ବାଘ ପାଲି ରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଘାଟିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ବାଘପାଲି ସିଦ୍ଧଯୋଗୀ ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ସମାଧି ପୀଠରେ ଆଜି ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ଜଣେ ସିଦ୍ଧଯୋଗୀ , ସନ୍ଥ ଥିବା ବେଳେ ବାଘପାଲିରେ ସେ ସମାଧି ହୋଇଥିବା ଇତିହାସ କହେ । କାହିଁ ଆବାହନ କାଳ ତଥା ଶତାଧିକ ବର୍ଷରୁ ନିରବଚ୍ଛିନ୍ନ ଭାବରେ ଏହି ମହୋତ୍ସବ ହୋଇଆସୁଅଛି […] The post ବାଘ ପାଲି ରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଘାଟିତ appeared first on Odisha.News.

ବାଘ ପାଲି ରେ ପ୍ରସିଦ୍ଧ ବକୁଳ ଯାତ୍ରା  ମହୋତ୍ସବ ଉଦଘାଟିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ବାଘପାଲି ସିଦ୍ଧଯୋଗୀ ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ସମାଧି ପୀଠରେ ଆଜି ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ଜଣେ ସିଦ୍ଧଯୋଗୀ , ସନ୍ଥ ଥିବା ବେଳେ ବାଘପାଲିରେ ସେ ସମାଧି ହୋଇଥିବା ଇତିହାସ କହେ । କାହିଁ ଆବାହନ କାଳ ତଥା ଶତାଧିକ ବର୍ଷରୁ ନିରବଚ୍ଛିନ୍ନ ଭାବରେ ଏହି ମହୋତ୍ସବ ହୋଇଆସୁଅଛି । ତେବେ ମଙ୍ଗଳବାର ଉଦଘାଟନୀ ସମାରୋହରେ ଟ୍ରଷ୍ଟ ସମ୍ପାଦକ ମୁକୁନ୍ଦ ଧରୁଆଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବାଘପାଲି ଗୈନ୍ତିଆ ସୁରେଶ ପଣ୍ଡା ଏବଂ ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ର ରାଜେଶ କୁମାର ବାଘ ଯୋଗ ଦେଇ ଉଦଘାଟନ କରିଥିଲେ। ଆଜି ପ୍ରଥମ ଦିନରେ ବିଦ୍ୟାଳୟ ତଥା ସ୍ଥାନୀୟ କଳାକାରଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା । ବାଘପାଲି , ଗୋଲାବନ୍ଧ , ହରିଣାପାଲି , ଖୁଣ୍ଟଲାପାଲି , କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବକୁଳ ମହୋତ୍ସବ ୨୪ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ମହା ସମାରୋହରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଅବସରରେ ଭାଗବତ ସପ୍ତାହ ପାରାୟଣ ଆରମ୍ଭ ହୋଇଥିବା ବେଳେ ଏଥିରେ ଜଗଦୀଶ ପୁରୋହିତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେହିପରି ଅଷ୍ଟପ୍ରହରୀ ନାମଯଜ୍ଞ , ପ୍ରବଚନ , ଭଜନ କାର୍ଯ୍ୟକ୍ରମ , ସୁନ୍ଦରାକାଣ୍ଡ ପାରାୟଣ , ସାରସ୍ଵତ ସମାରୋହ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ଚନ୍ଦ୍ରମଣି ଯୁବକ ସଂଘର ବୁଧୁ ଦେହେରୀ , ମନୋଜ ଦନାୟକ , କହ୍ନେଇ ଦେହେରୀ , ପଦ୍ମଲୋଚନ ପଧାନ ଆଦି ସହଯୋଗ କରିଥିଲେ।

The post ବାଘ ପାଲି ରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଘାଟିତ appeared first on Odisha.News.