ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି: ୩ ରେ ଅଖଚକ ବନ୍ଦ କରିବେ କୋକସରା ବ୍ଲକ ଚାଷୀ
କୋକସରା,୨୫/୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୨ ପଞ୍ଚାୟତର ଚାଷୀଙ୍କୁ ନେଇ ଗଠିତ ସଚେତନ କୃଷକ ମଞ୍ଚ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋକସରା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଚେତନ କୃଷକ ମଞ୍ଚର ଆବାହକ ଶିବ ପ୍ରସାଦ ପ୍ରଧାନୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ଲକର ୨୨ ପଞ୍ଚାୟତର ଶତାଧିକ ଚାଷୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟରୁ […] The post ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି: ୩ ରେ ଅଖଚକ ବନ୍ଦ କରିବେ କୋକସରା ବ୍ଲକ ଚାଷୀ appeared first on Dharitri Odia News.
କୋକସରା,୨୫/୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୨ ପଞ୍ଚାୟତର ଚାଷୀଙ୍କୁ ନେଇ ଗଠିତ ସଚେତନ କୃଷକ ମଞ୍ଚ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋକସରା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଚେତନ କୃଷକ ମଞ୍ଚର ଆବାହକ ଶିବ ପ୍ରସାଦ ପ୍ରଧାନୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ଲକର ୨୨ ପଞ୍ଚାୟତର ଶତାଧିକ ଚାଷୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟରୁ ଜଳସେଚନ ଦାବି ନେଇ ଆଲୋଚନା ହୋଇଥିଲା। ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜୟପାଟଣା, କୋକସରା, ଧର୍ମଗଡ ବ୍ଲକର ପ୍ରାୟ ୨୬ ହଜାର ହେକ୍ଟର ଜମିକୁ ରବି ଚାଷ ପାଇଁ ଜଳସେଚନ ଦାବିରେ ଆସନ୍ତା ମାସ ୩ ତାରିଖ ମଙ୍ଗଳବାର ଦିନ ରାସ୍ତା ଅବରୋଧ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନା ମତେ ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର କମ ରହିଥିବା ଦର୍ଶାଇ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଳସେଚନ ବନ୍ଦ କରିବାକୁ ଇନ୍ଦ୍ରାବତୀ ଲିଫ୍ଟ କେନାଲ କର୍ତ୍ତୃପକ୍ଷ ଘୋଷଣା ସହ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଘୋଷଣା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନ ଦାନା ବାନ୍ଧିଛି। ଚାଷୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଚାଷୀମାନେ ସ୍ଥାନୀୟ ବିଧାୟକଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରିବା ଓ ଧର୍ମଗଡ ଉପଖଣ୍ଡ ଜିଲ୍ଲା ପ୍ରଶାସନ ଓ ମେଗାଲିଫ୍ଟ ଉଚ୍ଚ ଅଧିକାରୀଙ୍କ ନିକଟରେ ଦାବି କରିବା ଓ ଆଲୋଚନା ସତ୍ତ୍ୱେ ରବି ଚାଷ ପାଇଁ ଜଳସେଚନ ନେଇ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟୀକରଣ ନଦେବାରୁ ଆସନ୍ତା ୩ ତାରିଖରେ କୋକସରା ବ୍ଲକ ମୋଟେର ଛକରେ ଜାତୀୟ ରାଜପଥ ୨୬ ଅବରୋଧ ପାଇଁ ଆଜି ଶତାଧିକ ଚାଷୀ ସଚେତନ କୃଷକ ମଞ୍ଚର ଡାକରାରେ ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ବୈଠକରେ ସଚେତନ କୃଷକ ମଞ୍ଚ ଚାଷୀ ସଙ୍ଗଠନର କିଶୋର ଚନ୍ଦ୍ର ପ୍ରଧାନୀ ଗୋବର୍ଦ୍ଧନ ବାଗ, ପଙ୍କଜ ମୁଖ ଚୌଧୁରୀ, ସତ୍ୟବାନ ବାଗ, ଧନେଶ୍ୱର ପଣ୍ଡା, ମଳୟ ଛତ୍ରିଆ, ଜୟଲାଲ ନାଏକ, ମାର୍କଣ୍ଡ ବେମାଲ, ପାଞ୍ଚକ ପୋଢ଼, ନାରାୟଣ ପଟ୍ଟନାୟକ, ଚିନ୍ତାମଣି ପଟେଲ, ମନିଜର ପୋଢ଼, ମୁକ୍ତେଶ୍ଵର ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ, ପ୍ରମୋଦ କୁମାର ପ୍ରଧାନୀ, ତ୍ରିଭୁବନ ନାଏକ, ବିଜୟ କୁମାର ସାହୁ, ନୀଳମାଧଵ ସାହୁ, ସୁବ୍ରତ କୁମାର ସାହୁ, ନିରଞ୍ଜନ ବିଶି, ଆଶିଷ ପଣ୍ଡା, ଲୋକନାଥ ଶବର, ଦିଲୀପ ଶବର, ଦାମୋଦର ପଟେଲ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
The post ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି: ୩ ରେ ଅଖଚକ ବନ୍ଦ କରିବେ କୋକସରା ବ୍ଲକ ଚାଷୀ appeared first on Dharitri Odia News.