ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ ଅଞ୍ଚଳର ମହମ୍ମଦ ଆମିର(୨୮)। ସେ ହତ୍ୟା କରିଥିବା ସ୍ବୀକାର କରିବା ପରେ ଶୁକ୍ରବାର ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରାଯାଇଥିଲା। ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଛି। ଅତିରିକ୍ତ ଏସ୍‌ପି ରାଜକିଶୋର ମିଶ୍ରଙ୍କ ନେତୃତ୍ୱରେ ଜୋନ୍‌-୧ ଡିଏସ୍‌ପି ପୁଷ୍ପରାଣୀ ନିନ୍‌ଗୀ ଓ କ୍ରାଇମ୍‌ ଏକ୍ସପର୍ଟମାନେ ଘଟଣାସ୍ଥଳରେ […] The post ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ… appeared first on Dharitri Odia News.

ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ ଅଞ୍ଚଳର ମହମ୍ମଦ ଆମିର(୨୮)। ସେ ହତ୍ୟା କରିଥିବା ସ୍ବୀକାର କରିବା ପରେ ଶୁକ୍ରବାର ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରାଯାଇଥିଲା। ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଛି। ଅତିରିକ୍ତ ଏସ୍‌ପି ରାଜକିଶୋର ମିଶ୍ରଙ୍କ ନେତୃତ୍ୱରେ ଜୋନ୍‌-୧ ଡିଏସ୍‌ପି ପୁଷ୍ପରାଣୀ ନିନ୍‌ଗୀ ଓ କ୍ରାଇମ୍‌ ଏକ୍ସପର୍ଟମାନେ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ସେଦିନର ହତ୍ୟାକାଣ୍ଡ ସମ୍ପର୍କରେ ପଚାରିଥିଲେ।

ଅତିରିକ୍ତ ଏସ୍‌ପି ମିଶ୍ର ସୂଚନା ଦେଇ କହିଥିଲେ, ବୁଧବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଚକ୍ରଧରପୁର ନିବାସୀ ମହମ୍ମଦ ସାକିର ଓ ତାଙ୍କ ଶାଳକ ମହମ୍ମଦ ଆମିର ଏକ ବାଇକ୍‌ରେ କଳ୍ପତରୁ ଆଶ୍ରମ ରୋଡ୍‌କୁ ଆସିଥିଲେ। ଉଭୟଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ବିବାଦ ରହିଥିଲା। ସେଠାରେ ଆମିର ସାକିରଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଏକ ଛୁରିରେ ନିଜ ଗଳାକାଟି ଦେଇଥିଲେ। ପରେ ପୋଲିସଠାରୁ ବର୍ତ୍ତିବା ପାଇଁ ୩ଜଣ ଦୁର୍ବୃତ୍ତ ଧାରୁଆ ଛୁରିରେ ହତ୍ୟା କରିଥିବା କାହାଣୀ ରଚିଥିଲେ। ତେବେ ଆମିର ହତ୍ୟା କରିଥିବା ସ୍ବୀକାର କରିଥିବାରୁ ତାଙ୍କୁ ତଦନ୍ତରେ ସାମିଲ କରାଯାଇଛି ବୋଲି ମିଶ୍ର କହିଥିଲେ।

ଅପରପକ୍ଷେ ଅଭିଯୁକ୍ତ ଆମିର କହିଛନ୍ତି, କୌଣସି ଘଟଣାକୁ ନେଇ କିଛି ଲୋକଙ୍କ ସହ ମିଶି ଭିଣୋଇ ସାକିର ତାଙ୍କୁ ମାରିବାକୁ ଚାହୁଁଥିଲେ। ତେବେ ଯୋଜନାବଦ୍ଧ ଭାବେ ବାଇକ୍‌ରେ ବୁଲାଇବାକୁ ଆଣି ପଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ୍‌ ଜଙ୍ଗଲରେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ।

ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗଳାକାଟି ଦେଇଥିଲେ। ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲ ବାହାରକୁ ଆସି ଉକ୍ତ କାହାଣୀ ଶୁଣାଇବା ସହ ନିଜେ ଅଚେତ ହୋଇଯାଇଥିଲେ। ସେ ଭଉଣୀ ଭିଣୋଇଙ୍କୁ ସେ ବହୁତ ଶ୍ରଦ୍ଧା କରୁଥିଲେ। ତେବେ ଭିଣୋଇଙ୍କ ବିଶ୍ୱାସଘାତକତା ଯୋଗୁ ତାଙ୍କୁ ହତ୍ୟା କରିଥିବା ଆମିର କହିଥିଲେ। ଉଲ୍ଲେଖନୀୟ, ଏହି ହତ୍ୟା ଘଟଣା ପରେ ମୃତକଙ୍କ ଭାଇ ଓ ବାପା ସେକ୍ଟର-୭ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା (ନଂ.୧୭୦/୨୪) ରୁଜୁ କରିଥିଲା। ଡ୍ରଗ୍ସ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଛି।

The post ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ… appeared first on Dharitri Odia News.