ଗମ୍ଭୀରଙ୍କ ସ୍ଥାନ ନେବେ ସୌରଭ ଗାଙ୍ଗୁଲି ? କୋଚ୍ ହେବାକୁ ଇଚ୍ଛା ପ୍ରକାଶ କଲେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ କହିଲେ...

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ପ୍ରବେଶକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଭାରତୀୟ ଦଳର କୋଚ୍ ହେବା ପାଇଁ ତାଙ୍କର କୌଣସି ଆପତ୍ତି ନାହିଁ। ଜୁଲାଇ ମାସରେ ୫୩ ବର୍ଷ ବୟସରେ ପାଦ ଦେବାକୁ ଯାଉଥିବା ଗାଙ୍ଗୁଲି ୨୦୧୮-୧୯ ଓ ୨୦୨୨-୨୪ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନିର୍ଦ୍ଦେଶକ ଥିଲେ। କଣ ସେ ଭାରତୀୟ ଦଳର କୋଚ୍ ହେବାକୁ ଚାହାନ୍ତି ? ଏହି ପ୍ରଶ୍ନର ଉତ୍ତରରେ ପିଟିଆଇକୁ ଦେଇଥିବା ପଡକାଷ୍ଟ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ମୁଁ ଏହି ବିଷୟରେ ଚିନ୍ତା କରି ନାହିଁ, କାରଣ ମୁଁ ଭିନ୍ନ ଭିନ୍ନ ଭୂମିକାରେ ରହି ଆସିଛି।ସେ ଏହା ମଧ୍ୟ କହିଛନ୍ତି, ମୁଁ ୨୦୧୩ରେ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳରୁ ସନ୍ନ୍ୟାସ ନେଇଥିଲି। ପୁଣି ବିସିସିଆଇର ଅଧ୍ୟକ୍ଷ ହେଲି। କଣ ଭାରତର କୋଚ୍ ହୋଇ ଆହୁରି ଯୋଗଦାନ ଦେଇ ପାରିବେ ? ଗାଙ୍ଗୁଲି କହିଛନ୍ତି ଦେଖିବା ଆଗକୁ କଣ ହେଉଛି। ମୋର ବୟସ ୫୦ ବର୍ଷରୁ ଅଧିକ ହେଲାଣି। ଦେଖିବା ଆଗକୁ କଣ ହେଉଛି। ମୋତେ ଏଥିରେ କୌଣସି ଆପତ୍ତି ନାହିଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ସେ ରାଜନୀତିକୁ ଆସିବେ ନାହିଁ।Also read: ସବୁଠୁ ଆଗରେ ଜଶ୍‌ପ୍ରୀତ୍‌ ବୁମ୍‌ରା, ବିଦେଶ ମାଟିରେ ରଚିଲେ ନୂଆ କୀର୍ତ୍ତିମାନକଣ ପଶ୍ଚିମବଙ୍ଗରେ ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଣ ସେ କୌଣସି ରାଜନୀତି ପାର୍ଟିରେ ସାମିଲ ହେବେ। ଏଥିରେ

ଗମ୍ଭୀରଙ୍କ ସ୍ଥାନ ନେବେ ସୌରଭ ଗାଙ୍ଗୁଲି ? କୋଚ୍ ହେବାକୁ ଇଚ୍ଛା ପ୍ରକାଶ କଲେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ କହିଲେ...

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ପ୍ରବେଶକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଭାରତୀୟ ଦଳର କୋଚ୍ ହେବା ପାଇଁ ତାଙ୍କର କୌଣସି ଆପତ୍ତି ନାହିଁ। ଜୁଲାଇ ମାସରେ ୫୩ ବର୍ଷ ବୟସରେ ପାଦ ଦେବାକୁ ଯାଉଥିବା ଗାଙ୍ଗୁଲି ୨୦୧୮-୧୯ ଓ ୨୦୨୨-୨୪ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନିର୍ଦ୍ଦେଶକ ଥିଲେ। କଣ ସେ ଭାରତୀୟ ଦଳର କୋଚ୍ ହେବାକୁ ଚାହାନ୍ତି ? ଏହି ପ୍ରଶ୍ନର ଉତ୍ତରରେ ପିଟିଆଇକୁ ଦେଇଥିବା ପଡକାଷ୍ଟ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ମୁଁ ଏହି ବିଷୟରେ ଚିନ୍ତା କରି ନାହିଁ, କାରଣ ମୁଁ ଭିନ୍ନ ଭିନ୍ନ ଭୂମିକାରେ ରହି ଆସିଛି।

ସେ ଏହା ମଧ୍ୟ କହିଛନ୍ତି, ମୁଁ ୨୦୧୩ରେ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳରୁ ସନ୍ନ୍ୟାସ ନେଇଥିଲି। ପୁଣି ବିସିସିଆଇର ଅଧ୍ୟକ୍ଷ ହେଲି। କଣ ଭାରତର କୋଚ୍ ହୋଇ ଆହୁରି ଯୋଗଦାନ ଦେଇ ପାରିବେ ? ଗାଙ୍ଗୁଲି କହିଛନ୍ତି ଦେଖିବା ଆଗକୁ କଣ ହେଉଛି। ମୋର ବୟସ ୫୦ ବର୍ଷରୁ ଅଧିକ ହେଲାଣି। ଦେଖିବା ଆଗକୁ କଣ ହେଉଛି। ମୋତେ ଏଥିରେ କୌଣସି ଆପତ୍ତି ନାହିଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ସେ ରାଜନୀତିକୁ ଆସିବେ ନାହିଁ।

Also read: ସବୁଠୁ ଆଗରେ ଜଶ୍‌ପ୍ରୀତ୍‌ ବୁମ୍‌ରା, ବିଦେଶ ମାଟିରେ ରଚିଲେ ନୂଆ କୀର୍ତ୍ତିମାନ

କଣ ପଶ୍ଚିମବଙ୍ଗରେ ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଣ ସେ କୌଣସି ରାଜନୀତି ପାର୍ଟିରେ ସାମିଲ ହେବେ। ଏଥିରେ ସ୍ମିତହାସ୍ୟ ଦେଇ ଗାଙ୍ଗୁଲି କହିଛନ୍ତି,  ରାଜନୀତି ପ୍ରତି ମୋର କୌଣସି ରୁଚି ନାହିଁ। ଯଦି ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦିଆଯାଏ ? ତଥାପି ମୋର କୌଣସି ରୁଚି ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି। ଏହି ପୂର୍ବତନ ଭାରତୀୟ ଅଧିନାୟକ କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରଶଂସା କରି କହିଛନ୍ତି ଯେ, ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ପରଠୁ ଗମ୍ଭୀର ଲୟ ଧରି ପାରିଛନ୍ତି।

ଗୌତମ ଏବେ ଭଲ କାମ କରୁଛନ୍ତି। ଆରମ୍ଭ କିଛିଟା ନିରାଶଜନକ ଥିଲା। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ହାତରୁ ଟେଷ୍ଟ ସିରିଜ୍ ହାରିଲେ। ମାତ୍ର ଚାମ୍ପିଅନ୍ସ ଟ୍ରଫି ପରେ ସେ ଲୟ ଧରି ପାରିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଦଳ ଏବଂ ଗମ୍ଭୀରଙ୍କ ପାଇଁ ବେଶ ମହତ୍ଵପୂର୍ଣ୍ଣ। ଗମ୍ଭୀର କେତେ କୁଶଳ ରଣନୀତିକାର ? ଏହି ପ୍ରଶ୍ନ ଉପରେ ଗାଙ୍ଗୁଲି କହିଛନ୍ତି, ଏହି ଭୂମିକାରେ ଗମ୍ଭୀରଙ୍କୁ ମୁଁ ନିକଟରୁ ଦେଖି ନାହିଁ ମାତ୍ର ମୁଁ ତାଙ୍କର କାମ କରିବାର ଉତ୍ସାହକୁ ଦେଖିଛି। ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଗମ୍ଭୀର ବହୁତ ସିଧାସଳଖ କଥା ହୁଅନ୍ତି। ସେ ନିଜର ବିଚାରକୁ ଖୋଲି କି ରଖନ୍ତି।