ଏୟାର ଏକ୍ସପ୍ରେସ୍କୁ ଧକ୍କା ଦେଲା ଇଣ୍ଡିଗୋ
କୋଲକାତା,୨୭ା୩:କୋଲକାତା ବିମାନବନ୍ଦରରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବିହାରର ଦରଭଙ୍ଗା ଅଭିମୁଖେ ବାହାରିଥିବା ଏକ ଇଣ୍ଡିଗୋ ବିମାନ ରନ୍ଓ୍ବେରେ ଚେନ୍ନାଇ ଯିବା ପାଇଁ ଅପେକ୍ଷାରତ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍କୁ ଧକ୍କା ଦେଇଛି। ଫଳରେ ଉଭୟ ଏୟାରକ୍ରାଫ୍ଟର ଓ୍ବଙ୍ଗ୍ କ୍ଷତିଗ୍ରସ୍ତ ହୋଇଛି। ଧକ୍କା ହେବା ପରେ ଦୁଇଟିଯାକ ବିମାନର ଚଳାଚଳ ରଦ୍ଦ କରାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଯାଞ୍ଚ ବେଳେ ବିମାନ କର୍ମଚାରୀମାନଙ୍କୁ […] The post ଏୟାର ଏକ୍ସପ୍ରେସ୍କୁ ଧକ୍କା ଦେଲା ଇଣ୍ଡିଗୋ appeared first on Dharitri Odia News.
କୋଲକାତା,୨୭ା୩:କୋଲକାତା ବିମାନବନ୍ଦରରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବିହାରର ଦରଭଙ୍ଗା ଅଭିମୁଖେ ବାହାରିଥିବା ଏକ ଇଣ୍ଡିଗୋ ବିମାନ ରନ୍ଓ୍ବେରେ ଚେନ୍ନାଇ ଯିବା ପାଇଁ ଅପେକ୍ଷାରତ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍କୁ ଧକ୍କା ଦେଇଛି। ଫଳରେ ଉଭୟ ଏୟାରକ୍ରାଫ୍ଟର ଓ୍ବଙ୍ଗ୍ କ୍ଷତିଗ୍ରସ୍ତ ହୋଇଛି।
ଧକ୍କା ହେବା ପରେ ଦୁଇଟିଯାକ ବିମାନର ଚଳାଚଳ ରଦ୍ଦ କରାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଯାଞ୍ଚ ବେଳେ ବିମାନ କର୍ମଚାରୀମାନଙ୍କୁ ପଚରାଉଚରା କରାଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ଇଣ୍ଡିଗୋ ବିମାନ (୬ଇ ୬୧୫୨)ରେ ୪ ଶିଶୁଙ୍କ ସମେତ ୧୩୫ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି। ଅନ୍ୟ ଏକ ବିମାନରେ ସେମାନଙ୍କୁ ନିଜ ଦରଭଙ୍ଗା ପଠାଯାଇଥିବା ଇଣ୍ଡିଗୋ କହିଛି। ଅନ୍ୟପକ୍ଷେ ବାହ୍ୟ ପରିସ୍ଥିତି ଯୋଗୁ ଏଭଳି ଅସୁବିଧା ହୋଇଥିବା ଦର୍ଶାଇ କ୍ଲିୟରାନ୍ସକୁ ଅପେକ୍ଷା କରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି।
The post ଏୟାର ଏକ୍ସପ୍ରେସ୍କୁ ଧକ୍କା ଦେଲା ଇଣ୍ଡିଗୋ appeared first on Dharitri Odia News.