ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ ମିଳିବ ବିଜୁଳି

ବିହାର: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ୨୦ ବର୍ଷର ସତ୍ତାକୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । ଆଉ ଖାସ୍ ଏଥିପାଇଁ ଲୋକଙ୍କ ପାଇଁ ନୂଆ ଘୋଷଣା କରିଛନ୍ତି । କୋଟିଏ ରୋଜଗାର ଦେବା ପାଇଁ ଘୋଷଣା କରିବା ପରେ ଏବେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନିଜେ X ହ୍ୟାଣ୍ଡେଲରେ […] The post ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ ମିଳିବ ବିଜୁଳି appeared first on KNews Odisha.

ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ ମିଳିବ ବିଜୁଳି
nitish kumar

ବିହାର: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ୨୦ ବର୍ଷର ସତ୍ତାକୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । ଆଉ ଖାସ୍ ଏଥିପାଇଁ ଲୋକଙ୍କ ପାଇଁ ନୂଆ ଘୋଷଣା କରିଛନ୍ତି । କୋଟିଏ ରୋଜଗାର ଦେବା ପାଇଁ ଘୋଷଣା କରିବା ପରେ ଏବେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନିଜେ X ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆମେ ଲୋକଙ୍କୁ ଶସ୍ତା ଦରରେ ସମସ୍ତଙ୍କୁ ବିଜୁଳି ଦେଉଛୁ । ବର୍ତ୍ତମାନ ଆମେ ଚେଷ୍ଟା କରୁଛୁ ଯେ, ୧ ଅଗଷ୍ଟ ୨୦୨୫ରୁ ଅର୍ଥାତ ଜୁଲାଇ ମାସରୁ ବିଜୁଳି ଦରରେ ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେବୁ । ଏଥିପାଇଁ ୧ ଟଙ୍କା ବି ପଡ଼ିବନି । ଏଥିରେ ରାଜ୍ୟର ସୁମଦାୟ ୧ କୋଟି ୬୭ ଲକ୍ଷ ପରିବାରକୁ ଲାଭ ମିଳିବ ।

ଆଗାମୀ ୩ ବର୍ଷରେ ଏହି ସମସ୍ତ ଘରୋଇ ଉପଭୋକ୍ତାମାନଙ୍କ ସହମତିକୁ ନେଇ ତାଙ୍କ ଘରର ଛାତଗୁଡ଼ିକ ଉପରେ କିମ୍ବା ଘର ପାଖରେ ସୌରଶକ୍ତି କେନ୍ଦ୍ର ସ୍ଥାପନ କରି ଲାଭ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳିର ଘୋଷଣା କରିଛନ୍ତି । ଅଗଷ୍ଟ ୧ରୁ ରାଜ୍ୟର ସମସ୍ତ ଘରକୁ ୧୨୫ ୟୁନିଟର ମାଗଣା ବିଜୁଳି ମିଳିବାର ଘୋଷଣା ସେ ଏକ୍ସ ମାଧ୍ୟମରେ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ବିହାରରେ ଏବେ ବିଧାନସଭା ନିର୍ବାଚନକୁ ଅନେକ ଦିନ ବାକି ରହିଛି । କିନ୍ତୁ ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଲୋକଙ୍କୁ ଆକ୍ଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣାଉଛନ୍ତି । ଏହାପୂର୍ବରୁ ନୀତିଶ ସରକାର ୧ କୋଟି ଲୋକଙ୍କୁ ରୋଜଗାର ଦେବାକୁ ଘୋଷଣା କରିଛନ୍ତି । ଏହାସହିତ ମହିଳାଙ୍କ ପାଇଁ ୩୫ % ଆରଂକ୍ଷଣ ଦେବାକୁ ଘୋଷଣା କରିଛନ୍ତି । ଏବେ ବିଜୁଳି ଫ୍ରି ଦେବାକୁ ଘୋଷଣା କରିଛନ୍ତି ।

Also Read : ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି, ଦିଲ୍ଲୀରୁ ଗୋଆ ଯାଉଥିବାବେଳେ ମୁମ୍ବାଇରେ କଲା ଜରୁରୀକାଳୀନ ଅବତରଣ

The post ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ ମିଳିବ ବିଜୁଳି appeared first on KNews Odisha.