କୀଟନାଶକ ବଢ଼ାଉଛି କ୍ୟାନସର

ଭୁବନେଶ୍ୱର: ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ଦେଇ କହିଛନ୍ତି ଯେ ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ କ୍ୟାନସର୍‌‌ ରୋଗୀଙ୍କ ସଂଖ୍ୟା ବଢୁଛି। ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି। ଜମିର ଗୁଣବତ୍ତା ନଷ୍ଟ ହେଉଛି ଏବଂ କ୍ୟାସନର ଭଳି ରୋଗ ବ୍ୟାପୁଛି। ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ୱ ଦିଆଯାଉଛି। ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର […]

କୀଟନାଶକ ବଢ଼ାଉଛି କ୍ୟାନସର
କୀଟନାଶକ ବଢ଼ାଉଛି କ୍ୟାନସର

ଭୁବନେଶ୍ୱର: ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ଦେଇ କହିଛନ୍ତି ଯେ ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ କ୍ୟାନସର୍‌‌ ରୋଗୀଙ୍କ ସଂଖ୍ୟା ବଢୁଛି। ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି। ଜମିର ଗୁଣବତ୍ତା ନଷ୍ଟ ହେଉଛି ଏବଂ କ୍ୟାସନର ଭଳି ରୋଗ ବ୍ୟାପୁଛି। ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ୱ ଦିଆଯାଉଛି। ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି।

ହରିଆଣା ଏବଂ ପଞ୍ଜାବ ତୁଳନାରେ ଆମ ଜମି ଉର୍ବର ଥିବାରୁ ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି । ଗୃହରେ ଏଭଳି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିଜେପି ବିଧାୟକ ସନାତନ ବିଜୁଳିଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀଙ୍କ ପାଇଁ ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।