ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନକୁ ୧୦ ୱିକେଟରେ ହରାଇଲା ଶ୍ରୀଲଙ୍କା
କଲମ୍ବୋ: ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଘରୋଇ ଶ୍ରୀଲଙ୍କା ୧୦ ୱିକେଟ୍ରେ ବିଜୟୀ ହୋଇଛି। ଦ୍ବିତୀୟ ପାଳିରେ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଆଫଗାନିସ୍ତାନ ୨୯୬ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ବାମହାତୀ ସ୍ପିନର ପ୍ରବଥ ଜୟସୂରିୟା ୧୦୭ ବିନିମୟରେ ୫ ୱିକେଟ୍ ନେଇ ଆଫଗାନିସ୍ତାନ ବ୍ୟାଟିଂ କ୍ରମକୁ ଭାଙ୍ଗିଦେଇଥିଲେ। ଏହା ପରେ ୫୬ ରନ୍ର ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ୭.୨ ଓଭରରେ ବିନା କୌଣସି କ୍ଷତିରେ ସଂଗ୍ରହ କରି ନେଇଥିଲା। ଉଭୟ ପାଳିରୁ ୮ ୱିକେଟ୍ […]

କଲମ୍ବୋ: ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଘରୋଇ ଶ୍ରୀଲଙ୍କା ୧୦ ୱିକେଟ୍ରେ ବିଜୟୀ ହୋଇଛି। ଦ୍ବିତୀୟ ପାଳିରେ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଆଫଗାନିସ୍ତାନ ୨୯୬ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ବାମହାତୀ ସ୍ପିନର ପ୍ରବଥ ଜୟସୂରିୟା ୧୦୭ ବିନିମୟରେ ୫ ୱିକେଟ୍ ନେଇ ଆଫଗାନିସ୍ତାନ ବ୍ୟାଟିଂ କ୍ରମକୁ ଭାଙ୍ଗିଦେଇଥିଲେ। ଏହା ପରେ ୫୬ ରନ୍ର ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ୭.୨ ଓଭରରେ ବିନା କୌଣସି କ୍ଷତିରେ ସଂଗ୍ରହ କରି ନେଇଥିଲା। ଉଭୟ ପାଳିରୁ ୮ ୱିକେଟ୍ ଦଖଲ କରିଥିବା ଜୟସୂରିୟା (୩/୬୭ ଓ ୫/୧୦୫) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆଫଗାନିସ୍ତାନ ପ୍ରଥମ ପାଳିରେ ୧୯୮ ରନ୍ କରିଥିଲା ବେଳେ ଶ୍ରୀଲଙ୍କା ଆଞ୍ଜେଲୋ ମାଥ୍ୟୁସ୍ ଓ ଦୀନେଶ ଚାନ୍ଦିମାଲ୍ଙ୍କ ଶତକୀୟ ପାଳି ସହାୟତାରେ ୪୩୯ ରନ୍ ସ୍କୋର କରିଥଇଲା। ଏକମାତ୍ର ଟେଷ୍ଟ୍ ଚତୁର୍ଥ ଦିବସରେ ଶେଷ ହୋଇଯିବା ପରେ ଉଭୟ ଦେଶ ଶୁକ୍ରବାରଠାରୁ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବେ।