୧୫ ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ଡାଉନ୍ଲୋଡ୍, ସଦଗୁରୁଙ୍କ Miracle Of Mind କଲା ରେକର୍ଡ
ନୂଆଦିଲ୍ଲୀ: ସଦ୍ଗୁରୁ ଜଗି ବାସୁଦେବଙ୍କ "ମିରାକଲ୍ ଅଫ୍ ମାଇଣ୍ଡ" ଆପ୍ ରେକର୍ଡ କରିଛି । ଏହି ଆପକୁ ୧୫ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଲୋକ ଡାଉନଲୋଡ୍ କରିସାରିଛନ୍ତି । ଏହି ମାମଲାରେ ସଦ୍ଗୁରୁଙ୍କ ଫ୍ରି ମେଡିଟେସନ ଆପ୍ ChatGPTକୁ ମଧ୍ୟ ପଛରେ ପକାଇ ଦେଇଛି । ଫେବ୍ରୁଆରୀ ୨୬ରେ ମହାଶିବରାତ୍ରି ଅବସରରେ କୋଏମ୍ୱାଟୁରରେ ସଦଗୁରୁଙ୍କ ଇଶା ଯୋଗ ସେଣ୍ଟରରେ ୧୨ ଘଣ୍ଟାର ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ସଦଗୁରୁ ଏହି ଆପକୁ ଲଞ୍ଚ୍ କରିଥିଲେ ।ସଦଗୁରୁଙ୍କ ମାଗଣା ଧ୍ୟାନ ଅପ୍ ମିରାକଲ୍ ଅଫ୍ ମାଇଣ୍ଡ ଲଞ୍ଚ୍ ହେବାର କେବଳ ୧୫ ଘଣ୍ଟା ଭିତରେ ହିଁ ୧ ମିଲିୟନ ଡଲାନଲୋଡ୍ ହୋଇଥିଲା । ଏହି ବ୍ଲକ୍ବଷ୍ଟର ଲଞ୍ଚ୍ରେ ପୂରା ସୋସିଆଲ୍ ମିଡିଆରେ ଚକିତ ହୋଇଛି । ଚାଟ୍ଜିପିଟି ଲଞ୍ଚ୍ ପରେ ପ୍ରଥମ ୧୫ ଘଣ୍ଟାରେ ଆପକୁ ଏତେ ଅଧିକ ଡାଉନ୍ଲୋଡ୍ କରାଯାଇନଥିଲା ।୨୪ ଘଣ୍ଟାରେ ମିରାକଲ୍ ଅଫ୍ ମାଇଣ୍ଡ ଭାରତ, ଆମେରିକା, କାନାଡା, ୟୁକେ, ଅଷ୍ଟ୍ରେଲିଆ, ସିଙ୍ଗାପୁରୁ, ମାଲେସିଆ, ହଂକଂ, ଜର୍ମାନୀ, କେନିଆ ଓ ୟୁଏଇ ସମେତ ୨୦ ଦେଶରେ ଟ୍ରେଣ୍ଡ କରୁଛି । ଏହା ଦର୍ଶାଉଛି ଯେ ଧ୍ୟାନ ମାନସିକ ଶାନ୍ତି ପାଇଁ ଏକ ପ୍ରମୁଖ ସମାଧାନ ରୂପେ ସାମନାକୁ ଆସୁଛି । ଇଂରାଜୀ, ହିନ୍ଦୀ, ତାମିଲ, ରୁଷିୟ ଓ ସ୍ପାନିସ୍ ଭାଷାରେ ଏହି ଆପ୍ ଉପଲବ୍ଧ । ଆପ୍ର ୭ ମିନିଟ୍ର ମେଡିଟେସନ୍ ବେଶ ଭାଇରାଲ୍ ହେବାରେ ଲାଗିଛି । ମିରାକଲ୍ ଅଫ୍ ମାଇଣ୍ଡ ଆପ୍କୁ
ନୂଆଦିଲ୍ଲୀ: ସଦ୍ଗୁରୁ ଜଗି ବାସୁଦେବଙ୍କ "ମିରାକଲ୍ ଅଫ୍ ମାଇଣ୍ଡ" ଆପ୍ ରେକର୍ଡ କରିଛି । ଏହି ଆପକୁ ୧୫ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଲୋକ ଡାଉନଲୋଡ୍ କରିସାରିଛନ୍ତି । ଏହି ମାମଲାରେ ସଦ୍ଗୁରୁଙ୍କ ଫ୍ରି ମେଡିଟେସନ ଆପ୍ ChatGPTକୁ ମଧ୍ୟ ପଛରେ ପକାଇ ଦେଇଛି । ଫେବ୍ରୁଆରୀ ୨୬ରେ ମହାଶିବରାତ୍ରି ଅବସରରେ କୋଏମ୍ୱାଟୁରରେ ସଦଗୁରୁଙ୍କ ଇଶା ଯୋଗ ସେଣ୍ଟରରେ ୧୨ ଘଣ୍ଟାର ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ସଦଗୁରୁ ଏହି ଆପକୁ ଲଞ୍ଚ୍ କରିଥିଲେ ।
ସଦଗୁରୁଙ୍କ ମାଗଣା ଧ୍ୟାନ ଅପ୍ ମିରାକଲ୍ ଅଫ୍ ମାଇଣ୍ଡ ଲଞ୍ଚ୍ ହେବାର କେବଳ ୧୫ ଘଣ୍ଟା ଭିତରେ ହିଁ ୧ ମିଲିୟନ ଡଲାନଲୋଡ୍ ହୋଇଥିଲା । ଏହି ବ୍ଲକ୍ବଷ୍ଟର ଲଞ୍ଚ୍ରେ ପୂରା ସୋସିଆଲ୍ ମିଡିଆରେ ଚକିତ ହୋଇଛି । ଚାଟ୍ଜିପିଟି ଲଞ୍ଚ୍ ପରେ ପ୍ରଥମ ୧୫ ଘଣ୍ଟାରେ ଆପକୁ ଏତେ ଅଧିକ ଡାଉନ୍ଲୋଡ୍ କରାଯାଇନଥିଲା ।
୨୪ ଘଣ୍ଟାରେ ମିରାକଲ୍ ଅଫ୍ ମାଇଣ୍ଡ ଭାରତ, ଆମେରିକା, କାନାଡା, ୟୁକେ, ଅଷ୍ଟ୍ରେଲିଆ, ସିଙ୍ଗାପୁରୁ, ମାଲେସିଆ, ହଂକଂ, ଜର୍ମାନୀ, କେନିଆ ଓ ୟୁଏଇ ସମେତ ୨୦ ଦେଶରେ ଟ୍ରେଣ୍ଡ କରୁଛି । ଏହା ଦର୍ଶାଉଛି ଯେ ଧ୍ୟାନ ମାନସିକ ଶାନ୍ତି ପାଇଁ ଏକ ପ୍ରମୁଖ ସମାଧାନ ରୂପେ ସାମନାକୁ ଆସୁଛି । ଇଂରାଜୀ, ହିନ୍ଦୀ, ତାମିଲ, ରୁଷିୟ ଓ ସ୍ପାନିସ୍ ଭାଷାରେ ଏହି ଆପ୍ ଉପଲବ୍ଧ । ଆପ୍ର ୭ ମିନିଟ୍ର ମେଡିଟେସନ୍ ବେଶ ଭାଇରାଲ୍ ହେବାରେ ଲାଗିଛି ।
ମିରାକଲ୍ ଅଫ୍ ମାଇଣ୍ଡ ଆପ୍କୁ ଏପରି ଏକ ସମୟରେ ଲଞ୍ଚ୍ କରାଯାଇଛି, ଯେତେବେଳେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିଛି । ଭାରତରେ ପ୍ରାୟ ୬୦ରୁ ୭୦ ମିଲିୟନ୍ ଲୋକ ସାମାନ୍ୟରୁ ଗୁରୁତର ମାନସିକ ରୋଗରେ ପୀଡ଼ିତ ଅଛନ୍ତି । ଯେଉଁଥି ପାଇଁ ଭାରତରେ ଆତ୍ମହତ୍ୟା ମାମଲା ମଧ୍ୟ ବୃଦ୍ଧି ପାଉଛି ।