ପ୍ରଦୂଷଣ ମୁକ୍ତ ଓଡିଶାପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର:ଓଡ଼ିଶାକୁ ପ୍ରଦୂଷଣ ମୁକ୍ତ ପାଇଁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ପାଇଁ କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍‌), ଶକ୍ତି ବିଭାଗର ଗ୍ରିଡ଼୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ଼୍(ଗ୍ରିଡ଼୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି।ଏହି ଅବସରରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୈଠକରେ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା […]

ପ୍ରଦୂଷଣ ମୁକ୍ତ ଓଡିଶାପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର:ଓଡ଼ିଶାକୁ ପ୍ରଦୂଷଣ ମୁକ୍ତ ପାଇଁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ପାଇଁ କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍‌), ଶକ୍ତି ବିଭାଗର ଗ୍ରିଡ଼୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ଼୍(ଗ୍ରିଡ଼୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି।ଏହି ଅବସରରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୈଠକରେ ଯୋଗ ଦେଇଥିଲେ।

ଏହି ପ୍ରକଳ୍ପ ଦ୍ୱାରା ସମଗ୍ର ରାଜ୍ୟରେ ଡିଜେଲ୍ ଚାଳିତ ଯାତ୍ରୀବାହୀ ବସ୍ ବ୍ୟବହାରକୁ ହ୍ରାସ କରି ଆଗାମୀ ଦିନରେ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍‌ ଗୁଡିକୁ ଅଧିକରୁ ଅଧିକ ସାମିଲ କରାଯିବ। ଯାହାଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ଏବଂ ଓଡ଼ିଶାରେ ଏକ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ।