ଦିଲ୍ଲୀର ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଦମକଳର ୨୩ ଗାଡି

ନୂଆଦିଲ୍ଲୀ ୨୪।୦୭: ରାଜଧାନୀ ଦିଲ୍ଲୀରେ ପୁଣି ଅଘଟଣ। ନରେଲା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଅବସ୍ଥିତ ଏକ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏନେଇ ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ଅନେକ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ।ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଏକ ପ୍ଲାଷ୍ଟିକ୍ କାରଖାନାରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି। ନିଆଁ ଲିଭାଇବା ପାଇଁ ପ୍ରାୟ ୨୩ ଟି ଅଗ୍ନିଶମ ଉପସ୍ଥିତ ଅଛନ୍ତି । ଏଥିସହ ୧୦୦ ରୁ ଅଧିକ କର୍ମଚାରୀ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ଡେପୁଟି ମୁଖ୍ୟ ଅଗ୍ନିଶମ ଅଧିକାରୀ, ଡିଭିଜନାଲ ଫାୟାର ଅଫିସର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭାଇବା ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନ କୌଣସି ଆହତ କିମ୍ବା କ୍ଷୟକ୍ଷତି ବିଷୟରେ ସୂଚନା ନାହିଁ। ସକାଳ ହୋଇଥିବାରୁ କାରଖାନାରେ କୌଣସି ଶ୍ରମିକ ନଥିଲେ।

ଦିଲ୍ଲୀର ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଦମକଳର ୨୩ ଗାଡି

ନୂଆଦିଲ୍ଲୀ ୨୪।୦୭: ରାଜଧାନୀ ଦିଲ୍ଲୀରେ ପୁଣି ଅଘଟଣ। ନରେଲା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଅବସ୍ଥିତ ଏକ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏନେଇ ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ଅନେକ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ।

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଏକ ପ୍ଲାଷ୍ଟିକ୍ କାରଖାନାରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି। ନିଆଁ ଲିଭାଇବା ପାଇଁ ପ୍ରାୟ ୨୩ ଟି ଅଗ୍ନିଶମ ଉପସ୍ଥିତ ଅଛନ୍ତି । ଏଥିସହ ୧୦୦ ରୁ ଅଧିକ କର୍ମଚାରୀ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ଡେପୁଟି ମୁଖ୍ୟ ଅଗ୍ନିଶମ ଅଧିକାରୀ, ଡିଭିଜନାଲ ଫାୟାର ଅଫିସର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭାଇବା ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନ କୌଣସି ଆହତ କିମ୍ବା କ୍ଷୟକ୍ଷତି ବିଷୟରେ ସୂଚନା ନାହିଁ। ସକାଳ ହୋଇଥିବାରୁ କାରଖାନାରେ କୌଣସି ଶ୍ରମିକ ନଥିଲେ।