାଗ କରିଛନ୍ତି। ଇସ୍ତଫା ପତ୍ରରେ ଗହଲୋତ ପାର୍ଟି ଓ ପାର୍ଟି ମୁଖିଆ ଅରବିନ୍ଦ କେଜରିୱାଲଙ୍କୁ ନେଇ ଗୁରୁତର ପ୍ରଶ୍ନ ଉଠାଇଥିବା ବେଳେ ଏହା ତାଙ୍କର ବାଧ୍ୟବାଧ୍ୟକତାରେ ନିଆଯାଇଥିବା ପଦକ୍ଷେପ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ବିଜେପି କେନ୍ଦ୍ରୀୟ ଏଜେନ୍ସୀଙ୍କ ମାଧ୍ୟମରେ କୈଳାଶ ଗେହଲୋତଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଆପ କହିଛି। 

କୈଳାଶ ଗେହଲୋତଙ୍କ ଇସ୍ତଫା ପରେ ଆପ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ କୈଳାଶ ଗହଲୋତଙ୍କ ଘର ଉପରେ ଅନେକ ବାର ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ ହୋଇଛି। ବିଜେପି ପକ୍ଷରୁ ତାଙ୍କ ଉପରେ ଅନେକ ପ୍ରକାର ଚାପ ପକାଇବାକୁ ଉଦ୍ୟମ କରାଯାଇଛି। ଏଣୁ କୈଳାଶ ଗହଲୋତଙ୍କ ଇସ୍ତଫା ବିଜେପି ଷଡ଼ଯନ୍ତ୍ରର ଏକ ଅଂଶବିଶେଷ ବୋଲି ସଞ୍ଜୟ ସିଂହ କହିଛନ୍ତି। 

ସେ କହିଛନ୍ତି ଯେ ବିଜେପିର ଚାପ ରାଜନୀତିର ଏହା ଏକ ଅଂଶବିଶେଷ, ସେମାନେ ଦିଲ୍ଲୀରେ ଯେଉଁ ଚାଲ ଚଳେଇଥିଲେ ତାହା କିଛି ଲୋକଙ୍କ ଉପରେ ସଫଳ ହୋଇଛି। ଇଡି ଓ ଆୟକର ବିଭାଗର ଏତେ ଚଢଉ ହୋଇଥିଲା ଯେ ବିଜେପିକୁ ଯିବା ବଦଳେ ତାଙ୍କର ଅନ୍ୟ ଉପାୟ ନଥିଲା। ଏଥି ପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ସଞ୍ଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି। ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଗହଲୋତ ୫ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ଅଂଶବିଶେଷ ଥିଲେ। ଏଣୁ ସେ ଏବେ ସେପରି କଥା କହି ପାରିବେନି। ଏବେ ସେ ଯଦି ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାନ୍ତି ଏହା ହାସ୍ୟସ୍ପଦ ହେବ। 

ସଞ୍ଜୟ ସିଂହ କହିଛନ୍ତି ଯେ ଅସଲ କଥା ହେଉଛି ବିଜେପି ଲଗାତାର ତାଙ୍କ ଘର ଉପରେ ଇଡି ଚଢଉ କରୁଥିଲା। ତାଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଇ ମାନସିକ ରୂପେ ପୀଡା ଦିଆଯାଉଥିଲା। ଆୟକର ୧୧୨ କୋଟି ଟଙ୍କାର ମାମଲା ଦେଖାଇ ତାଙ୍କ ଘର ଉପରେ ରେଡ କରୁଥିଲା। ଯାହା ଷଡ଼ଯନ୍ତ୍ରର ଏକ ଅଂଶବିଶେଷ ବୋଲି ସଞ୍ଜୟ ସିଂହ କହିଛନ୍ତି।