ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା

ଟିମ ଇଣ୍ଡିଆକୁ ଡବଲ ଝଟକା । ରାହୁଲ ଓ ଜାଡେଜା ଆଉଟ । ସର୍ଫରାଜ ଖାନ, ସୁନ୍ଦର ଓ ସୌରଭ କୁମାରଙ୍କୁ ମିଳିଲା ସୁଯୋଗ । ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା । ଆହତ ସମସ୍ୟା ଯୋଗୁ ଦୁଇ ଖେଳାଳିଙ୍କୁ ବାଦ ଦିଆଯାଇଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ୮୬ ଓ ଜାଡେଜା ୮୭ ରନର ଇନିଂସ ଖେଳିଥିଲେ। ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି […] The post ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା appeared first on KNews Odisha.

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା

ଟିମ ଇଣ୍ଡିଆକୁ ଡବଲ ଝଟକା । ରାହୁଲ ଓ ଜାଡେଜା ଆଉଟ । ସର୍ଫରାଜ ଖାନ, ସୁନ୍ଦର ଓ ସୌରଭ କୁମାରଙ୍କୁ ମିଳିଲା ସୁଯୋଗ । ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା । ଆହତ ସମସ୍ୟା ଯୋଗୁ ଦୁଇ ଖେଳାଳିଙ୍କୁ ବାଦ ଦିଆଯାଇଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ୮୬ ଓ ଜାଡେଜା ୮୭ ରନର ଇନିଂସ ଖେଳିଥିଲେ। ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ସେହିପରି ରାହୁଲ ଡାହାଣ ପଟ ଜଙ୍ଘରେ ସମସ୍ୟା ଅନୁଭବ କରୁଛନ୍ତି। ଉଭୟଙ୍କୁ ଏବେ ବିଶ୍ରାମର ଆବଶ୍ୟକ ରହିଛି। ତେଣୁ ସେମାନଙ୍କୁ ଫେବୃଆରୀ ୨ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ ୨୮ ରନରେ ପରାସ୍ତ କରିଥିଲା ଇଂଲିଶ ବାହିନୀ । ଏହାସହ ୫ ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲଣ୍ଡ ।

The post ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା appeared first on KNews Odisha.