ଅମିତ ସୈନୀଙ୍କ ନୂଆ ଡିଜିଟାଲ ପ୍ଲାଟଫର୍ମ, ଲଞ୍ଚ କଲେ ‘ଦ ଏକ୍ସ ଇଣ୍ଡିଆ’

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ଅମିତ ସୈନୀ ନିଜର ନୂଆ ଡିଜିଟାଲ ପ୍ଲାଟର୍ଫମ ‘ଦ ଏକ୍ସ ଇଣ୍ଡିଆ’ ଲଞ୍ଚ କରିଛନ୍ତି। ସେ ତାଙ୍କର ‘ସମାଚାର ଟୁଡେ’କୁ ବନ୍ଦ କରି ଏବେ ଏହି ନୂଆ ଡିଜିଟାଲ ମିଡିଆ ଲଞ୍ଚ କରିଛନ୍ତି। ସେ କହିଛନ୍ତି ‘ଦ ଏକ୍ସ ଇଣ୍ଡିଆ’ ଡିଜିଟାଲ ମିଡିଆ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ ପ୍ରସ୍ତୁତ। ସମ୍ପାଦନା ଏବଂ ପ୍ରକାଶନର କାର୍ଯ୍ୟ ପଶ୍ଚିମ ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ହେବ। ‘ଦ ଏକ୍ସ ଇଣ୍ଡିଆ’ ଷ୍ଟ୍ରିମିଂ ମାଧ୍ୟମରେ ବିଭିନ୍ନ ଓଟିଟି ପ୍ଲାଟଫର୍ମ ସହ ଲୋକପ୍ରିୟ ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ ହେବ। ଅମିତ ସୈନୀ କହିଛନ୍ତି, ‘ଦ ଏକ୍ସ ଇଣ୍ଡିଆ’କୁ ଅନେକ ବ୍ୟାଙ୍କ ଏବଂ ଏନବିଏଫସି ସହ କାମ କରୁଥିବା ଅଗ୍ରଣୀ ଆର୍ଥିକ ସଂସ୍ଥାରୁ ପର୍ଯ୍ୟାୟ ଆର୍ଥିକ ସହାୟତା ମିଳିଛି। ‘ଦ ଏକ୍ସ ଇଣ୍ଡିଆ’ ପାଇଁ ସମାଚାର ଟୁଡେ’ର ପୁରୁଣା ଟିମ୍ ଏବଂ ନେଟଓ୍ବର୍କ ବଜାୟ ରହିଛି। ଅନୁଭବୀ ବ୍ୟକ୍ତିଙ୍କୁ ପ୍ରମୁଖ ଦାୟିତ୍ବ ଦିଆଯାଇଛି।’ ଆହୁରି ପଢ଼ନ୍ତୁ: ଦେଶରେ ୨.୧୬ ଲକ୍ଷ ଲୋକ ବର୍ଷକୁ ଏକ କୋଟିର ଅଧିକ ଇନ୍‌କମ କରୁଛନ୍ତି: ସଂସଦରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଜ୍ଞାନେଶ ବର୍ମା ଲକ୍ଷ୍ନୌ ବ୍ୟୁରୋ ଦାୟିତ୍ବରେ ରହିଛନ୍ତି ଏବଂ ପ୍ରଭାକର ରାଣା ଦିଲ୍ଲୀରେ ମାମଲାର ପ୍ରବନ୍ଧନ କରୁଛନ୍ତି। ଅମିତ ସୈନୀ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ ମିଡିଆରେ ପ୍ରାୟ ଦୁଇ ଦଶକର ଅନୁଭବ ରହିଛି। ଅମିତ ସୈନୀ ଅ

ଅମିତ ସୈନୀଙ୍କ ନୂଆ ଡିଜିଟାଲ ପ୍ଲାଟଫର୍ମ, ଲଞ୍ଚ କଲେ ‘ଦ ଏକ୍ସ ଇଣ୍ଡିଆ’

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ଅମିତ ସୈନୀ ନିଜର ନୂଆ ଡିଜିଟାଲ ପ୍ଲାଟର୍ଫମ ‘ଦ ଏକ୍ସ ଇଣ୍ଡିଆ’ ଲଞ୍ଚ କରିଛନ୍ତି। ସେ ତାଙ୍କର ‘ସମାଚାର ଟୁଡେ’କୁ ବନ୍ଦ କରି ଏବେ ଏହି ନୂଆ ଡିଜିଟାଲ ମିଡିଆ ଲଞ୍ଚ କରିଛନ୍ତି। ସେ କହିଛନ୍ତି ‘ଦ ଏକ୍ସ ଇଣ୍ଡିଆ’ ଡିଜିଟାଲ ମିଡିଆ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ ପ୍ରସ୍ତୁତ। ସମ୍ପାଦନା ଏବଂ ପ୍ରକାଶନର କାର୍ଯ୍ୟ ପଶ୍ଚିମ ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ହେବ।

‘ଦ ଏକ୍ସ ଇଣ୍ଡିଆ’ ଷ୍ଟ୍ରିମିଂ ମାଧ୍ୟମରେ ବିଭିନ୍ନ ଓଟିଟି ପ୍ଲାଟଫର୍ମ ସହ ଲୋକପ୍ରିୟ ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ ହେବ। ଅମିତ ସୈନୀ କହିଛନ୍ତି, ‘ଦ ଏକ୍ସ ଇଣ୍ଡିଆ’କୁ ଅନେକ ବ୍ୟାଙ୍କ ଏବଂ ଏନବିଏଫସି ସହ କାମ କରୁଥିବା ଅଗ୍ରଣୀ ଆର୍ଥିକ ସଂସ୍ଥାରୁ ପର୍ଯ୍ୟାୟ ଆର୍ଥିକ ସହାୟତା ମିଳିଛି। ‘ଦ ଏକ୍ସ ଇଣ୍ଡିଆ’ ପାଇଁ ସମାଚାର ଟୁଡେ’ର ପୁରୁଣା ଟିମ୍ ଏବଂ ନେଟଓ୍ବର୍କ ବଜାୟ ରହିଛି। ଅନୁଭବୀ ବ୍ୟକ୍ତିଙ୍କୁ ପ୍ରମୁଖ ଦାୟିତ୍ବ ଦିଆଯାଇଛି।’

ଆହୁରି ପଢ଼ନ୍ତୁ: ଦେଶରେ ୨.୧୬ ଲକ୍ଷ ଲୋକ ବର୍ଷକୁ ଏକ କୋଟିର ଅଧିକ ଇନ୍‌କମ କରୁଛନ୍ତି: ସଂସଦରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ଜ୍ଞାନେଶ ବର୍ମା ଲକ୍ଷ୍ନୌ ବ୍ୟୁରୋ ଦାୟିତ୍ବରେ ରହିଛନ୍ତି ଏବଂ ପ୍ରଭାକର ରାଣା ଦିଲ୍ଲୀରେ ମାମଲାର ପ୍ରବନ୍ଧନ କରୁଛନ୍ତି। ଅମିତ ସୈନୀ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ ମିଡିଆରେ ପ୍ରାୟ ଦୁଇ ଦଶକର ଅନୁଭବ ରହିଛି। ଅମିତ ସୈନୀ ଅମର ଉଜାଲା, ଜି ନ୍ୟୁଜ, ଭାସ୍କର ନ୍ୟୁଜ ଏବଂ ଇଣ୍ଡିଆ କ୍ରାଇମ ଭଳି ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଜ ସେବା ଦେଇଛନ୍ତି। ଅମିତ ସୈନୀ ‘ଦ କ୍ବିଣ୍ଟ’ ସହ ଅନ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସହ ସହଯୋଗ ଜାରି ରଖିବେ।

The post ଅମିତ ସୈନୀଙ୍କ ନୂଆ ଡିଜିଟାଲ ପ୍ଲାଟଫର୍ମ, ଲଞ୍ଚ କଲେ ‘ଦ ଏକ୍ସ ଇଣ୍ଡିଆ’ appeared first on Prameya News7.