ଧୋନୀଙ୍କୁ ଦେଖିବାକୁ ଫ୍ୟାନ୍ସ ପାଗଳ! ଝିଅର ସ୍କୁଲ ଫି' ନଦେଇ କିଣିଲେ ୬୪ ହଜାର ଟଙ୍କାର ଟିକେଟ୍
ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ଚଳିତ ସିଜିନ୍ର ଆରମ୍ଭରୁ ହିଁ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସକୁ ଚିଅରଅପ୍ କରିବା ପାଇଁ ଷ୍ଟାଡିୟମରେ ୟେଲୋ ଫ୍ୟାନ୍ସଙ୍କ ଭିଡ଼। ଟି ଷ୍ଟାର କ୍ରିକେଟର୍ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଟିକିଏ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ବିଭିନ୍ନ ଢଙ୍ଗରେ ସେଲିବ୍ରେସନର ନଜିର ରହିଛି। ଏହାରି ଭିତରେ ପ୍ରଶଂସକଙ୍କ ଏପରି ଅଜବ କାମ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି।ଧୋନିଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ଜଣକ ୬୪ ହଜାର ଟଙ୍କା ମୂଲ୍ୟର ଟିକେଟ କିଣି ଷ୍ଟାଡିୟମରେ ପହଞ୍ଚିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସ ଜଣକ ତାଙ୍କ ତିନି ଝିଅଙ୍କ ସହ ଯାଇଥିଲେ। ତାଙ୍କୁ ଟିକେଟ୍ ନ ମିଳିବାରୁ ସେ ବ୍ଲାକରେ 64,000 ଟଙ୍କା ମୂଲ୍ୟର ଟିକେଟ୍ କିଣିଥିଲେ। ସବୁଠୁ ବଡ଼ କଥା ହେଲା ସେ ଏପର୍ଯ୍ୟନ୍ତ ଝିଅର ସ୍କୁଲ ଫି ଦେଇନାହାନ୍ତି। ଏକଥା ପ୍ରଶଂସକ ଜଣକ ନିଜେ ଗଣମାଧ୍ୟମରେ କହିଛନ୍ତି। ପ୍ରଶଂସକ କହିଛନ୍ତି, 'ମୁଁ ଟିକେଟ୍ ପାଇନାହିଁ ବ୍ଲାକ୍ରେ କିଣିଛି। ମୋଟ୍ ୬୪ ହଜାର ଟଙ୍କା ଥିଲା। ମୋତେ ତଥାପି ସ୍କୁଲ ଫି ଦେବାକୁ ପଡିବ। କିନ୍ତୁ ଆମେ ଏମଏସ ଧୋନିଙ୍କୁ ଥରେ ଦେଖିବାକୁ ଚାହୁଁଥିଲୁ। ମୋର ତିନି ଝିଅ ଏବଂ ମୁଁ ବହୁତ ଖୁସି। ପ୍ରଶଂସକଙ୍କ ଝିଅ କହି
ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ଚଳିତ ସିଜିନ୍ର ଆରମ୍ଭରୁ ହିଁ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସକୁ ଚିଅରଅପ୍ କରିବା ପାଇଁ ଷ୍ଟାଡିୟମରେ ୟେଲୋ ଫ୍ୟାନ୍ସଙ୍କ ଭିଡ଼। ଟି ଷ୍ଟାର କ୍ରିକେଟର୍ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଟିକିଏ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ବିଭିନ୍ନ ଢଙ୍ଗରେ ସେଲିବ୍ରେସନର ନଜିର ରହିଛି। ଏହାରି ଭିତରେ ପ୍ରଶଂସକଙ୍କ ଏପରି ଅଜବ କାମ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି।
ଧୋନିଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ଜଣକ ୬୪ ହଜାର ଟଙ୍କା ମୂଲ୍ୟର ଟିକେଟ କିଣି ଷ୍ଟାଡିୟମରେ ପହଞ୍ଚିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସ ଜଣକ ତାଙ୍କ ତିନି ଝିଅଙ୍କ ସହ ଯାଇଥିଲେ। ତାଙ୍କୁ ଟିକେଟ୍ ନ ମିଳିବାରୁ ସେ ବ୍ଲାକରେ 64,000 ଟଙ୍କା ମୂଲ୍ୟର ଟିକେଟ୍ କିଣିଥିଲେ। ସବୁଠୁ ବଡ଼ କଥା ହେଲା ସେ ଏପର୍ଯ୍ୟନ୍ତ ଝିଅର ସ୍କୁଲ ଫି ଦେଇନାହାନ୍ତି। ଏକଥା ପ୍ରଶଂସକ ଜଣକ ନିଜେ ଗଣମାଧ୍ୟମରେ କହିଛନ୍ତି।
ପ୍ରଶଂସକ କହିଛନ୍ତି, 'ମୁଁ ଟିକେଟ୍ ପାଇନାହିଁ ବ୍ଲାକ୍ରେ କିଣିଛି। ମୋଟ୍ ୬୪ ହଜାର ଟଙ୍କା ଥିଲା। ମୋତେ ତଥାପି ସ୍କୁଲ ଫି ଦେବାକୁ ପଡିବ। କିନ୍ତୁ ଆମେ ଏମଏସ ଧୋନିଙ୍କୁ ଥରେ ଦେଖିବାକୁ ଚାହୁଁଥିଲୁ। ମୋର ତିନି ଝିଅ ଏବଂ ମୁଁ ବହୁତ ଖୁସି। ପ୍ରଶଂସକଙ୍କ ଝିଅ କହିଛନ୍ତି, 'ଏହି ଟିକେଟ୍ ପାଇବା ପାଇଁ ମୋ ବାପା ବହୁତ ପରିଶ୍ରମ କରିଛନ୍ତି। ଧୋନି ଖେଳିବାକୁ ଆସିଥିଲେ, ଆମେ ତାଙ୍କୁ ଦେଖି ବହୁତ ଖୁସି।
କିଛି ସୋସିଆଲ ମିଡିଆ ୟୁଜର୍ସ ପ୍ରଶଂସକଙ୍କ ଏହି କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖାଯାଉଛି। ଏହି ଭିଡିଓକୁ ସେୟାର କରି ଜଣେ ଡାକ୍ତର ପ୍ରଶଂସକଙ୍କୁ ଅଜ୍ଞାନୀ ବୋଲି କହିବା ସହ ପିଲାମାନଙ୍କ ଶିକ୍ଷା ଅପେକ୍ଷା ଗୋଟିଏ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି।