ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ବୈଶିଙ୍ଗା,୨୨ା୧୨(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ  ବାଛୁରୀପଡ଼ା କ୍ଲଷ୍ଟର ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ  କାରଣ ଦର୍ଶାଅ ନୋଟିସ ଜାରି  କରାଯାଇଛି।  ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଏହି ନୋଟିସ ଜାରି କରିଛନ୍ତି । ସୂଚନା ଅନୁଯାୟୀ, ୨ ତାରିଖରେ ବିଇଓ ବିପ୍ଳବ କୁମାର କର ଉକ୍ତ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ।  ସେ ପହଞ୍ଚିଲା ବେଳକୁ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ଉପସ୍ଥାନ ଖାତାରେ ତାଙ୍କର କୌଣସି ହସ୍ତାକ୍ଷର ନ […] The post ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ appeared first on Dharitri Odia News.

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ
ବୈଶିଙ୍ଗା,୨୨ା୧୨(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ  ବାଛୁରୀପଡ଼ା କ୍ଲଷ୍ଟର ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ  କାରଣ ଦର୍ଶାଅ ନୋଟିସ ଜାରି  କରାଯାଇଛି।  ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଏହି ନୋଟିସ ଜାରି କରିଛନ୍ତି ।
ସୂଚନା ଅନୁଯାୟୀ, ୨ ତାରିଖରେ ବିଇଓ ବିପ୍ଳବ କୁମାର କର ଉକ୍ତ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ।  ସେ ପହଞ୍ଚିଲା ବେଳକୁ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ଉପସ୍ଥାନ ଖାତାରେ ତାଙ୍କର କୌଣସି ହସ୍ତାକ୍ଷର ନ ଥିଲା ଏବଂ ଅନ୍ୟ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷକ ସେ ବ୍ୟାଙ୍କ ଯାଇଥିବା ନେଇ ସୂଚନା ଦେଇଥିଲେ। ସେହିପରି ସେଦିନ ବିଦ୍ୟାଳୟରେ ମାତ୍ର ୬୬ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଥିବାବେଳେ ୧୦୮ ପିଲାଙ୍କର ମଧ୍ୟାହ୍ନଭୋଜନ ଉପସ୍ଥାନ ଦର୍ଶା ଯାଇଥିଲା। ପରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସ୍ତାବନା ଖାତା, କ୍ୟାସ୍‌ ବୁକ, ବ୍ୟାଙ୍କ ପାସବୁକ ଓ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ଦେଖାଇବାକୁ କହିଥିଲେ ମଧ୍ୟ ଉପସ୍ଥିତ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ କିଛି ଦେଖାଇ ପାରି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଇଓ କର ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।  ଏ ବାବଦରେ ବିଇଓ କରଙ୍କୁ ପଚାରିବାରୁ ସେ ଏଭଳି ଅନିୟମିତତା ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ଜାରି କରି ଡିସେମ୍ବର ୧୮ ତାରିଖ ସୁଦ୍ଧା ଜବାବ ଦାଖଲ କରିବାପାଇଁ କହିଥିଲେ ମଧ୍ୟ ଅଦ୍ୟାବଧି ସଂପୃକ୍ତ ଶିକ୍ଷୟିତ୍ରୀ କୋଣସି ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

The post ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ appeared first on Dharitri Odia News.