ରାହୁଲଙ୍କ ରାଲିରେ ଦେଖିବାକୁ ମିଳିଲାନି ମୁସ୍ଲିମ ଲିଗ୍ର ପତାକା: ବିଜେପି ଓ ବାମପନ୍ଥୀ ବି କଲେ ସମାଲୋଚନା
ୱାୟନାଡ଼: ୨୦୧୯ ଲୋକସଭା ନିର୍ବାଚନରେ ପତାକା ରାଜନୀତି ଜୋର୍ ଧରିଥିଲା। ଏବେ ପୁଣି ୱାୟନାଡ଼ରେ ପତାକା ରାଜନୀତି ଫେରିଛି। ବୁଧବାର ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ରାଲିରେ ଇଣ୍ଡିଆ ୟୁନିୟନ ମୁସ୍ଲିମ ଲିଗ୍(IUML)ର ପତାକା ବ୍ୟବହାର କରାଯାଇ ନଥିବାରୁ ଉଭୟ ବାମପନ୍ଥୀ ଓ ଦକ୍ଷିଣପନ୍ଥୀମାନେ ସମାଲୋଚନା କରିଛନ୍ତି। କେରଳରେ କଂଗ୍ରେସ ନେତୃତ୍ୱଧୀନ ୟୁଡିଏପ୍ରେ IUMLହେଉଛି ଏକ ବଡ଼ ଅଂଶ। ହେଲେ ୱାୟନାଡ଼ରେ ରାହୁଲ ଗାନ୍ଧୀ ନାମାଙ୍କନ ଭରିବା ପରେ ରୋଡ୍ ଶୋ କରିଥିଲେ। ହେଲେ ଏଥିରେ IUMLର ଗୋଟିଏ ବି ପତାକା ଦେଖିବାକୁ ମିଲି ନଥିଲା। ପ୍ରଥମେ ମାଡ଼ପିଟ୍ ପରେ ଲଜ୍ଜିତ ହେବା ଓ ୨୦୧୯ରେ ପତାକାକୁ ନେଇ ବଡ଼ ବିବାଦ ସୃଷ୍ଟି ହେବା ପରେ IUML କର୍ମଚାରୀଙ୍କୁ ପତାକା ନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୌଣସି ବିବାଦରେ ନ ଫସିବାକୁ ଏପରି ନିର୍ଦ୍ଦେଶ ଦିଆଯାଇ ଥିଲା। ଏଥିପାଇଁ ବୁଧବାର ରାହୁଲଙ୍କ ରାଲିଲେ ତ୍ରିରଙ୍ଗା ପାତାକା ସହ ପୂରା ବେଲୁନ ଆଦିରେ ପରିବେଶ ତ୍ରିରଙ୍ଗା ହୋଇଯାଇଥିଲା। ହେଲେ IUMLର ପତାକା ନଥିଲା। ଯାହାକୁ ନେଇ କଂଗ୍ରେସକୁ ସମାଲୋଚନା ଆରମ୍ଭ ହୋଇଯାଇଛି। ଘଟଣାକୁ ନେଇ ଗୁରୁବାର କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ଯେ ସର୍ବସାଧାରଣରେ ଏହି ପତାକା ଦେଖାଇବାକୁ କଂଗ୍ରେସର ଆଉ ସାହସ ନାହିଁ। ସାମ୍ବାଦିକ ସମ୍ମିଳନୀରେ ବିଜୟନ କହିଛନ୍ତି “ କଂଗ୍ରେସ ଏମିତି ସ୍ତରକୁ ଖସି ଆସିଲାଣି ଯେ ସାମ୍ପ୍ରଦାୟିକ ବଳକୁ ଭ
ୱାୟନାଡ଼: ୨୦୧୯ ଲୋକସଭା ନିର୍ବାଚନରେ ପତାକା ରାଜନୀତି ଜୋର୍ ଧରିଥିଲା। ଏବେ ପୁଣି ୱାୟନାଡ଼ରେ ପତାକା ରାଜନୀତି ଫେରିଛି। ବୁଧବାର ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ରାଲିରେ ଇଣ୍ଡିଆ ୟୁନିୟନ ମୁସ୍ଲିମ ଲିଗ୍(IUML)ର ପତାକା ବ୍ୟବହାର କରାଯାଇ ନଥିବାରୁ ଉଭୟ ବାମପନ୍ଥୀ ଓ ଦକ୍ଷିଣପନ୍ଥୀମାନେ ସମାଲୋଚନା କରିଛନ୍ତି।
କେରଳରେ କଂଗ୍ରେସ ନେତୃତ୍ୱଧୀନ ୟୁଡିଏପ୍ରେ IUMLହେଉଛି ଏକ ବଡ଼ ଅଂଶ। ହେଲେ ୱାୟନାଡ଼ରେ ରାହୁଲ ଗାନ୍ଧୀ ନାମାଙ୍କନ ଭରିବା ପରେ ରୋଡ୍ ଶୋ କରିଥିଲେ। ହେଲେ ଏଥିରେ IUMLର ଗୋଟିଏ ବି ପତାକା ଦେଖିବାକୁ ମିଲି ନଥିଲା।
ପ୍ରଥମେ ମାଡ଼ପିଟ୍ ପରେ ଲଜ୍ଜିତ ହେବା ଓ ୨୦୧୯ରେ ପତାକାକୁ ନେଇ ବଡ଼ ବିବାଦ ସୃଷ୍ଟି ହେବା ପରେ IUML କର୍ମଚାରୀଙ୍କୁ ପତାକା ନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୌଣସି ବିବାଦରେ ନ ଫସିବାକୁ ଏପରି ନିର୍ଦ୍ଦେଶ ଦିଆଯାଇ ଥିଲା। ଏଥିପାଇଁ ବୁଧବାର ରାହୁଲଙ୍କ ରାଲିଲେ ତ୍ରିରଙ୍ଗା ପାତାକା ସହ ପୂରା ବେଲୁନ ଆଦିରେ ପରିବେଶ ତ୍ରିରଙ୍ଗା ହୋଇଯାଇଥିଲା। ହେଲେ IUMLର ପତାକା ନଥିଲା। ଯାହାକୁ ନେଇ କଂଗ୍ରେସକୁ ସମାଲୋଚନା ଆରମ୍ଭ ହୋଇଯାଇଛି।
ଘଟଣାକୁ ନେଇ ଗୁରୁବାର କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ଯେ ସର୍ବସାଧାରଣରେ ଏହି ପତାକା ଦେଖାଇବାକୁ କଂଗ୍ରେସର ଆଉ ସାହସ ନାହିଁ। ସାମ୍ବାଦିକ ସମ୍ମିଳନୀରେ ବିଜୟନ କହିଛନ୍ତି “ କଂଗ୍ରେସ ଏମିତି ସ୍ତରକୁ ଖସି ଆସିଲାଣି ଯେ ସାମ୍ପ୍ରଦାୟିକ ବଳକୁ ଭୟ କରିବାକୁ ଲାଗିଲାଣି।” କଂଗ୍ରେସ କେବଳ ଭୋଟ୍ ପାଇଁ IUML ପାଖରେ ଛିଡ଼ା ହେଉଛି । ହେଲେ ଏହାରା ପତାକାକୁ ମାନ୍ୟତା ଦେଉ ନାହିଁ ବୋଲି ବିଜୟନ କହିଛନ୍ତି।
ପଢ଼ନ୍ତୁ-ହେମା ମାଳିନୀଙ୍କୁ ନେଇ ଅସୌଜନ୍ୟ ମନ୍ତବ୍ୟ ଦେଲେ ସୂର୍ଜେୱାଲା ! କଂଗ୍ରେସକୁ ଘେରିଲା ବିଜେପି
ସେପଟେ ବିଜେପି ନେତ୍ରୀ ସ୍ମୃତି ଇରାନୀ ରାହୁଲଙ୍କ ରାଲିରେ ମୁସ୍ଲିମ ଲିଗ୍ର ପତକା ନଥିବାରୁ ସମାଲୋଚନା କରିଛନ୍ତି। ରାହୁଲଙ୍କ ରାଲିଲେ ମୁସ୍ଲିମ ଲିଗ୍ର ପତାକା ନ ରହିବାରୁ ଜଣାପଡ଼ୁଛି ଯେ ରାହୁଲ ମୁସ୍ଲିମ ଲିଗ୍ ଠାରୁ ସମର୍ଥନ ନେବା ଲଜ୍ଜାବୋଧ କରୁଛନ୍ତି। ହେଲେ ଯେତେବେଳେ ସେ ଉତ୍ତର ଭାରତ ଗସ୍ତ କରନ୍ତି ଏବଂ ମନ୍ଦିର ପରିଦର୍ଶନ କରନ୍ତି, ସେତେବେଳେ ସେ ମୁସଲିମ ଲିଗ୍ ସହ ସମ୍ପର୍କ ଲୁଚାଇ ପାରିବେ ନାହିଁ। ବିଜେପି ପ୍ରାର୍ଥୀ କେ ସୁରେନ୍ଦ୍ରଙ୍କ ସମର୍ଥନରେ ପ୍ରଚାର କରିବାକୁ ୱାୟନଡ଼ ଯାଇଥିବା ସ୍ମୃତି ଇରାନୀ କହିଛନ୍ତି ଯେ କଂଗ୍ରେସ ପାର୍ଟି ଭାରତରେ ବ୍ୟାନ୍ ହୋଇଥଇବା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ସହଯୋଗୀ ସୋସିଆଲ୍ ଡେମୋକ୍ରିଟିକ୍ ପାର୍ଟି ଅଫ୍ ଇଣ୍ଡିଆର ସମର୍ଥନ ନେଉଛି। ସେମାନଙ୍କ ସମର୍ଥନ ନେଇ ରାହୁଲ ଶପଥପାଠର ଉଲ୍ଲଂଘନ କରୁଛନ୍ତି ବୋଲି ସ୍ମୃତି ଇରାନୀ କହିଛନ୍ତି।
୨୦୧୯ରେ ପତାକା ବିବାଦ
୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ୱାୟନାଡ଼ରେ ପ୍ରଚାର କରୁଥିବା ବେଳେ ତାଙ୍କ ସହ ଭାରତୀୟ ୟୁନିୟନ ମୁସ୍ଲିମ ଲିଗ୍ର ପତାକା ବହୁମାତ୍ରାରେ ରହିଥିଲା। ଯାହାକୁ ପାକିସ୍ତାନୀ ପତାକା ବୋଲି ଦର୍ଶାଯାଇ ରାହୁଲ ପାକିସ୍ତାନୀ ପତାକା ଧରି ରାଲି କରୁଛନ୍ତି ବୋଲି କୁହାଗଲା। ଏହା ୱାୟନାଡ଼ ନା କରାଚୀର ଦୃଶ୍ୟ ବୋଲି ଭିଡିଓ ପୋଷ୍ଟ ୟୁଜରମାନେ ଲେଖିଥିଲେ। ଯାହାକୁ ନେଇ ବିଜେପି ମଧ୍ୟ ବ୍ୟଙ୍ଗ କରିଥିଲେ। ରାହୁଲ ରିଲେର ମୁସ୍ଲିମ ଲିଗ୍ ପତାକା ନ ଆଣନ୍ତୁ ବୋଲି ଯୋଗୀ ଆଦିତ୍ୟ ନାଥ କହିଥିଲେ।