ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ, ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର

ଘଟଗାଁ ୨୦।୬: ସରିଲା ଛୁଟି, ଖୋଲିଲା ସ୍କୁଲ । ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟ ଘଟିଛି ଅଘଟଣ । ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଛୁଟି ପରେ ସ୍କୁଲ ଖୋଲୁଥିବାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଆସିଥିଲେ । କିନ୍ତୁ ସ୍କୁଲରେ ଘଟିଥିଲା ଅଘଟଣ । ସ୍କୁଲ ଛାତ ପ୍ଲାଷ୍ଟର ଛାତ୍ରଙ୍କ ମୁଣ୍ଡ ଉପରେ ଖସିପଡିଥିଲା । ଫଳରେ ଛାତ୍ରଙ୍କ ମୁଣ୍ଡ ଫାଟି ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଛାତ୍ର ଜଣଙ୍କ ହେଲେ ୫ମ ଶ୍ରେଣୀର ଦିବ୍ୟାଂଶୁ ମହାନ୍ତି । ଛାତ୍ର ଜଣକ ଆହତ ହେବା ପରେ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡ଼ାକ୍ତରଖାନା ନନେବା କାରଣରୁ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।ତେବେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର କିପରି ଖସିଲା ଏବଂ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ପୂର୍ବରୁ ଧ୍ୟାନ ଦେଲେ ନାହିଁ, ସେନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଲୋକେ ।You Can Read:ମଶାରୀ ଭିତରେ ପଶି ଦେଢ଼ଶୁରକୁ କଟୁରୀରେ ହାଣିଥିଲା ଭାଇ ବୋହୂ, ଭାଇ-ପୁତୁରା ସମେତ ୩ ଗିରଫ  

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ, ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର

ଘଟଗାଁ ୨୦।୬: ସରିଲା ଛୁଟି, ଖୋଲିଲା ସ୍କୁଲ । ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟ ଘଟିଛି ଅଘଟଣ । ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଛୁଟି ପରେ ସ୍କୁଲ ଖୋଲୁଥିବାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଆସିଥିଲେ । କିନ୍ତୁ ସ୍କୁଲରେ ଘଟିଥିଲା ଅଘଟଣ । ସ୍କୁଲ ଛାତ ପ୍ଲାଷ୍ଟର ଛାତ୍ରଙ୍କ ମୁଣ୍ଡ ଉପରେ ଖସିପଡିଥିଲା । ଫଳରେ ଛାତ୍ରଙ୍କ ମୁଣ୍ଡ ଫାଟି ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଛାତ୍ର ଜଣଙ୍କ ହେଲେ ୫ମ ଶ୍ରେଣୀର ଦିବ୍ୟାଂଶୁ ମହାନ୍ତି । ଛାତ୍ର ଜଣକ ଆହତ ହେବା ପରେ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡ଼ାକ୍ତରଖାନା ନନେବା କାରଣରୁ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର କିପରି ଖସିଲା ଏବଂ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ପୂର୍ବରୁ ଧ୍ୟାନ ଦେଲେ ନାହିଁ, ସେନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଲୋକେ ।

You Can Read:

ମଶାରୀ ଭିତରେ ପଶି ଦେଢ଼ଶୁରକୁ କଟୁରୀରେ ହାଣିଥିଲା ଭାଇ ବୋହୂ, ଭାଇ-ପୁତୁରା ସମେତ ୩ ଗିରଫ