ଜୟପୁରରେ ମୋଦୀଙ୍କ ସହ ରୋଡସୋ କଲେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ମାକ୍ରନ୍

ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ଜନ୍ତର ମନ୍ତରରେ ପହଞ୍ଚିଛନ୍ତି। ଜନ୍ତର ମନ୍ତରରେ ପହଞ୍ଚିବାପରେ ମାକ୍ରନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଥିଲେ। ମାକ୍ରନ ଚଳିତବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି। ଏହି ଅବସରରେ ମାକ୍ରନ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମାକ୍ରନ ଏବଂ ମୋଦୀ ଆଜି ଜୟପୁରରେ ଏକାଠି ରୋଡସୋ କରିଛନ୍ତି। ମାକ୍ରନ ଆଜି ଜୟପୁରରେ ପହଞ୍ଚିବାପରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ଏବଂ ରାଜ୍ୟପାଳ କଳରାଜ ମିଶ୍ର […]

ଜୟପୁରରେ ମୋଦୀଙ୍କ ସହ ରୋଡସୋ କଲେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ମାକ୍ରନ୍

ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ଜନ୍ତର ମନ୍ତରରେ ପହଞ୍ଚିଛନ୍ତି। ଜନ୍ତର ମନ୍ତରରେ ପହଞ୍ଚିବାପରେ ମାକ୍ରନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଥିଲେ। ମାକ୍ରନ ଚଳିତବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି। ଏହି ଅବସରରେ ମାକ୍ରନ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମାକ୍ରନ ଏବଂ ମୋଦୀ ଆଜି ଜୟପୁରରେ ଏକାଠି ରୋଡସୋ କରିଛନ୍ତି। ମାକ୍ରନ ଆଜି ଜୟପୁରରେ ପହଞ୍ଚିବାପରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ଏବଂ ରାଜ୍ୟପାଳ କଳରାଜ ମିଶ୍ର ସ୍ବାଗତ କରିଥିଲେ। ଉତ୍ତରପ୍ରଦେଶର ବୁଲନ୍ଦସର ଗସ୍ତରେ ଥିବା ମୋଦୀ ପରେ ଜୟପୁରରେ ପହଞ୍ଚିଥିଲେ। ଏହାପରେ ଉଭୟ ମୋଦୀ ଏବଂ ମାକ୍ରନ ପିଙ୍କ୍ ସିଟିରେ ରୋଡସୋ କରିଛନ୍ତି। ମାକ୍ରନ ଆଜି ଅମେର ଦୁର୍ଗରୁ ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତାକାଲି କର୍ତ୍ତବ୍ୟ ପଥରେ ମାକ୍ରନ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପରେଡରେ ଫ୍ରାନ୍ସ ସେନା ସାମିଲ ହେବ। ଉଲ୍ଳେଖଯୋଗ୍ୟ ଯେ ମାକ୍ରନ ଷଷ୍ଠ ନେତାଭାବେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସାଧାରଣତନ୍ତ୍ର ଦିବସ ପରେଡ୍ ପରେ ମାକ୍ରନ ଫ୍ରାନ୍ସ ଦୂତାବାସ ଯିବେ।