ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ
ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ ୧୩ଜଣ ମାଓବାଦୀ ରବିବାର ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜାପୁର ଜିଲା ବାସାଗୁଡ଼ା ଥାନା ସାରକେଗୁଡ଼ା ଓ ରାଜପେଣ୍ଟାକୁ ଯିବା ରାସ୍ତାରେ କେତେକ ବ୍ୟକ୍ତି ପୋଲିସକୁ ଦେଖି ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଓ ଯବାନ ସେମାନଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ନାଗେଶ, ମାସା ହେମଲା, […] The post ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ appeared first on Dharitri Odia News.
ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ ୧୩ଜଣ ମାଓବାଦୀ ରବିବାର ଗିରଫ ହୋଇଛନ୍ତି।
ସୂଚନାଯୋଗ୍ୟ, ବିଜାପୁର ଜିଲା ବାସାଗୁଡ଼ା ଥାନା ସାରକେଗୁଡ଼ା ଓ ରାଜପେଣ୍ଟାକୁ ଯିବା ରାସ୍ତାରେ କେତେକ ବ୍ୟକ୍ତି ପୋଲିସକୁ ଦେଖି ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଓ ଯବାନ ସେମାନଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ନାଗେଶ, ମାସା ହେମଲା, ସନୁ ଓୟାମ ଓ ଲେମାମ ଛୋଟ୍ରା ବୋଲି ପରିଚୟ ଦେଇଥିଲେ । ଏହି ଚାରିଜଣଙ୍କ ନିକଟରୁ କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର, ବ୍ୟାଟେରି, ଔଷଧ ଓ ମାଓବାଦୀ ପୁସ୍ତକ ଜବତ କରାଯାଇଛି। ସେହିପରି ନେମେଡ଼ ଥାନା ଅଞ୍ଚଳ ମୁସାଲୁର ନିକଟ ଜଙ୍ଗଲରୁ ୪ଜଣ ମାଓବାଦୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଶଙ୍କର ପୁନେମ, ବଦରୁ ଅବଲମ୍, ସୋନୁ ପୋୟାମ ଓ କମଲୁ ହେମଲା।
ସେହିପରି ଛତିଶଗଡ଼ ସୁକ୍ମା ଜିଲା ପୋଲିସ ୪ ଲକ୍ଷ ପୁରସ୍କାର ଘୋଷିତ ୫ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨ ଲକ୍ଷ ପୁରସ୍କାର ଘୋଷିତ ମୁଚାକି ହୁଙ୍ଗା, କବାସୀ ଗାଙ୍ଗୀ, ମାଡବି ହୁଙ୍ଗା, ପଡିୟମ୍ ଦେବା ଓ ମୁକେଶ ପଡିୟମ ରହିଛନ୍ତି। ଗିରଫ ମାଓବାଦୀମାନେ ଚିନ୍ତାଗୁଫା ଅଞ୍ଚଳର ବିଭିନ୍ନ ଘଟଣାରେ ଜଡିତ ଥିବା ବେଳେ ତାଙ୍କ ନଁାରେ ସୁକ୍ମା ଜିଲା ଅନ୍ତର୍ଗତ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଗିରଫ ୧୩ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।
The post ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ appeared first on Dharitri Odia News.