ଉତ୍ତରାଖଣ୍ଡରେ ଭୂସ୍ଖଳନ : ଜଣେ ମୃତ, ତିନି ଆହତ
ମୁମ୍ଵାଇ ୧୦।୦୯: ଉତ୍ତରାଖଣ୍ଡର ସୋନପ୍ରୟାଗରେ ଏକ ଦୁଃଖ ଦାୟକ ଦୁର୍ଘଟଣା ଘଟିଛି । ସୋନପ୍ରୟାଗର ଭୂସ୍ଖଳନ ଜୋନରେ ପାହାଡରୁ ପଥର ଖସିଥିଲା। ଯାହା ପରେ ତିନିଜଣ ଯାତ୍ରୀ ଆହତ ହୋଇଥିଲେ ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ SDRF ଟିମ୍ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ସୋନପ୍ରୟାଗ ନିକଟ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ରାତି ପ୍ରାୟ ୭.୩୦ ସମୟରେ ମିଳିଥିଲା। ଏହି ଦୁର୍ଘଟଣାରେ ଉତ୍ତରାଖଣ୍ଡ ସିଏମ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିଛନ୍ତି।सोनप्रयाग-मुनकटिया(रुद्रप्रयाग) के बीच मलबा आने से कुछ यात्रियों के दबे होने की अत्यंत दुःखद सूचना प्राप्त हुई।स्थानीय प्रशासन, NDRF और SDRF की टीमें राहत और बचाव कार्यों में जुटी हुई हैं। स्वयं भी संबंधित अधिकारियों के संपर्क में हूं और रेस्क्यू ऑपरेशन की मॉनिटरिंग कर रहा हूँ।…— Pushkar Singh Dhami (@pushkardhami) September 9, 2024ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ଯାତ୍ରୀମାନେ ପଥରେ ତଳେ ପୋତି ହୋଇଯିବା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ, ପ୍ରଶାସନ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ତୁରନ୍ତ ଘଟଣାସ୍ଥ
ମୁମ୍ଵାଇ ୧୦।୦୯: ଉତ୍ତରାଖଣ୍ଡର ସୋନପ୍ରୟାଗରେ ଏକ ଦୁଃଖ ଦାୟକ ଦୁର୍ଘଟଣା ଘଟିଛି । ସୋନପ୍ରୟାଗର ଭୂସ୍ଖଳନ ଜୋନରେ ପାହାଡରୁ ପଥର ଖସିଥିଲା। ଯାହା ପରେ ତିନିଜଣ ଯାତ୍ରୀ ଆହତ ହୋଇଥିଲେ ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ SDRF ଟିମ୍ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ସୋନପ୍ରୟାଗ ନିକଟ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ରାତି ପ୍ରାୟ ୭.୩୦ ସମୟରେ ମିଳିଥିଲା। ଏହି ଦୁର୍ଘଟଣାରେ ଉତ୍ତରାଖଣ୍ଡ ସିଏମ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିଛନ୍ତି।
सोनप्रयाग-मुनकटिया(रुद्रप्रयाग) के बीच मलबा आने से कुछ यात्रियों के दबे होने की अत्यंत दुःखद सूचना प्राप्त हुई।
स्थानीय प्रशासन, NDRF और SDRF की टीमें राहत और बचाव कार्यों में जुटी हुई हैं। स्वयं भी संबंधित अधिकारियों के संपर्क में हूं और रेस्क्यू ऑपरेशन की मॉनिटरिंग कर रहा हूँ।…— Pushkar Singh Dhami (@pushkardhami) September 9, 2024
ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ଯାତ୍ରୀମାନେ ପଥରେ ତଳେ ପୋତି ହୋଇଯିବା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ, ପ୍ରଶାସନ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ମୃତ ଓ ତିନି ଜଣ ଆହତଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋନପ୍ରାୟାଗକୁ ଆଣିଥିଲେ।
ଦୁର୍ଘଟଣାରେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଛି
ମୃତକଙ୍କ ନାମ ମଧ୍ୟପ୍ରଦେଶର ଗୋପାଳ (୫୦) ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଅନେକ ଦିନ ଧରି ଉତ୍ତରପ୍ରଦେଶର ପାହାଡରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ଭୂସ୍ଖଳନ ଘଟିଥିବାବେଳେ ନଦୀ ଗୁଡ଼ିକରେ ପ୍ରବଳ ପାଣି ହୋଇଥିଲା । ତେବେ ପ୍ରଶାସନ ସତର୍କତା ଅବଲମ୍ବନ କରିଛି ଏବଂ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ନିବେଦନ କରାଯାଇଛି।