ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ

ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍‌ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ ସୂଚନା ଦେଇଛନ୍ତି। କାବୋସୁକୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମେ’ ୨୬ରେ ବିଦାୟୀ ସମାରୋହ ଆୟୋଜନ କରାଯିବ। ୨୦୦୮ରେ ଶିବା ଇନୁ ନସ୍ଲ କାବୋସୁକୁ ପୋଷ୍ୟ କୁକୁର ଭାବେ ଘରକୁ ଆଣିଥିଲେ। ୨୦୨୨ରେ ସେ କ୍ରୋନିକ୍‌ ଲିମ୍ଫୋମା ଲ୍ୟୁକେମିଆରେ ପୀଡ଼ିତ ହୋଇ ଅସୁସ୍ଥ ହୋଇଥିଲା। ଶୁକ୍ରବାର ସକାଳ ୭.୫୦ରେ ସେ ଶେଷନିଶ୍ୱାସ […] The post ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ appeared first on Dharitri Odia News.

ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ

ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍‌ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ ସୂଚନା ଦେଇଛନ୍ତି। କାବୋସୁକୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମେ’ ୨୬ରେ ବିଦାୟୀ ସମାରୋହ ଆୟୋଜନ କରାଯିବ।

୨୦୦୮ରେ ଶିବା ଇନୁ ନସ୍ଲ କାବୋସୁକୁ ପୋଷ୍ୟ କୁକୁର ଭାବେ ଘରକୁ ଆଣିଥିଲେ। ୨୦୨୨ରେ ସେ କ୍ରୋନିକ୍‌ ଲିମ୍ଫୋମା ଲ୍ୟୁକେମିଆରେ ପୀଡ଼ିତ ହୋଇ ଅସୁସ୍ଥ ହୋଇଥିଲା। ଶୁକ୍ରବାର ସକାଳ ୭.୫୦ରେ ସେ ଶେଷନିଶ୍ୱାସ ତ୍ୟାଗ କରିଛି।

୨୦୧୦ରେ କାବୋସୁର କିଛି ଫଟୋ ଭାଇରାଲ ହୋଇଥିଲା। ଏହାକୁ ବିନିଯୋଗ କରି ‘ଡୋଗେ ମେମେ’ ପ୍ରସ୍ତୁତ ହୋଇଥିଲା। ପରେ ଏହି ମେମେ ଇଣ୍ଟରନେଟ୍‌ରେ ଚହଳ ପକାଇଥିଲା। କେବଳ ଏତିକି ନୁହେଁ ଡୋଗୋକଏନ୍‌ ନିର୍ମାଣ ପଛରେ ମଧ୍ୟ ଏହି ମେମେ ରହିଛି। ଏଥିରେ କାବୋସୁର ଫଟୋକୁ କ୍ରିପ୍ଟୋକରେନ୍ସିର ଲୋଗୋ ଭାବେ ବ୍ୟବହାର କରାଯାଇଛି।

The post ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ appeared first on Dharitri Odia News.