ଟ୍ରୁକଲର ସହ ଏଚ୍‌ଡିଏଫ୍‌ସି ଇର୍ଗୋର ବୁଝାମଣା

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଇର୍ଗୋ ଏବଂ ବୈଷୟିକ ଯୋଗାଯୋଗ ପ୍ଲାଟ୍‌ଫର୍ମ ଟ୍ରୁକଲର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ଏପରିକି ଭାରତରେ ଡିଜିଟାଲ ଯୋଗାଯୋଗ ଠକେଇରୁ ଗ୍ରାହକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଫ୍ରଡ୍‌ ଇନ୍‌ସ୍ୟୁରାନ୍ସ’ର ଶୁଭାରମ୍ଭ କରାଯାଇଛି। ଅପରପକ୍ଷରେ ସାଇବର ଠକେଇ ମାମଲା ବୃଦ୍ଧି ପାଉଥିବାରୁ ଏହି ଅଭିନବ ବୀମା ଅଫର ଠକେଇର ମୁକାବିଲା ଏବଂ ଉନ୍ନତ ଆପ୍‌ ଫିଚର ମାଧ୍ୟମରେ ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟ୍ରୁକଲରର […] The post ଟ୍ରୁକଲର ସହ ଏଚ୍‌ଡିଏଫ୍‌ସି ଇର୍ଗୋର ବୁଝାମଣା appeared first on Dharitri Odia News.

ଟ୍ରୁକଲର ସହ ଏଚ୍‌ଡିଏଫ୍‌ସି ଇର୍ଗୋର ବୁଝାମଣା

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଇର୍ଗୋ ଏବଂ ବୈଷୟିକ ଯୋଗାଯୋଗ ପ୍ଲାଟ୍‌ଫର୍ମ ଟ୍ରୁକଲର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ଏପରିକି ଭାରତରେ ଡିଜିଟାଲ ଯୋଗାଯୋଗ ଠକେଇରୁ ଗ୍ରାହକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଫ୍ରଡ୍‌ ଇନ୍‌ସ୍ୟୁରାନ୍ସ’ର ଶୁଭାରମ୍ଭ କରାଯାଇଛି। ଅପରପକ୍ଷରେ ସାଇବର ଠକେଇ ମାମଲା ବୃଦ୍ଧି ପାଉଥିବାରୁ ଏହି ଅଭିନବ ବୀମା ଅଫର ଠକେଇର ମୁକାବିଲା ଏବଂ ଉନ୍ନତ ଆପ୍‌ ଫିଚର ମାଧ୍ୟମରେ ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟ୍ରୁକଲରର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ସେହିଭଳି ଫ୍ରଡ୍‌ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟ ସାରା ଭାରତରେ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କଭରେଜ୍‌ ପ୍ରଦାନ କରିବ। ଏହି ପ୍ରଡକ୍ଟ ଟ୍ରୁକଲରର ବାର୍ଷିକ ପ୍ରିମିୟମ ଗ୍ରାହକଙ୍କ ପାଇଁ ଉପଲବ୍ଧ।
ଏ ସମ୍ପର୍କରେ ଟ୍ରୁକଲରର ଚିଫ୍‌ ପ୍ରଡକ୍ଟ ଅଫିସର ତଥା ଏମ୍‌ଡି (ଭାରତ) ରିଷି ଝୁନ୍‌ଝୁନ୍‌ୱାଲା କହିଛନ୍ତି, ଏହି ଅଭିନବ ବୀମା ଅଫରର ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଫ୍ରଡ୍‌ ଇନ୍‌ସ୍ୟୁରାନ୍ସ ସହ ଆମେ କେବଳ ଏକ ବୈଶିଷ୍ଟ୍ୟ ଆରମ୍ଭ କରୁନାହୁଁ ବରଂ ଡିଜିଟାଲ ଠକେଇର କ୍ରମାଗତ ବିକଶିତ ବିପଦରୁ ଆମ ସମୁଦାୟକୁ ସୁରକ୍ଷା ଦେବା ଏବଂ ଆଜିର ଜଟିଳ ଡିଜିଟାଲ ପରିଦୃଶ୍ୟରେ ଉପଯୁକ୍ତ ମାନସିକ ଶାନ୍ତି ସହ ସଶକ୍ତ କରିବା ପାଇଁ ଆମେ ଆମର କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରୁଛୁ। ସେହିପରି ଏଚ୍‌ଡିଏଫ୍‌ସି ଇର୍ଗୋ ଜେନେରାଲ ଇନ୍‌ସ୍ୟୁରାନ୍ସର କମର୍ସିଆଲ୍‌ ଲାଇନ୍ସର ଜଏଣ୍ଟ ପ୍ରେସିଡେଣ୍ଟ ବିଶାଲ ସିକନ୍ଦର କହିଛନ୍ତି, ଆମେ ଟ୍ରୁକଲର ସହ ବୁଝାମଣା ସ୍ଥାପନ କରି ବେଶ୍‌ ଉତ୍ସାହିତ ଅଛୁ।ଏପରିକି ଆମର ବ୍ୟାପକ ବୀମା ଅଫର ଟ୍ରୁକଲରର ବ୍ୟାପକ ଉପଭୋକ୍ତା ଆଧାର ସହ ଦେଶରେ ଡିଜିଟାଲ ଯୋଗାଯୋଗ ଠକେଇରୁ ସୁରକ୍ଷା ସହିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଥାଏ।

The post ଟ୍ରୁକଲର ସହ ଏଚ୍‌ଡିଏଫ୍‌ସି ଇର୍ଗୋର ବୁଝାମଣା appeared first on Dharitri Odia News.