ସୀମାରୁ ହଟୁଛି ଚୀନ ସେନା, ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇଲା ଚୀନ
ଏଲଏସିରେ ଶାନ୍ତି ଫେରାଇ ଆଣିବାକୁ ପଛକୁ ହଟୁଛି ଚୀନ ସେନା । ଗଲୱାନ ଘାଟି ସମେତ ପୂର୍ବ ଲଦାଖ ସୀମାର ୪ଟି ଇଲାକାରୁ ପଛକୁ ହଟିଲା ପିଏଲଏ । ଦ୍ବିପାକ୍ଷିକ ସଂପର୍କରେ ସୁଧାର ଆଣିବାକୁ ଚୀନ ସେନା ହଟାଉଛି । ଏନଏସଏ ଅଜିତ ଡୋଭାଲଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଆଲୋଚନା ପରେ ସ୍ପଷ୍ଟ କରିଛି ଚୀନ । ସେଣ୍ଟ ପିଟର୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ ଡୋଭାଲ ଓ ୱାଙ୍ଗ ୟିଙ୍କ ମଧ୍ୟରେ ଏଲଏସି ପ୍ରସଙ୍ଗରେ […] The post ସୀମାରୁ ହଟୁଛି ଚୀନ ସେନା, ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇଲା ଚୀନ appeared first on KNews Odisha.

ଏଲଏସିରେ ଶାନ୍ତି ଫେରାଇ ଆଣିବାକୁ ପଛକୁ ହଟୁଛି ଚୀନ ସେନା । ଗଲୱାନ ଘାଟି ସମେତ ପୂର୍ବ ଲଦାଖ ସୀମାର ୪ଟି ଇଲାକାରୁ ପଛକୁ ହଟିଲା ପିଏଲଏ । ଦ୍ବିପାକ୍ଷିକ ସଂପର୍କରେ ସୁଧାର ଆଣିବାକୁ ଚୀନ ସେନା ହଟାଉଛି । ଏନଏସଏ ଅଜିତ ଡୋଭାଲଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଆଲୋଚନା ପରେ ସ୍ପଷ୍ଟ କରିଛି ଚୀନ ।
ସେଣ୍ଟ ପିଟର୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ ଡୋଭାଲ ଓ ୱାଙ୍ଗ ୟିଙ୍କ ମଧ୍ୟରେ ଏଲଏସି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭାରତ-ଚୀନ ଦ୍ବିପାକ୍ଷିକ ସଂପର୍କରେ ଉନ୍ନତି ଆଣିବା ପାଇଁ ସେନା ହଟାଇବା କାର୍ଯ୍ୟ ଜାରି ରଖିବାକୁ ଉଭୟ ରାଜି ହୋଇଥିଲେ । ଏହା ପରେ ଚୀନ ନିଜର ସେନାକୁ ୪ଟି ସ୍ଥାନରୁ ହଟାଇଥିବା ସୂଚନା ଦେଇଛି ଚୀନ ବୈଦେଶିକ ମନ୍ତ୍ରାଳୟ । ଏହାର ଦିନକ ପୂର୍ବରୁ ଚୀନ ସହ ସୀମାରେ ସୈନ୍ୟ ମୁତୟନ ସମସ୍ୟା ପ୍ରାୟ ୭୫ ପ୍ରତିଶତ ସମାଧାନ ହୋଇଥିବା ଜେନେଭାରେ ସୂଚନା ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।
ଗଲୱାନ ଘାଟିରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବିଗିଡ଼ିଥିଲା ଦ୍ବିପାକ୍ଷିକ ସଂପର୍କ । ତେବେ ଶାନ୍ତି ଫେରାଇ ଆଣିବାକୁ ଏଲଏସିରୁ ସେନା ହଟୁଥିବା ଚୀନ ବୈଦେଶିକ ମୁଖପାତ୍ର ସୂଚନା ଦେଇଛନ୍ତି । ଏଲଏସିରେ ଚୀନ ଓ ଭାରତ ମଧ୍ୟରେ ସଂପର୍କ ସ୍ଥିର ଓ ସେଠାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଚୀନ କହିଛି । ବର୍ତ୍ତମାନ ସୁଦ୍ଧା ଚୁସୁଲ- ମୋଲଡୋ ସୀମାରେ ଭାରତ ଓ ଚୀନ ମଧ୍ୟ ୨୧ଥର କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ସରିଛି ।
The post ସୀମାରୁ ହଟୁଛି ଚୀନ ସେନା, ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇଲା ଚୀନ appeared first on KNews Odisha.