ମନସୁନ୍‌ରେ ପେଟ ସମସ୍ୟା

ମନସୁନ୍‌ ସମୟରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ସେଥିରୁ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ ପେଟ ସମସ୍ୟା । ଏହି ଦିନେ ପେଟରେ ଯନ୍ତ୍ରଣା, ପେଟ ମୋଡି ହେବା, ଝାଡା ବାନ୍ତି ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ମନସୁନ୍‌ରେ ଖାଦ୍ୟ ଖାଇବା ସମୟରେ ବେଶ୍‌ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଟିପ୍ସ ବିଷୟରେ । – ଖାଇବା ପୂର୍ବରୁ ଧୁଅନ୍ତୁ : ଏହି ଦିନେ ଯଦି […]

ମନସୁନ୍‌ରେ ପେଟ ସମସ୍ୟା
ମନସୁନ୍‌ରେ ପେଟ ସମସ୍ୟା

ମନସୁନ୍‌ ସମୟରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ସେଥିରୁ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ ପେଟ ସମସ୍ୟା । ଏହି ଦିନେ ପେଟରେ ଯନ୍ତ୍ରଣା, ପେଟ ମୋଡି ହେବା, ଝାଡା ବାନ୍ତି ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ମନସୁନ୍‌ରେ ଖାଦ୍ୟ ଖାଇବା ସମୟରେ ବେଶ୍‌ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଟିପ୍ସ ବିଷୟରେ ।
– ଖାଇବା ପୂର୍ବରୁ ଧୁଅନ୍ତୁ : ଏହି ଦିନେ ଯଦି ଫଳ ଖାଉଛନ୍ତି କିମ୍ବା କଞ୍ଚାରେ କୌଣସି ପରିବା ଖାଉଛନ୍ତି ତେବେ ଏହାକୁ ଧୋଇବାକୁ ଯମାରୁ ଭୁଲନ୍ତୁ ନାହିଁ । ଏହାକୁ ନଧୋଇ ଖାଇଲେ ଏଥିରେ ଥିବା ବ୍ୟାକ୍ଟେରିଆ ଆମ ଶରୀରକୁ ଯିବା ସହିତ ବିଭିନ୍ନ ପେଟ ରୋଗ କରାଇଥାଆନ୍ତି ।
– ଦୁଗ୍ଧ ଜାତ ଦ୍ରବ୍ୟ : ଏହି ଦିନେ ଦୁଗ୍ଧ ଜାତ ଦ୍ରବ୍ୟ କମ ଖାଆନ୍ତୁ । ଖାଇବା ଆଗରୁ ସବୁବେଳେ ଏହାର ଏକ୍ସପାରୀ ଡେଟ୍‌ ଦେଖି ତା ପରେ ଖାଆନ୍ତୁ । ସେହିଭଳି ଏହାକୁ ଭଲଭାବେ ଫ୍ରିଜ୍‌ରେ ରଖନ୍ତୁ । ବାହାରେ ରଖିବାଦ୍ୱାରା ନଷ୍ଟ ହେବାର ଅଧିକ ସମ୍ଭାବନା ରହିଥାଏ ।
– ଖାଇବାକୁ ଫ୍ରିଜ୍‌ରେ ରଖନ୍ତୁ : ବର୍ଷାଦିନେ କେତେଜଣ ଭାବନ୍ତି ଖାଦ୍ୟ ନଷ୍ଟ ହୋଇନଥାଏ ହେଲେ ଏପରି ନୁହେଁ । ଏହି ଦିନେ ମଧ୍ୟ ଖାଦ୍ୟରେ ବ୍ୟାକ୍ଟେରିଆ ଜନ୍ମ ନେଇଥାଆନ୍ତି । ତେଣୁ ଏହି ଦିନେ ମଧ୍ୟ ଖାଦ୍ୟକୁ ଫ୍ରିଜ୍‌ରେ ରଖନ୍ତୁ । ତେବେ ବେଶି ଦିନ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ ।