ଟ୍ରେନ ଆଗକୁ ଡେଇଁ ସାମ୍ବାଦିକାଙ୍କ ଆତ୍ମହତ୍ୟା, ରେଳ ଲାଇନରୁ ଉଦ୍ଧାର ହେଲା ଖଣ୍ଡବିଖଣ୍ଡିତ ମୃତଦେହ
ଭୁବନେଶ୍ବର: ବାହାଘରର ଚାରିମାସରେ ଆତ୍ମହତ୍ୟା କଲେ ଜଣେ ସାମ୍ବାଦିକା। ଏହି ଘଟଣା ଏବେ ଖେଳାଇଛି ଚାଞ୍ଚଲ୍ୟ । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ। ମଧୁସ୍ମିତା ପରିଡ଼ା ନାମକ ଜଣେ ସାମ୍ବାଦିକ ପାରିବାରିକ କଳହ କାରଣରୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସାମ୍ବାଦିକାଙ୍କ ଆତ୍ମହତ୍ୟା ପୂର୍ବର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ବିଷୟରେ ମଧ୍ୟ କହିଛନ୍ତି।ସୂଚନା ଅନୁଯାୟୀ, ମଧୁସ୍ମିତା ଏୟାରଫୋର୍ସରେ କାର୍ଯ୍ୟରତ ଶ୍ରୀଧର ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ମାତ୍ର ପୂର୍ବରୁ ଶ୍ରୀଧର ବିବାହ କରିଥିବା ଜାଣିପାରିନଥିଲେ ସେ। ଫଳରେ ବିବାହ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଧୋକା ଦେଇ ବିବାହ କରିବା ପରେ ମଧ୍ୟ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ ମଧୁସ୍ମିତା। ଏନେଇ ଅନେକ ଥର ଝଗଡ଼ା ହୋଇଥିଲା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଏବଂ ଶ୍ରୀଧର ତାଙ୍କୁ ମାଡ଼ ମାରିଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ଘର ଲୋକେ। ହେଲେ ସବୁ ସୀମା ଟପିବାରୁ ମାଉସୀମା ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ ମଧୁସ୍ମିତା। ଆଉ ତଳେ ଚଳନ୍ତା ଟ୍ରେନ ଆଗରେ ଆସି ତାଙ୍କର ଜୀବନ ଚାଲିଯାଇଛି। ଖବର ପାଇ ଘଟଣା ସ୍ଥଳରେ ଜିଆରପି ଏବଂ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ପୂର୍ବର ଭିଡିଓରେ ମଧୁସ୍ମିତା ନିଜ ମାଆ-ବାପାଙ୍କୁ କ୍ଷମା ମାଗିବା ସହ ଆତ୍
ଭୁବନେଶ୍ବର: ବାହାଘରର ଚାରିମାସରେ ଆତ୍ମହତ୍ୟା କଲେ ଜଣେ ସାମ୍ବାଦିକା। ଏହି ଘଟଣା ଏବେ ଖେଳାଇଛି ଚାଞ୍ଚଲ୍ୟ । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ। ମଧୁସ୍ମିତା ପରିଡ଼ା ନାମକ ଜଣେ ସାମ୍ବାଦିକ ପାରିବାରିକ କଳହ କାରଣରୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସାମ୍ବାଦିକାଙ୍କ ଆତ୍ମହତ୍ୟା ପୂର୍ବର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ବିଷୟରେ ମଧ୍ୟ କହିଛନ୍ତି।
ସୂଚନା ଅନୁଯାୟୀ, ମଧୁସ୍ମିତା ଏୟାରଫୋର୍ସରେ କାର୍ଯ୍ୟରତ ଶ୍ରୀଧର ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ମାତ୍ର ପୂର୍ବରୁ ଶ୍ରୀଧର ବିବାହ କରିଥିବା ଜାଣିପାରିନଥିଲେ ସେ। ଫଳରେ ବିବାହ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଧୋକା ଦେଇ ବିବାହ କରିବା ପରେ ମଧ୍ୟ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ ମଧୁସ୍ମିତା। ଏନେଇ ଅନେକ ଥର ଝଗଡ଼ା ହୋଇଥିଲା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଏବଂ ଶ୍ରୀଧର ତାଙ୍କୁ ମାଡ଼ ମାରିଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ଘର ଲୋକେ।
ହେଲେ ସବୁ ସୀମା ଟପିବାରୁ ମାଉସୀମା ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ ମଧୁସ୍ମିତା। ଆଉ ତଳେ ଚଳନ୍ତା ଟ୍ରେନ ଆଗରେ ଆସି ତାଙ୍କର ଜୀବନ ଚାଲିଯାଇଛି। ଖବର ପାଇ ଘଟଣା ସ୍ଥଳରେ ଜିଆରପି ଏବଂ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆତ୍ମହତ୍ୟା ପୂର୍ବର ଭିଡିଓରେ ମଧୁସ୍ମିତା ନିଜ ମାଆ-ବାପାଙ୍କୁ କ୍ଷମା ମାଗିବା ସହ ଆତ୍ମହତ୍ୟା କରୁଥିବାର କାରଣ କହିଛନ୍ତି। ସେ କହିଛନ୍ତି ତାଙ୍କ ସ୍ବାମୀ ତାଙ୍କୁ ଧୋକା ଦେଉଥିଲେ। ଭିଡିଓରେ ସେ ନିଜ ବାପା-ମାଆଙ୍କୁ କ୍ଷମା ମାଗିବା ସହ କହିଛନ୍ତି ‘ସେ ମୋତେ ଛାଡ଼ି ଆଉ ଜଣଙ୍କ ସହ ରିଲେସନରେ ଥିଲେ। ରାତିରେ ତାଙ୍କ ସହ କଥା ହେଉଛନ୍ତି। ଛୁଟିରେ ରହିଲେ ଘରେ ଝଗଡ଼ା ହେଉଛି। ମୁଁ ଅଫିସ ଯାଇ ପାରୁନାହିଁ।ବିବାହ ପୂର୍ବରୁ ୫ ବର୍ଷ ସମ୍ପର୍କରେ ଥିଲି। ଜଣଙ୍କୁ ଡିଭୋର୍ସ ଦେଇ ମୋତେ ବିବାହ କରିଥିଲେ। ପୁଣି ମୋ ସହ ସମାନ କାମ ହେବାକୁ ଯାଉଛି। ମୋ ସହ ବଡ଼ ଫ୍ରଡ ହୋଇଛି। ମୁଁ ଆଉ ସମ୍ଭାଳି ପାରୁନି, ସମସ୍ତେ କ୍ଷମା କରନ୍ତୁ।’’