ଲକ୍ଷ୍ନୌ ବୋଲର ପ୍ରଭାବୀ
ଲକ୍ଷ୍ନୌ, ୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ ଇନିଂସ ୨୦ ଓଭରରେ ୧୪୪/୭ରେ ସୀମିତ ରହିଛି। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଲକ୍ଷ୍ନୌ ଦଳ ୧୩ ଓଭରରେ ୨ ଉଇକେଟ ହରାଇ ୯୯ ରନ ସଂଗ୍ରହ କରିଛି। ମୁମ୍ବାଇ ପରି ଲକ୍ଷ୍ନୌର ଆରମ୍ଭ ମଧ୍ୟ ଭଲ ରହି ନ ଥିଲା। ମୟଙ୍କ ଯାଦବଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳିଭାବେ ଆସିଥିବା ଅର୍ଶିନ […] The post ଲକ୍ଷ୍ନୌ ବୋଲର ପ୍ରଭାବୀ appeared first on Dharitri Odia News.
ଲକ୍ଷ୍ନୌ, ୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ ଇନିଂସ ୨୦ ଓଭରରେ ୧୪୪/୭ରେ ସୀମିତ ରହିଛି। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଲକ୍ଷ୍ନୌ ଦଳ ୧୩ ଓଭରରେ ୨ ଉଇକେଟ ହରାଇ ୯୯ ରନ ସଂଗ୍ରହ କରିଛି। ମୁମ୍ବାଇ ପରି ଲକ୍ଷ୍ନୌର ଆରମ୍ଭ ମଧ୍ୟ ଭଲ ରହି ନ ଥିଲା। ମୟଙ୍କ ଯାଦବଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳିଭାବେ ଆସିଥିବା ଅର୍ଶିନ କୁଲକର୍ନୀ ଖାତା ଖୋଲିବା ପୂର୍ବରୁ ଆଉଟ ହେବାରୁ ଲକ୍ଷ୍ନୌ ସ୍କୋର ୧/୧ ହୋଇ ଯାଇଥିଲା। ତାଙ୍କୁ ଆଉଟ କରିଥିଲେ ମୁମ୍ବାଇର ଇମ୍ପାକ୍ଟ ପ୍ଲେୟର ନୂଓ୍ବାନ ଥୁସାରା। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଆସି ଇମ୍ପାକ୍ଟ ଦେଖାଇଥିଲେ ଥୁସାରା। ଆଇପିଏଲ୍ରେ ଏହାଥିଲା ତାଙ୍କର ପ୍ରଥମ ଉଇକେଟ।
ଏହି ମ୍ୟାଚରେ ଅନେକ କିଛି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଯାଇଥିଲା। ଦଳ ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ବ୍ୟାଟିଂ ମୁମ୍ବାଇର ମୁଖ୍ୟ ଶକ୍ତି ହୋଇଥିଲେ ହେଁ ପାଓ୍ବାରପ୍ଲେ ୬ ଓଭରରେ ମାତ୍ର ୨୮ ରନ ମଧ୍ୟରେ ଟପ୍ ଅର୍ଡରର ୪ଟି ଉଇକେଟ ହରାଇ ଦଳ ବ୍ୟାକ୍ଫୁଟକୁ ଚାଲି ଯାଇଥିଲା। ଏହା ମଧ୍ୟରେ ସାମିଲ ଥିଲେ ହିଟ୍ମ୍ୟାନ ରୋହିତ ଶର୍ମା (୪), ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ (୧୦), ଫର୍ମରେ ଥିବା ତିଲକ ବର୍ମା (୭) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୦)। ମହସିନ ଖାଁ, ମାର୍କୁସ ଷ୍ଟୋଇନିସ ଓ ନଭିନ ଉଲ୍ ହକ୍ ମୁମ୍ବାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତିଲକ ରନ୍ ଆଉଟ ହେବା ମଧ୍ୟ ମୁମ୍ବାଇ ପାଇଁ ଶକ୍ତ ଧକ୍କା ସଦୃଶ ଥିଲା। ସ୍ବାଭାବିକଭାବେ ଆକ୍ରମଣାତ୍ମକ ଆରମ୍ଭ କରୁଥିବା ଇଶାନ କିଶନ କିନ୍ତୁ ଏଠାରେ ଭିନ୍ନ ଅବତାରରେ ନଜରକୁ ଆସିଥିଲେ। ୮ ରନ କରିଥିବାବେଳେ ଜୀବନଦାନ ପାଇଥିବା ଇଶାନ ୩୬ଟି ବଲ୍ର ସମ୍ମୁଖୀନ ହୋଇଥିଲେ ହେଁ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଷ୍ଟ୍ରାଇକ୍ ହାର ୯୦ରୁ କମ୍ ରହିଥିଲା। ନେହାଲ ଓ୍ବାଧେରାଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ହିଁ ମୁମ୍ବାଇ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ସେ ୪୧ ବଲ୍ରୁ ୪ ଚୌକା ଓ ୨ ଛକା ସହ ୪୬ ରନ କରି ଇନିଂସ ସମ୍ଭାଳିଥିଲେ। ଏହି ଅବସରରେ ସେ କିଶନଙ୍କ ସହ ୫ମ ଉଇକେଟରେ ମୂଲ୍ୟବାନ ୫୩ ରନର ଭାଗୀଦାରି ଗଢ଼ିଥିଲେ। ଶେଷ ଭାଗରେ ସ୍ବାଭାବିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଟିମ୍ ଡାଭିଡ। ସେ ୧୮ଟି ବଲ୍ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୩୫ ରନରେ ଅପରାଜିତ ରହିଥିଲେ। ଓ୍ବାଧେରା ଦଳ ପକ୍ଷରୁ ସର୍ବାଧିକ ୪୬ (୪୧ ବଲ, ୪ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ମହସିନ ଖାଁ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ମାର୍କୁସ ଷ୍ଟୋଇନିସ, ନଭିନ-ଉଲ୍-ହକ୍, ମୟଙ୍କ ଯାଦବ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୪୪/୭ (ନେହାଲ ଓ୍ବାଧେରା-୪୬, ଟିମ୍ ଡାଭିଡ-୩୫*, ଇଶାନ କିଶନ-୩୨, ମହସିନ ଖାଁ-୨/୩୬, ମାର୍କୁସ ଷ୍ଟୋଇନିସ-୧/୧୯, ନଭିନ ଉଲ୍ ହକ୍-୧/୧୫, ମୟଙ୍କ ଯାଦବ-୧/୩୧, ରବି ବିଷ୍ଣୋଇ-୧/୨୮)।
The post ଲକ୍ଷ୍ନୌ ବୋଲର ପ୍ରଭାବୀ appeared first on Dharitri Odia News.