ଅପେରା ଦେଖିବାକୁ ଆସିଥିଲେ ଯୁବକକୁ ମାରଣାସ୍ତ୍ରରେ ଭୁସି ହତ୍ୟା

କଣ୍ଟାମାଳ: ମୋ ପୁଅ ଘରୁ ରାତି ୧୦ଟାରେ ବାହାରି ଯାଇଥିଲା ଅପେରା ଦେଖିବାକୁ । ହେଲେ ରାତି ୩ ଟାରେ ମୋ ପାଖରେ ଖବର ଆସି ପହଞ୍ଚି ଥିଲା ମୋ ପୁଅ ଉପରେ କୁଆଡ଼େ ମରଣାନ୍ତକ ଆକ୍ରମଣ ହୋଇଛି ବୋଲି । ଏହା ଶୁଣି ମୋ ପାଦ ତଳୁ ମାଟି ଖସିଯାଇଥିଲା। ମୁଁ ଆଉ କିଛି ନ ଭାବି ମୋ ପୁଅକୁ ଦେଖିବା ପାଇଁ ସଙ୍ଗେ ସଙ୍ଗେ ଧାଇଁ ଯାଇଥିଲି ତା ପାଖକୁ । ଆଉ ଦେଖିଲା […] The post ଅପେରା ଦେଖିବାକୁ ଆସିଥିଲେ ଯୁବକକୁ ମାରଣାସ୍ତ୍ରରେ ଭୁସି ହତ୍ୟା appeared first on KNews Odisha.

ଅପେରା ଦେଖିବାକୁ ଆସିଥିଲେ ଯୁବକକୁ ମାରଣାସ୍ତ୍ରରେ ଭୁସି  ହତ୍ୟା

କଣ୍ଟାମାଳ: ମୋ ପୁଅ ଘରୁ ରାତି ୧୦ଟାରେ ବାହାରି ଯାଇଥିଲା ଅପେରା ଦେଖିବାକୁ । ହେଲେ ରାତି ୩ ଟାରେ ମୋ ପାଖରେ ଖବର ଆସି ପହଞ୍ଚି ଥିଲା ମୋ ପୁଅ ଉପରେ କୁଆଡ଼େ ମରଣାନ୍ତକ ଆକ୍ରମଣ ହୋଇଛି ବୋଲି । ଏହା ଶୁଣି ମୋ ପାଦ ତଳୁ ମାଟି ଖସିଯାଇଥିଲା। ମୁଁ ଆଉ କିଛି ନ ଭାବି ମୋ ପୁଅକୁ ଦେଖିବା ପାଇଁ ସଙ୍ଗେ ସଙ୍ଗେ ଧାଇଁ ଯାଇଥିଲି ତା ପାଖକୁ । ଆଉ ଦେଖିଲା ବେଳକୁ ମୋ ପୁଅ ପେଟ କ୍ଷତାକ୍ତ ହୋଇଛି ଆଉସେ ସେଠାରେ ପଡ଼ି ରହିଛି । କିଛି ଉପାୟ ନପାଇ ତୁରନ୍ତ ତାକୁ ମେଡିକାଲ ନେଇଥିଲି । ହେଲେ ଏବେ ମୋ ପୁଅ ଏ ଦୁନିଆରେ ନାହିଁ । ମୋତେ ନ୍ୟାୟ ଦରକାର । ମୋ ପୁଅ ମୃତ୍ୟୁର ଫୁଙ୍ଖାନୁଫୁଙ୍ଖ ତଦନ୍ତ କରାଯାଇ ଦୋଷୀକୁ ଉପୁଯୁକ୍ତ ଦଣ୍ଡ ଦିଆଯାଉ । ଏ ଥିଲା ଗୋଟିଏ ପୁତ୍ରହରା ବାପାର କୋହଭରା କଣ୍ଠର କଥା । ଯିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ।

ତେବେ ପ୍ରଥମେ ଗଣ୍ଡଗୋଳ ଓ ପରେ ଯୁବକକୁ ମାରଣାସ୍ତ୍ରରେ ଭୁସି ହତ୍ୟା କରାଯାଇଥିଲା l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡୁଗୁଡା ହାଟପଦାରେ ଘଟିଛି ଏଭଳି ଘଟଣା l ମୃତକ ଜଣକ ହେଲେ ଡ଼ିମିରିପାଲି ଗାଁର ସୁବ୍ରତ ସେଠୀ l ଗତକାଲି ରାତିରେ ଯମଟାଙ୍ଗିକୁ ଅପେରା ଦେଖିବାକୁ ଆସିଥିଲେ ସୁବ୍ରତ l ସେହି ଅପେରା ଦେଖିବା ତାଙ୍କ ପାଇଁ କାଳ ପାଲଟିଲା । ସେଠାରେ ସେ କିଛି ସମୟ ଅପେରା ମଧ୍ୟ ଦେଖିଥିଲେ । କିନ୍ତୁ କୌଣସି କାରଣରୁ ସେଠାରେ ଅନ୍ୟ ଯୁଵକଙ୍କ ସହ ସୁବ୍ରତର ଝମେଲା ହୋଇଥିଲା l ପରେ ଉକ୍ତ ଯୁବକମାନେ ସୁବ୍ରତକୁ ଗୁଦୁଗଦା ହାତପଦା ଛକରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ l

ଖବର ପାଇ ପରିବାର ଲୋକେ ଗୁରୁତର ସୁବ୍ରତକୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ । ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ସେଠାରେ ସୁବ୍ରତଙ୍କ ମୃତ୍ୟୁ ହୋଇଯାଇଛି l ପରିବାର ଲୋକେ ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ଦାୟର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି l ବର୍ତ୍ତମାନ ଅଭିଯୋଗ ଆଧାରରେ ମନମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି ।

The post ଅପେରା ଦେଖିବାକୁ ଆସିଥିଲେ ଯୁବକକୁ ମାରଣାସ୍ତ୍ରରେ ଭୁସି ହତ୍ୟା appeared first on KNews Odisha.