ଫ୍ରିଜ୍ ପାଣି ପିଉଛନ୍ତି କି ? ସାବଧାନ ବଢିପାରେ ପେଟ୍ ସମସ୍ୟା

ନୂଆଦିଲ୍ଲୀ ୧୧।୦୪; ପ୍ରାୟ ସମସ୍ତେ ଏକଥା ଶୁଣିଥିବେ ଯେ କୁହାଯାଏ ଫ୍ରିଜ୍‌ ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସମସ୍ତଙ୍କର ଧାରଣା ଯେ ଏହା ଗଳା ଖରାପ କରିବା ସହ କାଶ- ଥଣ୍ଡା ପରି ସମସ୍ୟାକୁ ବହୁଗୁଣିତ କରିଥାଏ । କିନ୍ତୁ କେବେ ଶୁଣିଛନ୍ତି ଫ୍ରିଜ୍‌ ପାଣି ପେଟ ସମସ୍ୟାର ମଧ୍ୟ କାରଣ ହୋଇପାରେ ।  କେତେକ ସ୍ଥିତିରେ ଫ୍ରିଜ୍‌  ପାଣି ପେଟ ସମସ୍ୟାକୁ ବଢାଇଥାଏ । ଥଣ୍ଡା ପାଣିର ଝଟ୍‌କା: ଯଦି ଆପଣ ହଠାତ୍‌ ଫ୍ରିଜ୍‌ରୁ ପାଣି କାଢି ପିଉଥାନ୍ତି,  ତେବେ ପେଟକୁ ଝଟ୍‌କା ଲାଗିଥାଏ । ଏହି ସ୍ଥିତିରେ ବ୍ୟକ୍ତି ପେଟରେ ଯନ୍ତ୍ରଣା  କିମ୍ବା ସମସ୍ୟା ଦେଖାଦେଇପାରେ । ଯଦି ସମସ୍ୟାରୁ ରକ୍ଷା ପାଇବାକୁ ବାହାନ୍ତି,  ତେବେ ମାଠିଆ ପାଣି ବ୍ୟବହାର କରିପାରନ୍ତି ।  ଶୀଘ୍ର ଶୀଘ୍ର ପାଣି ପିଇବା: କେତେକ ଲୋକଙ୍କ ପାଖରେ ଶାନ୍ତିରେ ବସି  ପାଣି ପିଇବାକୁ ମଧ୍ୟ ସମୟ ନଥାଏ । ତେଣୁ ସେମାନେ ଶୀଘ୍ର ଶୀଘ୍ର ପାଣି   ପିଇବାକୁ ପସନ୍ଦ କରିଥାନ୍ତି । ଏଭଳି ସ୍ଥିତିରେ ଥଣ୍ଡା ପାଣି ପିଇଲେ ଅଧିକ ପାଣି  ପିଇଥାନ୍ତି । ଫଳରେ ପେଟ ଫୁଲିବା ସହ ସମସ୍ୟା ସୃଷ୍ଟି ହୋଇପାରେ । ଏଥିରୁ  ରକ୍ଷା ପାଇବା ପାଇଁ ଶାନ୍ତ ଭାବେ ବସି ଧୀରେ ଧୀରେ ପାଣି ପିଇବା ଆବଶ୍ୟକ ।  ସ୍ୱଚ୍ଛ ପାଣି ନ ପିଇବା : ଯଦି ପାଣି ସ୍ୱଚ୍ଛ ହେବା ପରିବର୍ତ୍ତେ ବ୍ୟାକ୍ଟେରିଆ,  ଭୂତାଣୁ ବା ଅନ୍ୟ କୌଣସି ଜୀବାଣୁଯୁକ୍ତ ହୋଇଥାଏ । ତେବେ ପେଟ ସମସ୍ୟା  ସୃଷ୍ଟି ହେବା ସ୍ୱାଭାବିକ୍‌ । ଏହି

ଫ୍ରିଜ୍ ପାଣି ପିଉଛନ୍ତି କି ? ସାବଧାନ ବଢିପାରେ ପେଟ୍ ସମସ୍ୟା

ନୂଆଦିଲ୍ଲୀ ୧୧।୦୪; ପ୍ରାୟ ସମସ୍ତେ ଏକଥା ଶୁଣିଥିବେ ଯେ କୁହାଯାଏ ଫ୍ରିଜ୍‌ ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସମସ୍ତଙ୍କର ଧାରଣା ଯେ ଏହା ଗଳା ଖରାପ କରିବା ସହ କାଶ- ଥଣ୍ଡା ପରି ସମସ୍ୟାକୁ ବହୁଗୁଣିତ କରିଥାଏ । କିନ୍ତୁ କେବେ ଶୁଣିଛନ୍ତି ଫ୍ରିଜ୍‌ ପାଣି ପେଟ ସମସ୍ୟାର ମଧ୍ୟ କାରଣ ହୋଇପାରେ ।  କେତେକ ସ୍ଥିତିରେ ଫ୍ରିଜ୍‌  ପାଣି ପେଟ ସମସ୍ୟାକୁ ବଢାଇଥାଏ । 

ଥଣ୍ଡା ପାଣିର ଝଟ୍‌କା: ଯଦି ଆପଣ ହଠାତ୍‌ ଫ୍ରିଜ୍‌ରୁ ପାଣି କାଢି ପିଉଥାନ୍ତି,  ତେବେ ପେଟକୁ ଝଟ୍‌କା ଲାଗିଥାଏ । ଏହି ସ୍ଥିତିରେ ବ୍ୟକ୍ତି ପେଟରେ ଯନ୍ତ୍ରଣା  କିମ୍ବା ସମସ୍ୟା ଦେଖାଦେଇପାରେ । ଯଦି ସମସ୍ୟାରୁ ରକ୍ଷା ପାଇବାକୁ ବାହାନ୍ତି,  ତେବେ ମାଠିଆ ପାଣି ବ୍ୟବହାର କରିପାରନ୍ତି ।  

ଶୀଘ୍ର ଶୀଘ୍ର ପାଣି ପିଇବା: କେତେକ ଲୋକଙ୍କ ପାଖରେ ଶାନ୍ତିରେ ବସି  ପାଣି ପିଇବାକୁ ମଧ୍ୟ ସମୟ ନଥାଏ । ତେଣୁ ସେମାନେ ଶୀଘ୍ର ଶୀଘ୍ର ପାଣି   ପିଇବାକୁ ପସନ୍ଦ କରିଥାନ୍ତି । ଏଭଳି ସ୍ଥିତିରେ ଥଣ୍ଡା ପାଣି ପିଇଲେ ଅଧିକ ପାଣି  ପିଇଥାନ୍ତି । ଫଳରେ ପେଟ ଫୁଲିବା ସହ ସମସ୍ୟା ସୃଷ୍ଟି ହୋଇପାରେ । ଏଥିରୁ  ରକ୍ଷା ପାଇବା ପାଇଁ ଶାନ୍ତ ଭାବେ ବସି ଧୀରେ ଧୀରେ ପାଣି ପିଇବା ଆବଶ୍ୟକ ।  

ସ୍ୱଚ୍ଛ ପାଣି ନ ପିଇବା : ଯଦି ପାଣି ସ୍ୱଚ୍ଛ ହେବା ପରିବର୍ତ୍ତେ ବ୍ୟାକ୍ଟେରିଆ,  ଭୂତାଣୁ ବା ଅନ୍ୟ କୌଣସି ଜୀବାଣୁଯୁକ୍ତ ହୋଇଥାଏ । ତେବେ ପେଟ ସମସ୍ୟା  ସୃଷ୍ଟି ହେବା ସ୍ୱାଭାବିକ୍‌ । ଏହି ସ୍ଥିତିରୁ ଦୂରେଇ ରହିବା ପାଇଁ ଫ୍ରିଜ୍‌ରେ ପାଣି  ରଖିବା ପୂର୍ବରୁ ଏହାକୁ ଭଲ ଭାବେ ଫିଲ୍ଟର୍‌ କରି ନେବା ଉଚିତ୍‌ । 

କେମିକାଲ୍‌ ଲିକେଜ୍‌ : କେତେକ ପ୍ଲାଷ୍ଟିକ୍‌ ପାଣି ବୋତଲ ବା କଣ୍ଟେନର୍‌ର   ପାଣିରେ ଈଚଐ କିମ୍ବା ଚଷରଗ୍ଧଷବକ୍ଷବଗ୍ଧରଗ୍ଦ ପରି ରସାୟନ ମିଶିଯାଇଥାଏ ।  ଯାହା ସମ୍ଭବତଃ ହର୍‌ମୋନ୍‌ ଅସନ୍ତୁଳନ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି  କରିପାରେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ଲାଷ୍ଟିକ୍‌ ବୋତଲ୍‌ ପରିବର୍ତ୍ତେ  କାଚ ବା ଅନ୍ୟାନ୍ୟ ଧାତୁର ବୋତଲ ବ୍ୟବହାର କରିବା ଉଚିତ୍‌ ।