ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ତିରୁପତି ଲଡୁରେ ବ୍ୟବହାର ହେଉଥିଲା ଚର୍ବି

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ YSRCP ସରକାର ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ଯେ... The post ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ତିରୁପତି ଲଡୁରେ ବ୍ୟବହାର ହେଉଥିଲା ଚର୍ବି appeared first on .

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ତିରୁପତି ଲଡୁରେ ବ୍ୟବହାର ହେଉଥିଲା ଚର୍ବି

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ YSRCP ସରକାର ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ଯେ ପୂର୍ବ ସରକାରରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ତାଙ୍କ ଅଭିଯୋଗ ପରେ ରାଜ୍ୟରେ ରାଜନୈତିକ ଆକ୍ରମଣ ଆରମ୍ଭ ହୋଇଛି।

 

ଏନଡିଏ ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରି ସିଏମ ନାଇଡୁ କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରି କରିବାରେ YSRCP ସରକାର ଅବୈ ଧ ଉପାଦାନ ବ୍ୟବହାର କରିଛନ୍ତି। ଶୁଦ୍ଧ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା  । ବର୍ତ୍ତମାନ ପ୍ରସାଦରେ ଶୁଦ୍ଧ ଘିଅ ବ୍ୟବହାର କରାଯାଉଛି  । ତେବେ ନାଇଡୁଙ୍କ ଅଭିଯୋଗକୁ YSRCP ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

 

ଏଥି ସହିତ ଆନ୍ଧ୍ରପ୍ରଦେଶର ଆଇଟି ମନ୍ତ୍ରୀ ନାରା ଲୋକେଶ ଏହି ପ୍ରସଙ୍ଗରେ ଜଗନ୍ ମୋହନ ରେଡ୍ଡୀ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ‘ତିରୁମାଲାର ପ୍ରଭୁ ଭେଙ୍କଟେଶ୍ବର ସ୍ୱାମୀ ମନ୍ଦିର ଆମର ସବୁଠାରୁ ପବିତ୍ର ମନ୍ଦିର। ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇଗଲି ଯେ ଜଗନ୍ ମୋହନ ପ୍ରଶାସନ ତିରୁପତି ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରିଥିଲେ’

।

ଲୋକେଶ ଅଭିଯୋଗ କରିଛନ୍ତି ଯେ YSRCP କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇପାରି ନାହିଁ। ତିରୁପତିଙ୍କ ଭେଙ୍କଟେଶ୍ୱର ମନ୍ଦିରରେ ତିରୁପତି ଲଡୁ ଅର୍ପଣ କରାଯାଏ  । ଏହି ମନ୍ଦିର ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ପରିଚାଳିତ  ।

 

The post ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ତିରୁପତି ଲଡୁରେ ବ୍ୟବହାର ହେଉଥିଲା ଚର୍ବି appeared first on .