କେଏସୟୁବି କଲେଜ, କୋର୍ସେରା ମଧ୍ୟରେ ଚୁକ୍ତି ଅନ୍‌ଲାଇନ ତାଲିମ ନେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଅନ୍‌ଲାଇନରେ ପାଠ ପଢିବା ଏବଂ ଅନ୍‌ଲାଇନରେ ସାର୍ଟିଫିକେଟ ପାଇବା ପାଠ୍ୟକ୍ରମ ପ୍ରତି ଦିନକୁ ଦିନ ଆଗ୍ରହ ବଢୁଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉକ୍ତ ପାଠ୍ୟକ୍ରମ ପ୍ରତି ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ସରକାର ରାଜ୍ୟର ୫୯ଟି କଲେଜରେ ଅନ୍‌ଲାଇନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବାଭଳି କେତେକ ବିଷୟରେ ପାଠ ପଢିବାକୁ କୋର୍ସେରା ସହ ଚୁକ୍ତି କରିଛନ୍ତି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍‌ୟୁବି) କଲେଜ ମଧ୍ୟ ରାଜ୍ୟ […] The post କେଏସୟୁବି କଲେଜ, କୋର୍ସେରା ମଧ୍ୟରେ ଚୁକ୍ତି ଅନ୍‌ଲାଇନ ତାଲିମ ନେଲେ ଛାତ୍ରୀଛାତ୍ର appeared first on Dharitri Odia News.

କେଏସୟୁବି କଲେଜ, କୋର୍ସେରା ମଧ୍ୟରେ ଚୁକ୍ତି ଅନ୍‌ଲାଇନ ତାଲିମ ନେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଅନ୍‌ଲାଇନରେ ପାଠ ପଢିବା ଏବଂ ଅନ୍‌ଲାଇନରେ ସାର୍ଟିଫିକେଟ ପାଇବା ପାଠ୍ୟକ୍ରମ ପ୍ରତି ଦିନକୁ ଦିନ ଆଗ୍ରହ ବଢୁଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉକ୍ତ ପାଠ୍ୟକ୍ରମ ପ୍ରତି ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ସରକାର ରାଜ୍ୟର ୫୯ଟି କଲେଜରେ ଅନ୍‌ଲାଇନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବାଭଳି କେତେକ ବିଷୟରେ ପାଠ ପଢିବାକୁ କୋର୍ସେରା ସହ ଚୁକ୍ତି କରିଛନ୍ତି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍‌ୟୁବି) କଲେଜ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ କୋର୍ସେରା କମ୍ପାନୀ ମଧ୍ୟରେ ଚୁକ୍ତି କରିଥିଲା। ଉକ୍ତ ଚୁକ୍ତି ପ୍ରକାରେ ଶନିବାର ୟୁନିଟେକ କମ୍ପାନୀର ଡାଇରେକ୍ଟର ହର୍ସ ଆର୍ଯ୍ୟ ଏବଂ ତାଙ୍କ ଟିମ୍‌ ଭଞ୍ଜନଗର କେଏସ୍‌ୟୁବି କଲେଜରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ନାମ ପଞ୍ଜୀକରଣ କରିବା ସହ ସେମାନଙ୍କୁ ଅନ୍‌ଲାଇନ ପାଠ ଉପରେ ବୁଝାଇଥିଲେ। ପରେ ଶତାଧିକ ଛାତ୍ରୀଛାତ୍ର ବିଭିନ୍ନ ପାଠ୍ୟକ୍ରମ ଉପରେ ତାଲିମ ନେଇଥିଲେ। ସେଥିରୁ ଶନିବାର କେତେ ଜଣ ଛାତ୍ରୀଛାତ୍ର ପ୍ରମାଣପତ୍ର ହାସଲ କରିଥିବା ଜଣାପଡିଛି। ଏହାକୁ ନେଇ ଛାତ୍ରୀଛାତ୍ରମାନେ ଉତ୍ସାହିତ ଅଛନ୍ତି। କାର୍ଯ୍ୟକ୍ରମକୁ ଅଧକ୍ଷ ରାଜେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁ, ଆର୍‌ ହରିଶ କୁମାର, ବିଦେଶୀ ରାଉତ, ସୁନିଲ ଦାସ ଉପସ୍ଥିତ ଥିଲେ।

The post କେଏସୟୁବି କଲେଜ, କୋର୍ସେରା ମଧ୍ୟରେ ଚୁକ୍ତି ଅନ୍‌ଲାଇନ ତାଲିମ ନେଲେ ଛାତ୍ରୀଛାତ୍ର appeared first on Dharitri Odia News.