ହଲିଉଡ୍‌ ଗୁରୁଙ୍କୁ ବାହାହେବେ ନରଓ୍ବେ ରାଜକୁମାରୀ

ଓସ୍‌ଲୋ: ନରଓ୍ବେ ରାଜକୁମାରୀ ମାର୍ଥା ଲୁଇସ୍‌ ଚଳିତ ସପ୍ତାହାନ୍ତରେ ହଲିଉଡ୍‌ ଗୁରୁ ତଥା ନିଜକୁ ଯାଦୁକର ବୋଲି ଦାବି କରୁଥିବା ଆମେରିକୀୟ ପ୍ରେମିକ ଡୁରେକ୍‌ ଭେରେଟ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଗେଇରାଙ୍ଗରଠାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ଆଲେସଣ୍ଡସ୍ଥିତ ଐତିହାସିକ ହୋଟେଲରେ ‘ମିଟ୍‌ ଆଣ୍ଡ ଗ୍ରୀଟ୍‌’ କାର୍ଯ୍ୟକ୍ରମରୁ ବିବାହ ଉତ୍ସବ ଆରମ୍ଭ ହେବ। ଏଥିରେ ସୁଇଡେନ୍‌ ରାଜପରିବାର ସଦସ୍ୟ,ଆମେରିକୀୟ ଟିଭି ବ୍ୟକ୍ତିତ୍ୱଙ୍କ ସମେତ ଶତାଧିକ ଅତିଥି ଯୋଗଦେବେ। ବିବାହ କାର୍ଯ୍ୟକ୍ରମରେ ଏକ […] The post ହଲିଉଡ୍‌ ଗୁରୁଙ୍କୁ ବାହାହେବେ ନରଓ୍ବେ ରାଜକୁମାରୀ appeared first on Dharitri Odia News.

ହଲିଉଡ୍‌ ଗୁରୁଙ୍କୁ ବାହାହେବେ ନରଓ୍ବେ ରାଜକୁମାରୀ

ଓସ୍‌ଲୋ: ନରଓ୍ବେ ରାଜକୁମାରୀ ମାର୍ଥା ଲୁଇସ୍‌ ଚଳିତ ସପ୍ତାହାନ୍ତରେ ହଲିଉଡ୍‌ ଗୁରୁ ତଥା ନିଜକୁ ଯାଦୁକର ବୋଲି ଦାବି କରୁଥିବା ଆମେରିକୀୟ ପ୍ରେମିକ ଡୁରେକ୍‌ ଭେରେଟ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଗେଇରାଙ୍ଗରଠାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ଆଲେସଣ୍ଡସ୍ଥିତ ଐତିହାସିକ ହୋଟେଲରେ ‘ମିଟ୍‌ ଆଣ୍ଡ ଗ୍ରୀଟ୍‌’ କାର୍ଯ୍ୟକ୍ରମରୁ ବିବାହ ଉତ୍ସବ ଆରମ୍ଭ ହେବ। ଏଥିରେ ସୁଇଡେନ୍‌ ରାଜପରିବାର ସଦସ୍ୟ,ଆମେରିକୀୟ ଟିଭି ବ୍ୟକ୍ତିତ୍ୱଙ୍କ ସମେତ ଶତାଧିକ ଅତିଥି ଯୋଗଦେବେ। ବିବାହ କାର୍ଯ୍ୟକ୍ରମରେ ଏକ ସୁଦୃଶ୍ୟ ବୋଟ୍‌ ଭ୍ରମଣକୁ ସାମିଲ କରାଯାଇଛି। ଉକ୍ତ ବୋଟ୍‌ରେ ଫୋର୍ଡରୁ ଗେଇରାଙ୍ଗର ଯାତ୍ରା ପରେ ନବଦମ୍ପତିଙ୍କ ମଧ୍ୟରେ ପ୍ରତିଜ୍ଞା ବିନିମୟ ହେବ।
୫୨ ବର୍ଷୀୟା ପ୍ରିନ୍ସ ମାର୍ଥା ଲୁଇସ୍‌ ନରଓ୍ବେ ରାଜା ହେରାଲ୍ଡ ପଞ୍ଚମଙ୍କ ଜ୍ୟେଷ୍ଠ ସନ୍ତାନ ହୋଇଥିବାବେଳେ ସେ ଏକଦା ଅଶ୍ୱାରୋହୀ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ୪୯ ବର୍ଷୀୟ ଭେରେଟ୍ଟ ହଲିଉଡ୍‌ର ଆଧ୍ୟାତ୍ମିକ ଗୁରୁ ଭାବେ ପରିଚିତ। ୨୦୨୦ରେ ଭାନିଟି ଫେୟାର ସହ ଏକ ସାକ୍ଷାତ୍‌କାରରେ ଭେରେଟ୍ଟ କହିଥିଲେ, ୨୮ ବର୍ଷ ବୟସରେ ତାଙ୍କର ୪ ମିନିଟ୍‌ ପାଇଁ ମୃତ୍ୟୁ ଘଟିଥିଲା। ସେ ସଂଜ୍ଞାହୀନ ହୋଇଯିବା ସହ ତାଙ୍କର ସବୁ ଅଙ୍ଗ ନିସ୍ତେଜ ହୋଇଯାଇଥିଲା। ତାଙ୍କୁ ଜଳନ୍ତା ଛୁରିରେ ଭୁସାଯାଉଥିବା ସେ ଅନୁଭବ କରିଥିଲେ ଏବଂ ପଳାଇଯିବା ପାଇଁ ତାଙ୍କ ଜେଜେମା’ଙ୍କ ପ୍ରେତାତ୍ମା କହୁଥିବା ଶୁଣିବାକୁ ପାଇଥିଲେ। ୪ ମିନିଟ୍‌ ପରେ ସେ ପୁନର୍ଜନ୍ମ ପାଇଥିବା ଦାବି କରନ୍ତି। ତେବେ ସେବେଠାରୁ ୨ ମାସ ସେ କୋମାରେ ରହିଥିଲେ ଏବଂ ୮ ବର୍ଷ ପର୍ଯ୍ୟନ୍ତ ଡାଏଲିସିସ୍‌ ହୋଇଥିଲା। ୨୦୧୨ରେ ତାଙ୍କ ଭଉଣୀ ତାଙ୍କୁ କିଡ୍‌ନୀ ଦାନ କରିଥିଲେ। ଏହା ପରେ ଭେରେଟ୍ଟ ଆଧ୍ୟାତ୍ମିକ ଦିଗରେ ମନ ବଳାଇଥିଲେ। ସେ ଜଣେ ଆଫ୍ରିକୀୟ-ଆମେରିକୀୟ ଆଧ୍ୟାତ୍ମିକ ଗୁରୁ ଯିଏ ନିଜକୁ ଗିନେଥ ପାଲ୍ଟରୋ ଏବଂ ଆଣ୍ଟୋନିଓ ବାନ୍ଦେରାସ୍‌ଙ୍କୁ ତାଙ୍କର ଶିଷ୍ୟ ବିବେଚନା କରିଥାନ୍ତି।

The post ହଲିଉଡ୍‌ ଗୁରୁଙ୍କୁ ବାହାହେବେ ନରଓ୍ବେ ରାଜକୁମାରୀ appeared first on Dharitri Odia News.