ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ, ଗାଡ଼ି ଛାଡ଼ି ଫେରାର ହୋଇଗଲା ଡ୍ରାଇଭର
ସୋନପୁର: ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସୋନପୁର ବ୍ଲକ୍ ଟ୍ରାଫିକ ଛକଠାରେ। ମିଳିଥିବା ସୂଚନା ଅନୁଯାୟୀ, ସହର ପଟୁ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ଏକ ହାଇୱା ସ୍କୁଟି ଉପରେ ଚଢ଼ାଇ ଦେଇଥିଲା। ଏଥିରେ ସ୍କୁଟିରେ ଥିବା ଦୁଇ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତେବେ ଘଟଣା ପରେ ହାଇଓ୍ବାଟି ଫେରାର ହୋଇଯାଇଥିଲା। ହେଲେ ସ୍କୁଟିଟି ହଇୱାରେ ଅଟକି ଯାଇଥିବା ଯୋଗୁଁ, ପ୍ରାୟ ୧ କିମି ଦୂରରେ ହାଇଓ୍ବାରେ ନିଆଁ ଲାଗିଯାଇଥିଲା। ଆଉ ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ମାରିଛି ଡ୍ରାଇଭର। ଆହୁରି ପଢ଼ନ୍ତୁ: ପିକଅପ୍ ଭ୍ୟାନକୁ ପଛରୁ ପିଟିଲା ବାଇକ୍, ଦୁଇ ମୃତ ସେପଟେ ଘଟଣାକୁ ନେଇ ବ୍ଲକ ଛକରେ ଚାପା ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୋଲିସ ଟିମ ସହ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି । ଲୋକ ଉତ୍ତେଜିତ ହୋଇ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। The post ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ, ଗାଡ଼ି ଛାଡ଼ି ଫେରାର ହୋଇଗଲା ଡ୍ରାଇଭର appeared first on Prameya News7.
ସୋନପୁର: ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସୋନପୁର ବ୍ଲକ୍ ଟ୍ରାଫିକ ଛକଠାରେ। ମିଳିଥିବା ସୂଚନା ଅନୁଯାୟୀ, ସହର ପଟୁ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ଏକ ହାଇୱା ସ୍କୁଟି ଉପରେ ଚଢ଼ାଇ ଦେଇଥିଲା। ଏଥିରେ ସ୍କୁଟିରେ ଥିବା ଦୁଇ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ତେବେ ଘଟଣା ପରେ ହାଇଓ୍ବାଟି ଫେରାର ହୋଇଯାଇଥିଲା। ହେଲେ ସ୍କୁଟିଟି ହଇୱାରେ ଅଟକି ଯାଇଥିବା ଯୋଗୁଁ, ପ୍ରାୟ ୧ କିମି ଦୂରରେ ହାଇଓ୍ବାରେ ନିଆଁ ଲାଗିଯାଇଥିଲା। ଆଉ ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ମାରିଛି ଡ୍ରାଇଭର।
ଆହୁରି ପଢ଼ନ୍ତୁ: ପିକଅପ୍ ଭ୍ୟାନକୁ ପଛରୁ ପିଟିଲା ବାଇକ୍, ଦୁଇ ମୃତ
ସେପଟେ ଘଟଣାକୁ ନେଇ ବ୍ଲକ ଛକରେ ଚାପା ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୋଲିସ ଟିମ ସହ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି । ଲୋକ ଉତ୍ତେଜିତ ହୋଇ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।
The post ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ, ଗାଡ଼ି ଛାଡ଼ି ଫେରାର ହୋଇଗଲା ଡ୍ରାଇଭର appeared first on Prameya News7.