ମହୀଶୂରରେ ସ୍ତ୍ରୀକୁ ୧୨ ବର୍ଷ ଧରି ଘରେ ବନ୍ଦୀ ରଖିଥିଲା ସ୍ୱାମୀ
ମହୀଶୂର: କର୍ଣ୍ଣାଟକର ମହୀଶୂରରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଦୀର୍ଘ ୧୨ ବର୍ଷ ଧରି ବନ୍ଦୀ ରଖିଥିବା ଅଭିଯୋଗ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଦୀର୍ଘ ଦିନ ଧରି ଯନ୍ତ୍ରଣାରେ ରହିବା ପରେ ମଧ୍ୟ ମହିଳା ଜଣକ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଛନ୍ତି। ସେ ନିଜ ବାପଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ବୟସ ୩୦ । ସେ କହିଛନ୍ତି , ତାଙ୍କ ସ୍ୱାମୀ ତାଙ୍କୁ ୧୨ ବର୍ଷ ଧରି ଘରୁ […]

ମହୀଶୂର: କର୍ଣ୍ଣାଟକର ମହୀଶୂରରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଦୀର୍ଘ ୧୨ ବର୍ଷ ଧରି ବନ୍ଦୀ ରଖିଥିବା ଅଭିଯୋଗ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଦୀର୍ଘ ଦିନ ଧରି ଯନ୍ତ୍ରଣାରେ ରହିବା ପରେ ମଧ୍ୟ ମହିଳା ଜଣକ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଛନ୍ତି। ସେ ନିଜ ବାପଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ବୟସ ୩୦ । ସେ କହିଛନ୍ତି , ତାଙ୍କ ସ୍ୱାମୀ ତାଙ୍କୁ ୧୨ ବର୍ଷ ଧରି ଘରୁ ବାହାରକୁ ଯିବାକୁ ଦେଉ ନ ଥିଲେ। ଶୌଚାଳୟ ବଦଳରେ ସେ ଘରେ ଏକ ଛୋଟ ବାକ୍ସ ବ୍ୟବହାର କରୁଥିଲେ। ଦମ୍ପତିଙ୍କ ଦୁଇ ପିଲା ସ୍କୁଲରୁ ଫେରିବା ପରେ ଘର ବାହାରେ ଅପେକ୍ଷା କରି ରହୁଥିଲେ। ସେ ସେମାନଙ୍କୁ ଝରକା ବାଟେ ଖାଇବାକୁ ଦେଉଥିଲେ। ସ୍ବାମୀ ଫେରି କବାଟ ଖୋଲିଲେ ସେମାନେ ଘର ଭିତରକୁ ଆସୁଥିଲେ। ତେବେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ମହିଳା ଜଣକ ୧୨ ବର୍ଷ ନୁହେଁ, କେବଳ ଗତ ୨ରୁ ୩ ସପ୍ତାହ ହେବ ନିଜ ଘରେ ବନ୍ଦୀ ହୋଇ ରହିଥିଲେ। ତାଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଅତୀତରେ ସେ ତାଙ୍କ ପିତାମାତାଙ୍କ ଘରକୁ ଯାଇଛନ୍ତି। କାମକୁ ଯିବା ପୂର୍ବରୁ ସ୍ୱାମୀ ତାଙ୍କୁ ଘର ଭିତରେ ବନ୍ଦ କରି ରଖୁଥିଲେ। ମିଳିଥିବା ସୂଚନାନୁଯାୟୀ ମହିଳା ଜଣକ ହେଉଛନ୍ତି ସେହି ବ୍ୟକ୍ତିଙ୍କ ତୃତୀୟ ପତ୍ନୀ।