ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହ): ଚିକେନ ଦୋକାନ ଭିତରେ ଗ୍ୟାସ ହାଣ୍ଡି ଫାଟି ଜଣେ ଗୁରୁତର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମରେ, ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଆଜି ଗୁରୁବାର ଦିନ ମଧ୍ୟ ଚିକେନ୍ ଦୋକାନୀ ରତନ ଦିଗାଲ ଚିକେନ କରିବା ପାଇଁ ପାଣି ଗରମ କରୁଥିବା ବେଳେ ହଠାତ୍ ଗ୍ୟାସ ହାଣ୍ଡି ଫାଟି ଯାଇଥିଲା, କିଛି ବୁଝିବା ଆଗରୁ ଏତେ ବଡ଼ ଦୁର୍ଘଟଣା […] The post ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର appeared first on Odisha.News.

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହ): ଚିକେନ ଦୋକାନ ଭିତରେ ଗ୍ୟାସ ହାଣ୍ଡି ଫାଟି ଜଣେ ଗୁରୁତର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମରେ, ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଆଜି ଗୁରୁବାର ଦିନ ମଧ୍ୟ ଚିକେନ୍ ଦୋକାନୀ ରତନ ଦିଗାଲ ଚିକେନ କରିବା ପାଇଁ ପାଣି ଗରମ କରୁଥିବା ବେଳେ ହଠାତ୍ ଗ୍ୟାସ ହାଣ୍ଡି ଫାଟି ଯାଇଥିଲା, କିଛି ବୁଝିବା ଆଗରୁ ଏତେ ବଡ଼ ଦୁର୍ଘଟଣା ଘଟିଛି । ଦୋକାନୀ ଜଣକ ଯଦି ଓ ଗୁରୁତର ଆହତ ହୋଇଛନ୍ତି, କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନୀ ଜଣକ ବାଟାଗୁଡା ପଞ୍ଚାୟତ ପାଲୁମକିଆ ଗାଁର ରତନ ଦିଗାଲ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଟୋ ଯୋଗେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଭର୍ତ୍ତୀ କରାଇ ଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ଅବସ୍ଥାରେ ଥିବା ଜଣାପଡିଛି । ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ବାଲିଗୁଡ଼ା ପୁଲିସ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି । ବର୍ତ୍ତମାନ ଏଭଳି ଦୁର୍ଘଟଣା ହେବା ପରେ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହେଉଛି ।
The post ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର appeared first on Odisha.News.